କରୋନା ଭାଇରସ୍‌

କରୋନା ମୁକାବିଲା: ସଙ୍ଗରୋଧ ଗୃହ ଲାଗି ଉନ୍ନତିକରଣ ହେଉଛି ବିଦ୍ୟାଳୟ

ପାପଡ଼ାହାଣ୍ଡି,୬ା୪(ଡି.ଏନ୍‌.ଏ.) : କରୋନା ମୁକାବିଲା ଲାଗି ସରକାର ପ୍ରତ୍ୟେକ ବ୍ଲକର ପଞ୍ଚାୟତରେ ଖୋଲିଛନ୍ତି ଗୋଟିଏ ଗୋଟିଏ ସଙ୍ଗରୋଧ ଗୃହ। ପଞ୍ଚାୟତର ପ୍ରାୟ ବିଦ୍ୟାଳୟକୁ ହିଁ ଏଥିପାଇଁ ଚି଼ହ୍ନଟ କରାଯାଇଛି। ୫୦ ଶଯ୍ୟା ସହ ପଞ୍ଚାୟତ ପକ୍ଷରୁ ୫ ଲକ୍ଷ ବ୍ୟୟରେ ଏହି…

ଗୁଡଭେଲା, ତୁଷୁରାରେ ପୋଲିସ ଫ୍ଲାଗ୍‌ ମାର୍ଚ୍ଚ

ଗୁଡଭେଲା,୬।୪(ଡିଏନଏ): କଳାହାଣ୍ଡି ଜିଲାରେ କରୋନା ପଜିଟିଭ ବାହରିବା ପରେ ବଲାଙ୍ଗୀର ଜିଲା ଗୁଡ଼ଭେଲା ବ୍ଲକ ଓ ତୁଷୁରା ସହରରେ ସୋମବାର ପୋଲିସ ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ ସହ ଲୋକଙ୍କୁ ସଚେତନ କରାଯାଇଛି। ତୁଷୁରା ତହସିଲଦାର ଚନ୍ଦ୍ରମଣୀ ନାଗଙ୍କ ନେତୃତ୍ୱରେ ତୁଷୁରା ସହରର…

ଔଷଧ-ଭେଣ୍ଟିଲେଟରର ଅଭାବ: କରୋନା ସଂକ୍ରମିତଙ୍କୁ ଉପଯୁକ୍ତ ଚିକିତ୍ସା ଦେବାରେ ଅସମର୍ଥ ଡାକ୍ତର !

ପ୍ୟାରିସ୍‌,୬।୪: କରୋନା ସଂକ୍ରମଣର ମୁକାବିଲା ପାଇଁ ଫ୍ରାନ୍ସ୍‌ରେ ଯନ୍ତ୍ରଣା ଉପଶମକାରୀ ଔଷଧ ଏବଂ ଭେଣ୍ଟିଲେଟରର ଅଭାବ ଦେଖାଦେଇଛି। ଫଳରେ ଡାକ୍ତରମାନେ ସଂକ୍ରମିତଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାରେ ଅସମର୍ଥ ହେଉଥିବା କହିଛନ୍ତି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ହସ୍ପିଟାଲକୁ…

ମାନିଲେନି ସାମାଜିକ ଦୂରତ୍ୱ: ୫ ଦୋକାନ ସିଲ୍‌, ୨୯ ଗିରଫ

ଭଦ୍ରକ ଅଫିସ,୬ା୪ : ସାମାଜିକ ଦୂରତ୍ୱ କଟକଣା ନିୟମ ନ ମାନିବାରୁ ଭଦ୍ରକ ସହରର ବିଭିନ୍ନ ଦୋକାନକୁ ସିଲ୍‌ କରିଛି ଟାଉନ୍‌ ପୋଲିସ। ସହରରେ ସଟ୍‌ଡାଉନ୍‌ କଟକଣା ନିୟମ ରବିବାର ରାତି ୮ଟାରେ ଉଠିଥିଲା। ପୂର୍ବ ପରି ସହରରେ ଲକ୍‌ଡାଉନ୍‌ କଟକଣା…

୫୦୮ ଦୀପ ପ୍ରଜ୍ଜ୍ୱୋଳନ କଲେ ଯୁବଗୋଷ୍ଠୀ

ବନ୍ତ,୬ା୪(ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁରୋଧ କ୍ରମେ ସାରା ଦେଶରେ ରବିବାର ରାତି ୯ଟାରେ ୯ ମିନିଟ୍‌ ପାଇଁ ଦୀପ ପ୍ରଜ୍ଜ୍ୱୋଳନ କରାଯାଇଥିଲା। ଏହି ଅବସରରେ ଭଦ୍ରକ ଜିଲା ବନ୍ତ ବ୍ଲକ ଓଡ଼ଙ୍ଗ ପଞ୍ଚାୟତରେ ସରପଞ୍ଚ କିଶୋର କିଙ୍କର ପଢିଆରୀଙ୍କ ତତ୍ତ୍ୱାବଧାନରେ…

କୋଭିଡ-୧୯: ହସ୍ପିଟାଲରେ ଭର୍ତ୍ତି ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୬ ।୪: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ କରୋନାରେ ପୀଡ଼ିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି । ସୂଚନାଯୋଗ୍ୟ, ଗତ ମାସରେ ପ୍ରଧାନମନ୍ତ୍ରୀଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେ ଅଲଗା…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କଲେ ସରପଞ୍ଚ

ଭଦ୍ରକ ଅଫିସ,୬ା୪: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଦୋସିଙ୍ଗା ସରପଞ୍ଚ ମୁଜିବୁର ରହେମାନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ଏକ ଚେକ୍‌ ପ୍ରଦାନ କରିଛନ୍ତି। ସେହିଭଳି ଚାନ୍ଦବାଲି ବ୍ଲକ ପୂର୍ବତନ…

ଚଳିତ ବର୍ଷ ଶେଷସୁଦ୍ଧା ଭାରତକୁ ଆସିବ କରୋନା ପ୍ରତିଷେଧକ ଟୀକା ‘କୋରୋଫ୍ଲୁ’ !

ନୂଆଦିଲ୍ଲୀ,୬।୪: ଦିନକୁ ଦିନ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ରୋକିବା ପାଇଁ ପ୍ରତିଷେଧକ ଟୀକା ‘କୋରୋଫ୍ଲୁ’ ଚଳିତ ବର୍ଷ ଶେଷସୁଦ୍ଧା ଭାରତକୁ ଆସିବାର ସମ୍ଭାବନା ରହିଛି। ଏହା ଦ୍ୱାରା କରୋନା ସହିତ ଫ୍ଲୁ ମଧ୍ୟ ଭଲହେବ। ହାଇଦ୍ରାବାଦ୍‌ର ଭାରତ…

ବିଶୋଧିତ ହେଲା ପାଟଣା ସରକାରୀ କାର୍ଯ୍ୟାଳୟ, ଜନ ଗହଳି ସ୍ଥାନ

ପାଟଣା,୬।୫(ସ୍ବ. ପ୍ର.): ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂକ୍ରମଣରେ ଅଙ୍କୁଶ ଲଗାଇବା ପାଇଁ କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଥାନା, ବ୍ଲକ, ଗୋଷ୍ଠୀ ଶିକ୍ଷାକେନ୍ଦ୍ର ପରିସର, ତହସିଲ, ମାର୍କେଟ,…

କରୋନା କଟକଣାକୁ ଫୁ: ସଟ୍‌ଡାଉନ୍‌ ଉଠିବା ପରେ ଛତ୍ରବଜାରରେ ଅସମ୍ଭାଳ ଭିଡ଼

କଟକ ଅଫିସ,୬ା୪: କଟକ ସହରରେ ପ୍ରଥମ କରୋନା ଭୂତାଣୁ ଶୁକ୍ରବାର ଚିହ୍ନଟ ହୋଇଥିଲା। ଫଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ସନ୍ଧ୍ୟା ୮ଟାରୁ ରବିବାର ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ହେଲେ ପରିବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ…

ମୁମ୍ବାଇର ୱୋକାର୍ଡ ହସ୍ପିଟାଲକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଗଲା

ମୁମ୍ବାଇ,୬ ।୪: ମହାରାଷ୍ଟ୍ରରେ ସର୍ବାଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ସେଠାରେ କେତେଜଣ ସ୍ୱାସ୍ଥ୍ୟକର୍ମୀ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି । ତେବେ ମୁମ୍ବାଇର ୱୋକାର୍ଡ ହସ୍ପିଟାଲର କେତେଜଣ ଡାକ୍ତର, ନର୍ସ ଓ ହସ୍ପିଟାଲ କର୍ମଚାରୀଙ୍କ ନିକଟରେ କରୋନ…

ବିଶୋଧିତ ହେଲା ଏରେଇଁ ଅଞ୍ଚଳ

ଭଦ୍ରକ ଅଫିସ,୬ା୪: ଭଦ୍ରକ ଉପକଣ୍ଠ ଏରେଇଁ ଅଞ୍ଚଳକୁ ସୋମବାର ସକାଳୁ ଅଗ୍ନିଶମ ବିଭାଗ ଦ୍ୱାରା ବିଶୋଧିତ କରାଯାଇଛି। ଜିଲା ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏହି ଅଞ୍ଚଳରେ ବିଶୋଧକ ସିଞ୍ଚନ କରାଯାଇଛି। ସୂଚନାଯୋଗ୍ୟ, ଭଦ୍ରକ ଅଞ୍ଚଳରେ କରୋନା ରୋଗୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri