କରୋନା ଭାଇରସ୍‌

ବିଧାନସଭା ଡିସ୍‌ପେନ୍‌ସାରି ମେଡିକାଲ ଅଫିସର ନିଲମ୍ବିତ

ଭୁବନେଶ୍ୱର,୨୮।୩(ବ୍ୟୁରୋ): ରାଜ୍ୟରେ ତୃତୀୟ କରୋନା ଭୂତାଣୁ (କୋଭିଡ-୧୯) ରୋଗୀ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗ ବିଧାନସଭା ଜୋନାଲ ଡିସପେନ୍‌ସାରି ମେଡିକାଲ ଅଫିସର ଲଳିତ ବେହେରାଙ୍କୁ ଶୁକ୍ରବାର ଚାକିରିରୁ ନିଲମ୍ବିତ କରିଛନ୍ତି। ତେବେ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କ ବିନାନୁମତିରେ ହେଡ୍‌ କ୍ୱାର୍ଟର…

ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ବିକ୍ରି ଉପରେ କଟକଣା

ନୂଆଦିଲ୍ଲୀ,୨୮ା୩(ପି.ଟି.): ମହାମାରୀ କୋଭିଡ୍‌-୧୯ ଜନିତ ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ବିକ୍ରି ଓ ବଣ୍ଟନ ଉପରେ କଟକଣା ଜାରି କରିଛି। ଜନସ୍ବାର୍ଥ ଲାଗି ଏହା ଜରୁରୀ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି। ଏଥିପାଇଁ ଡ୍ରଗ୍ସ…

ଅଢ଼େଇ ଘଣ୍ଟାରେ କରୋନା ପରୀକ୍ଷା

ବର୍ଲିନ,୨୮ା୩ : ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ (କୋଭିଡ୍‌-୧୯) ବ୍ୟାପିବାରେ ଲାଗିଛି। ୧୯୯ ଦେଶରେ ମୋଟ ପଜିଟିଭ୍‌ ରୋଗୀଙ୍କ ସଂଖ୍ୟା ୫ଲକ୍ଷ ୬୦ ହଜାର ଟପିଥିବାବେଳେ ମୃତ୍ୟୁସଂଖ୍ୟା ୨୫ ହଜାର ପାର ହୋଇଯାଇଛି। ଉଭୟ ସଂଖ୍ୟା ସପ୍ତାହେ ହେଲା ଦ୍ରୁତଗତିରେ ବଢ଼ିଚାଲିଛି,…

ସହଯୋଗ ଭିତ୍ତିରେ ଭୂତାଣୁକୁ ରୋକ

ନୂଆଦିଲ୍ଲୀ,୨୮ା୩: ଭାରତରେ କରୋନା ଭାଇରସ୍‌ କ୍ରମଶଃ କାୟା ବିସ୍ତାର କରିବାରେ ଲାଗିଛି। ଏଥିଲାଗି ସମସ୍ତେ ତତ୍ପର। ଆତ୍ମ ସଂଯମ ଓ ସହଯୋଗ ଦ୍ୱାରା ଏହାକୁ ରୋକାଯାଇ ପାରିବ। ବିଶେଷକରି ବିଭିନ୍ନ ରାଜ୍ୟର ରାଜ୍ୟପାଳ, କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଉପରାଜ୍ୟପାଳ ଓ ସମସ୍ତ ପ୍ରଶାସନିକ…

ଏଫ୍‌ଏମ୍‌ ମେଡିକାଲ କଲେଜ ହସ୍ପିଟାଲରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

ବାଲେଶ୍ୱର ଅଫିସ,୨୮ା୩: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା କରିବା ଲାଗି ରାଜ୍ୟ ସରକାର ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ସାମୟିକ ଭାବେ ନିଯୁକ୍ତି ଦେବା ଲାଗି ପଦକ୍ଷେପ ନେବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ଓ…

ଆମେରିକା-ଚାଇନା ଏକାଠି ହେବା ଜରୁରୀ

ଓ୍ବାଶିଂଟନ, ୨୮ା୩: କରୋନା ଭାଇରସ୍‌ ମହାମାରୀର ରୂପ ନେଇ ୨୫ ହଜାରରୁ ଊର୍ଦ୍ଧ୍ୱ ମୁଣ୍ଡ ନେଲାଣି। ଏଥିଲାଗି ବିଶ୍ୱବ୍ୟାପୀ ଆତଙ୍କ ଖେଳିଯାଇଛି। ଏହାର ମୁକାବିଲା ଲାଗି ଆମେରିକା ଓ ଚାଇନା ଏକାଠି ହୋଇ କାମ କରିବା ଉଚିତ ବୋଲି ଚାଇନା ରାଷ୍ଟ୍ରପତି…

କରୋନା ପାଇଁ ହାଣ୍ଡିକୁଡ଼ୁଆ ବିକ୍ରି ବନ୍ଦ: କୁମ୍ଭକାରଙ୍କୁ ଘାରିଛି ପରିବାର ଚିନ୍ତା

ପୁରୀ ଅଫିସ,୨୮ା୩: କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଭୟାନକ ପରିସ୍ଥିତି ସୃଷ୍ଟି କରିଛି। ପ୍ରତିଦିନ ଶହଶହ ସଂଖ୍ୟାରେ ମୁଣ୍ଡ ନେଇ ଚାଲିଥିବା ଏହି ପ୍ରାଣଘାତୀ ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଛି। ବିବାହ, ଉତ୍ସବ…

୨୫ ହଜାର ଟପିଲା କରୋନା ମୃତ୍ୟୁ

ରୋମ୍‌/ଓ୍ବାଶିଂଟନ, ୨୮ା୩: କରୋନା ଭାଇରସ୍‌ ଅଦ୍ୟାବଧି ବିଶ୍ୱବ୍ୟାପୀ ୨୫ ହଜାର ୪୧୦ ମୁଣ୍ଡ ନେଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୬୫ ହଜାରରେ ପହଞ୍ଚିଲାଣି। ଚାଇନାରେ ଏହି ଭୂତାଣୁ ସଂକ୍ରମଣରେ ୩,୨୯୨ ଜଣଙ୍କ ଜୀବନ ଯାଇଥିବା ବେଳେ ଇଟାଲୀରେ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା…

‘ଅବହେଳିତଙ୍କୁ ମାଗଣା ଖାଦ୍ୟ ଦିଅ’

ଭୁବନେଶ୍ୱର,୨୮ା୩(ବ୍ୟୁରୋ): କରୋନା(କୋଭିଡ୍‌-୧୯) ସଂକ୍ରମଣ ଭୟଙ୍କର ହେବାରେ ଲାଗିଛି। ଏହାକୁ ରୋକିବା ଲାଗି ସମଗ୍ର ଦେଶକୁ ଲକ୍‌ଡାଉନ୍‌ କରାଯାଇଛି। ଏହି ସମୟରେ ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତି, ଅବହେଳିତ, ଯାଯାବର ଏବଂ ଭୋକିଲା ରହୁଥିବା ଲୋକମାନଙ୍କୁ ରନ୍ଧା, ଶୁଖିଲା କିମ୍ବା ପ୍ୟାକେଟ ଖାଦ୍ୟ ଯୋଗାଇଦେବା…

ଘନଉଛି ପରିବା ସଙ୍କଟ, ଚିନ୍ତାରେ ଚାଷୀ

କଟକ ଅଫିସ/ ଆଠଗଡ଼(ସ୍ବ.ପ୍ର),୨୮ା୩:ବାଦାମବାଡ଼ି ମୁଖ୍ୟରାସ୍ତାରେ ଶୁକ୍ରବାରଠାରୁ ଖୋଲିଛି ପରିବା ହାଟ। ଛତ୍ରବଜାରରେ ମାତ୍ରାଧିକ ଜନଗହଳି ହେବାରୁ ଜିଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବାଦାମବାଡ଼ି ମୁଖ୍ୟ ରାସ୍ତାକୁ ଏହି ହାଟକୁ ଉଠାଇ ଅଣାଯାଇଛି। ‘ଲକ୍‌ଡାଉନ୍‌’ ବଳବତ୍ତର ଥିବାରୁ ଏହି ରାସ୍ତା ଏବେ…

ଚାଲି ଚାଲି ଗ୍ରାମକୁ ବାହାରିଲେ ୨୨ ଶ୍ରମିକ

ବାଲିଅନ୍ତା,୨୮ା୩(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତାଲାବନ୍ଦର ପ୍ରଭାବ ଗରିବ ଶ୍ରେଣୀର ଶ୍ରମିକଙ୍କ ଉପରେ ପଡ଼ିଛି। ଲକଡାଉନ କଟକଣା ପରେ ରାଜଧାନୀ ଉପକଣ୍ଠ ଉତ୍ତରା ଅଞ୍ଚଳରେ ଥିବା ଏକ ଇଟାଭାଟି ବନ୍ଦ ହୋଇଯାଇଛି। ଏଥିଯୋଗୁ ଏଠାରେ…

ଭୋକିଲା ପେଟକୁ ଦାନା ଦେଉଛନ୍ତି ପୋଲିସ, ସ୍ବେଚ୍ଛାସେବୀ

ଭୁବନେଶ୍ୱର,୨୮ା୩ (ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ପାଇଁ ଏବେ ରାଜଧାନୀ ସମେତ ସାରା ରାଜ୍ୟରେ ଖାଦ୍ୟ ସମସ୍ୟା ଦେଖାଦେଇଛି। ବିଶେଷକରି ଅସହାୟ, ନିରାଶ୍ରୟ ଓ ମାନସିକ ବିକାରଗ୍ରସ୍ତ ଭୋକ ଶୋଷରେ ଡହଳବିକଳ ହେଉଛନ୍ତି। ରାଜଧାନୀରେ ଏପରି ଶହଶହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri