କରୋନା ଭାଇରସ୍‌

ସେଣ୍ଟ୍ରାଲ ଦିଲ୍ଲୀର ଜିଲାପାଳଙ୍କ ଡ୍ରାଇଭର କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୧।୫: ଦିଲ୍ଲୀରେ କରୋନା ଭାଇରସ୍‌ ସଂକ୍ରମଣ ତୀବ୍ରଗତିରେ ବଢ଼ିବାରେ ଲାଗିଛି। ଏଠାରେ ଏପର୍ଯ୍ୟନ୍ତ ୩୫୦୦ରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇସାରିଲେଣି। ଏହିକ୍ରମରେ ସେଣ୍ଟ୍ରାଲ ଦିଲ୍ଲୀର ଜିଲାପାଳ ନିଧି ଶ୍ରୀବାସ୍ତବଙ୍କ ଡ୍ରାଇଭର କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ଏହାପରେ ସହରରେ ଆତଙ୍କ ଖେଳିଯାଇଛି।…

ଦେଶରେ ୨୪ ଘଣ୍ଟାରେ ୧,୯୯୩ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୧।୫: ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ। ଲକ୍‌ଡାଉନ ପରେ ବି ଦେଶରେ କରୋନା ସଂକ୍ରମିତଙ୍କ ହାର କମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ୧,୯୯୩ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏବେ…

ଆମେରିକା: କରୋନା ସଂକ୍ରମଣରେ ୬୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ

ଓ୍ବାଶିଂଟନ,୧।୫: କରୋନା କବଳରେ ଆମେରିକା। ସେଠାରେ ପ୍ରତି ୨୪ ଘଣ୍ଟାରେ ଏବେବି ୨ ହଜାରରୁ ଊଦ୍ଧ୍ୱର୍ର୍ ଲୋକଙ୍କ ମୃତ୍ୟୁ ସରକାରଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛନ୍ତି। ଗୁରୁବାର ସୁଦ୍ଧା ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୦୬୯,୫୩୪ ଥିବା ବେଳେ ମୃତକଙ୍କ ସଂଖ୍ୟା ୬୩,୦୦୧ରେ…

ଲକ୍‌ଡାଉନ ବଢ଼ିଲେ ଅଧିକାଂଶ ମୃତ୍ୟୁ ଭୋକରେ ହେବ: ନାରାୟଣମୂର୍ତ୍ତି

ନୂଆଦିଲ୍ଲୀ,୧।୫: କରୋନା ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହାର ଅବଧି ମେ’ ୩କୁ ଶେଷ ହେବାକୁ ଥିବା ବେଳେ ଦେଶରେ ଲକ୍‌ଡାଉନକୁ ଆହୁରି ବୃଦ୍ଧି କରାଯିବାକୁ ନେଇ ଚର୍ଚ୍ଚା ଚାଲିଛି। ଏହି ଆଶଙ୍କା ମଧ୍ୟରେ ଦେଶର ପ୍ରତିଷ୍ଠିତ ଆଇଟି…

କରୋନା ଭୟ: ଦିଲ୍ଳୀ-ଗୁରୁଗ୍ରାମ ବର୍ଡର ସିଲ୍‌

ନୂଆଦିଲ୍ଲୀ,୧।୫: କରୋନା ଭାଇରସ୍‌ ସଂକ୍ରମଣ ସଙ୍କଟକୁ ଦେଖି ଏବେ ଗୁରୁଗ୍ରାମ ସୀମାକୁ ସିଲ୍‌ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏଭଳି ସ୍ଥିତିରେ କେବଳ ସେହି ଲୋକଙ୍କୁ ଯିବାକୁ ଅନୁମତି ଦିଆଯିବ, ଯେଉଁମାନଙ୍କ ପାଖରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପାସ୍‌ ଜାରି କରାଯାଇଥିବ। ଏନେଇ…

ରାଜ୍ୟର ୧୪ କରୋନା ଆକ୍ରାନ୍ତ ସୁସ୍ଥ: ମୋଟ ଆରୋଗ୍ୟ ସଂଖ୍ୟା ୫୫କୁ ବୃଦ୍ଧି

ଭୁବନେଶ୍ୱର,୧ା୫(ବ୍ୟୁରୋ): ରାଜ୍ୟରେ ୧୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଶୁକ୍ରବାର ରାଜ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ଜଣାଯାଇଛି। ଏମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ାରୁ ଜଣେ, ଭୁବନେଶ୍ୱରରୁ ୩ଜଣ, ବାଲେଶ୍ୱରରୁ ୩ଜଣ ଏବଂ ଭଦ୍ରକରୁ ୭ଜଣ…

ମେ ୩୦’ରେ ପର୍ତ୍ତୁଗୀଜ ଲିଗ୍‌ ପୁଣି ଆରମ୍ଭ ହେବ

ଲିସ୍‌ବନ,୧।୫(ଏପି): କୋଭିଡ-୧୯ ସଂକ୍ରମଣ କାରଣରୁ ପର୍ତ୍ତୁଗୀଜ ଫୁଟବଲ ଲିଗ୍‌ ସ୍ଥଗିତ ରହିଥିଲା। ତେବେ ଏହା ପୁଣି ଆରମ୍ଭ ହେବ। ଏହି ଲିଗ୍‌ ମେ ୩୦ ତାରିଖରୁ ପୁଣି ଆରମ୍ଭ ହେବ ବୋଲି ପର୍ତ୍ତୁଗାଲ ସରକାର ସୂଚନା ଦେଇଛନ୍ତି। ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ…

ଚିନ୍ତା ବଢ଼ାଇଲେଣି ପଶ୍ଚିମବଙ୍ଗ ଫେରନ୍ତା: ଯାଜପୁରରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୮କୁ ବୃଦ୍ଧି

ଭୁବନେଶ୍ୱର,୧।୫(ବ୍ୟୁରୋ): ଯାଜପୁର ଜିଲାରେ ପୁଣି ଜଣେ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୯ରେ ପହଞ୍ଚିଛି। ସେହିଭଳି ରାଜ୍ୟରେ ପଜିଟିଭ୍‌ଙ୍କ ସଂଖ୍ୟା ୧୪୮କୁୁ ବୃଦ୍ଧି ପାଇଛି। ଆକ୍ରାନ୍ତଜଣଙ୍କ ୩୦ ବର୍ଷର ଯୁବକ। ସେ ବେହରାପାଟଣା ଅଞ୍ଚଳର…

ରେଡ୍‌ ଜୋନରେ ସାମିଲ ଦେଶର ୧୩୦ ଜିଲା: ତାଲିକା ଜାରି କଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧।୫: କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବାକୁ ଦେଶରେ ଲକ୍‌ଡାଉନ ଜାରି ରହିଛି। ଦ୍ୱିତୀୟ ପର୍ଯ୍ୟାୟର ଲକ୍‌ଡାଉନ ଅବଧି ମେ’ ୩କୁ ଶେଷ ହେବାକୁ ଯାଉଛି। ଇତିମଧ୍ୟରେ ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ବିଭିନ୍ନ ଜୋନର ତାଲିକା ପ୍ରକାଶ କରିଛି। ସମ୍ପୃକ୍ତ ଅଞ୍ଚଳର…

ଆଇନ ଉଲ୍ଲଂଘନ କରି ଦୁଇ ଜୁଏଲାରୀ ଦୋକାନ ସିଲ୍‌: ଦେଲେ ୧୦ ହଜାର ଲେଖାଏ ଫାଇନ

କଣ୍ଟାବାଞ୍ଜି, ୧।୫(ଡି.ଏନ୍‌.ଏ.): କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର ମେ’ ୩ ତାରିଖ ଯାଏ ଲକ୍‌ଡାଉନ ଜାରି ରଖିଛନ୍ତି। ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ପୌରାଞ୍ଚଳରେ କେତେକ ନିର୍ଦ୍ଧିଷ୍ଟ ଦୋକାନ ଖୋଲିବାର ଆଦେଶ ରହିଛି। ମାତ୍ର ସହରର କେତେକ ଜୁଏଲାରୀ ଦୋକାନ…

ସେଲୁନ ଖୋଲିବାକୁ ସରକାରଙ୍କୁ ନିବେଦନ କଲେ ବାରିକ ସଂଘ

ଚୌଦ୍ୱାର,୧ା୫(ଡି.ଏନ୍‌.ଏ.): କରୋନା ମହାମାରୀ ଜନିତ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାରା ରାଜ୍ୟରେ ଲକ୍‌ଡାଉନରେ ଜାରିରହିଛି। ଇତି ମଧ୍ୟରେ ଲକ୍‌ଡାଉନ ଘୋଷଣା ହେବାର ୧ ମାସରୁ ଊର୍ଦ୍ଧ୍ୱ ହେଲାଣି। ସମ୍ବେଦନଶୀଳ କିଛି ଅଞ୍ଚଳକୁ ବାଦ୍‌ ଦେଲେ ଅନ୍ୟ କିଛି ଅଞ୍ଚଳରେ ଲକ୍‌ଡାଉନ…

CORONAVIRUS UPDATE: ଯାଜପୁରରେ ପୁଣି ୨ ପଜିଟିଭ୍‌ ଚିହ୍ନଟ; ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭

ଭୁବନେଶ୍ୱର,୧।୫(ବ୍ୟୁରୋ): ଯାଜପୁର ଜିଲାରୁ ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରକାଶ ଯେ, ପୂର୍ବରୁ ରାଜ୍ୟର ୩ ନୂଆ ପଜିଟିଭ୍‌ ବିଷୟରେ ସୂଚନା ଦିଆଯାଇଥିଲା। ସେମାନଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri