ଲକ୍ଡାଉନ୍ରେ ଗରିବ ପେଟର କଥା: ମାଗଣା ଭୋଜନ ପାଇଁ ସକାଳ ୬ରୁ ଲାଗୁଛି ଲମ୍ବା ଧାଡ଼ି
ନୂଆଦିଲ୍ଲୀ,୧୩।୪: କରେନା ସଂକ୍ରମଣକୁ ଦୂରେଇବା ପାଇଁ ଭାରତରେ ଲକ୍ଡାଉନ୍ରେ ଜାରି ହୋଇଛି। ସ୍ବଚ୍ଛଳ ଲୋକଙ୍କ ପାଖରେ ଟଙ୍କା ଥିବାରୁ ଖାଇବାରେ ଅସୁବିଧା ହେଉ ନ ଥିବାବେଳେ ଦିନ ମଜୁରିଆ, ଶ୍ରମିକ ଏବଂ ବାରାବୁଲା ଆଦି ଦିନେ ଖାଇ ଦିନେ ଉପାସ ରହୁଥିବା…
ମଙ୍ଗଳବାର ଲକ୍ଡାଉନ୍କୁ ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି
ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସକାଳ ୧୦ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏନେଇ ସେମାବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ମୋଦି ସାରା ଦେଶରେ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରିଥିଲେ।…
ଗଣମାଧ୍ୟମ ପ୍ରତିନିଧି ମଧ୍ୟ କରୋନା ଯୋଦ୍ଧା: ପ୍ରକାଶ ଜାଭେଡ୍କର
ନୂଆଦିଲ୍ଲୀ,୧୩।୪: ଦେଶରେ କରୋନା ବିରୋଧରେ ଲଢ଼େଇ ଜାରି ରହିଥିବାବେଳେ ସରକାରଙ୍କ ପକ୍ଷରୁ ଡାକ୍ତର, ନର୍ସ, ପୋଲିସ, ସଫେଇ କର୍ମଚାରୀ ଆଦିଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରାଯାଇଥିଲା। ତେବେ କରୋନା ସଂକ୍ରମଣ ନେଇ ଲୋକଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ପ୍ରସାର କରୁଥିବା…
ସାଲେପୁର, ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ
କଟକ ଅଫିସ, ୧୩।୪: କଟକ ଜିଲା ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳରୁ କଣ୍ଟେନମେଣ୍ଟ କଟକଣାକୁ ସୋମବାର ହଟାଇ ଦିଆଯାଇଛି। ସାଲେପୁର ତହସିଲ ମିର୍ଜାପୁର ପଞ୍ଚାୟତ ୧୨ ଓ ୧୩ ନମ୍ବର ଓ୍ବାର୍ଡରୁ କଣ୍ଟେମେଣ୍ଟ ହଟାଯାଇଥିବା ବେଳେ ନିଶ୍ଚିନ୍ତକୋଇଲି ତହସିଲ ଜୟରାମପୁର ପଞ୍ଚାୟତ…
କରୋନା ସଙ୍କଟରେ ଆତଙ୍କବାଦୀଙ୍କ ବ୍ଲୁ-ପ୍ରିଣ୍ଟ୍: ଚାକିରି ହରାଇଥିବା ଯୁବବର୍ଗଙ୍କୁ ସଂଗଠନରେ ସାମିଲ କରିବାକୁ ଯୋଜନା କରୁଛନ୍ତି ଜୈଶ୍-ଲଶ୍କର-ହିଜବୁଲ୍ ମୁଜାହିଦ୍ଦିନ୍
ବ୍ରସେଲ୍ସ୍,୧୩।୪: କରୋନା ସଂକ୍ରମଣ ଯୋଗୁ ପୃଥିବୀର ବହୁ ଦେଶରେ ଲକ୍ଡାଉନ୍ ଘୋଷଣା ହୋଇଛି। ଫଳରେ ବହୁ ଯୁବବର୍ଗ ଚାକିରି ହରାଇ ବେକାର ରହିଛନ୍ତି। ଏପରିସ୍ଥଳେ ଜୈଶ୍, ଲଶ୍କର ଏବଂ ହିଜବୁଲ୍ ମୁଜାହିଦ୍ଦିନ୍ ଆଦି ଆତଙ୍କବାଦୀ ସଂଗଠନ ସେମାନଙ୍କ ବ୍ରେନ୍ ଡ୍ରେନ୍ କରାଇବାର…
ନଏଡାରେ ସୁସ୍ଥ ହୋଇଥିବା ୨ବ୍ୟକ୍ତି ପୁଣି କରୋନା ପଜିଟିଭ୍
ନଏଡା,୧୩।୪: ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲାର ୨ଜଣ ବ୍ୟକ୍ତି କରୋନାରେ ସୁସ୍ଥ ହେବା ପରେ ପୁଣି ଥରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହାପରେ ସେମାନଙ୍କୁ ଗ୍ରେଟର ନଏଡାର ଜିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୨ଜଣ ରୋଗୀଙ୍କ ରକ୍ତ ନମୁନା ଚର୍ତୁଥ…
କରୋନାରେ ଟ୍ରମ୍ପଙ୍କ ଘନିଷ୍ଠ ବନ୍ଧୁଙ୍କ ପରଲୋକ
ଓ୍ବାଶିଂଟନ,୧୩।୪: ରିପବ୍ଲିକାନ ପାର୍ଟିର ସବୁଠାରୁ ବଡ ସପୋର୍ଟର ତଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ବନ୍ଧୁ ଷ୍ଟେନଲି ଚେରାଙ୍କର କରୋନା ସଂକ୍ରମଣରେ ରବିବାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ନ୍ୟୁୟର୍କରେ ଜଣେ ବଡ ରିୟଲ ଇଷ୍ଟେଟ ବ୍ୟବସାୟୀ ଭାବେ…
କରୋନା କଟକଣାକୁ ଫୁ: ସନ୍ଧ୍ୟା ହେଲେ ଜମୁଛି ଲୁଡୁ, ତାସ୍ ଆସର
ଚୌଦ୍ୱାର,୧୩ା୪(ଡି.ଏନ୍.ଏ.): କରୋନା ଭଳି ମହାମାରୀରୁ ରକ୍ଷା ପାଇବା ପାଇଁ ସାରା ବିଶ୍ୱ ଆଜି ଚିନ୍ତାରେ। କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଏହି ଭୂତାଣୁ ରୋକିବା ଦିଗରେ ସଚେତନା ହଁି ଏକମାତ୍ର ବିକଳ୍ପ ବୋଲି ବାରମ୍ବାର ପ୍ରଚାର କରୁଛନ୍ତି।…
କରୋନା ଯୋଗୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଗଣମାଧ୍ୟମ ଶିଳ୍ପ: ସରକାରୀ ସହାୟତା ଅପରିହାର୍ଯ୍ୟ
ଓ୍ବାଶିଂଟନ,୧୩।୪: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଦେଖାଦେଇଛି ଆର୍ଥିକ ମାନ୍ଦାବସ୍ଥା। ଏହାଯୋଗୁ ବିଭିନ୍ନ ଗଣମାଧ୍ୟମ ଶିଳ୍ପ ଅଧିକ ପ୍ରଭାବିତ ହୋଇଛନ୍ତି। ୨୦୦ରୁ ଅଧିକ ଦେଶରେ କରୋନା ସଂକ୍ରମଣ ଯୋଗୁ ପ୍ରାୟ ୯୦ଟି ଦେଶରେ ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତି। ଫଳରେ ବିଭିନ୍ନ…
ଜୟପୁରରେ ଶୁଭାରମ୍ଭ ହେଲା କୋଭିଡ୍ ହସ୍ପିଟାଲ
ଜୟପୁର,୧୩ା୪(ଡି.ଏନ୍.ଏ.): କୋରାପୁଟ ଜିଲାର ଏକମାତ୍ର କୋଭିଡ୍ ହସ୍ପିଟାଲ ଜୟପୁରସ୍ଥିତ ପୁରାତନ ଚିକିତ୍ସାଳୟଠାରେ ସୋମବାର ଶୁଭାରମ୍ଭ ହୋଇଛି। ଜିଲାପାଳ ମଧୁସୂଦନ ମିଶ୍ର ଏହାକୁ ଉଦ୍ଘାଟନ କରିଥିଲେ। ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଏହି ହସ୍ପିଟାଲରେ ୧୫୦ ଶଯ୍ୟା ରହିବା ସହିତ ୩ଟି ଭେଣ୍ଟିଲେଟର ଏବଂ…
ମାସ୍କ ପିନ୍ଧି ନ ଥିବା ୧୦୦ ଜଣଙ୍କୁ ଧରିଲା ପୋଲିସ
ବଲାଙ୍ଗୀର ଅଫିସ,୧୩ା୪: ଲକ୍ଡାଉନ୍ ନିୟମ ଅଭିଯୋଗରେ ବଲାଙ୍ଗୀର ସହରର ବିଭିନ୍ନ ଛକରେ ପୋଲିସ ପକ୍ଷରୁ ସୋମବାର ମାସ୍କ ପିନ୍ଧି ନ ଥିବା ୧୦୦ ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ଲକ୍ଡାଉନ୍ କଟକଣା ବୃଦ୍ଧି କରାଯିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ମଧ୍ୟ…
କୋଭିଡ୍ ଫଣ୍ଡ୍କୁ ୩,୫୧,୧୧୧ ଟଙ୍କା ପ୍ରଦାନ: ଚେକ୍ ଗ୍ରହଣ କଲେ ଗଞ୍ଜାମ ଜିଲାପାଳ
ଶେରଗଡ଼,୧୩ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ସମ୍ମୁଖରେ ସୋମବାର ସକାଳେ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ପହଞ୍ଚି ୩ଲକ୍ଷ ୫୧ ହଜାର ୧ ଶହ ୧୧ ଟଙ୍କାର ଏକ ଚେକ୍ ଗ୍ରହଣ କରିଛନ୍ତି। ଉକ୍ତ ଚେକ୍ ଶେରଗଡ଼ ବ୍ଲକର ସମସ୍ତ…
Archives


