କରୋନା ଭାଇରସ୍‌

କରୋନା ପଜିଟିଭ୍‌ ଆସିବା ପରେ ବଲାଙ୍ଗୀରର ୨୧ ଗ୍ରାମ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା: ଲିଖିରିଆରୁ ଆରମ୍ଭ ହେଲା ସାନିଟାଇଜେଶନ୍‌

ବଲାଙ୍ଗୀର ଅଫିସ/ଗୁଡଭେଲା,୨ା୫(ଡି.ଏନ.ଏ.)- ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ରୁଷୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲିଖିରିଆ ଗାଁର ଦୁଇଜଣ ଯୁବକଙ୍କ ସ୍ବାବ ଟେଷ୍ଟ ଶୁକ୍ରବାର ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ହାତକୁ ନିଆଯାଇଛି। ଜିଲାପାଳ ଅରିନ୍ଦମ ଡାକୁଆଙ୍କ ନିର୍ଦ୍ଦେଶକ୍ରମେ…

କରୋନାର କରୁଣ ଦୃଶ୍ୟ: ମୃତ ଲୋକଙ୍କ ପାଇଁ ମିଳୁନି କଫିନ!

ସାଓ ପୋଲୋ,୨।୫: ବ୍ରାଜିଲର ମାନୁସ ସହରରେ କରୋନାର କରୁଣ ଦୃଶ୍ୟ ଦେଖିବାକୁ ମିଳିଛି। ମିଳିଥିବା ଖବର ଅନୁଯାୟୀ, ଏଠାରେ ପ୍ରତିଦିନ କରୋନା ସଂକ୍ରମଣରେ ଶହ ଶହ ଲୋକଙ୍କ ମୃତ୍ୟୁ ହେଉଛି। ମୃତଦେହ ରଖିବାକୁ ଶବଗୃହରେ ସ୍ଥାନର ଅଭାବ ପଡିଥିବା ବେଳେ ମୃତଦେହ…

ମହାରାଷ୍ଟ୍ର ଫେରନ୍ତା ୭ପ୍ରବାସୀ ଶ୍ରମିକ କରୋନା ପଜିଟିଭ୍‌

ଲକ୍ଷ୍ନୌ,୨।୫: ଲକ୍‌ଡାଉନ ଭିତରେ ବିଭିନ୍ନ ରାଜ୍ୟରୁ ନିଜ ଭିଟାମାଟିକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ନିକଟରେ କରୋନା ସଂକ୍ରମଣ ମାମଲା ବଢ଼ୁଥିବା ନଜର ଆସିଛି। କିଛି ଏଭଳି ଖବର ଆସିଛି ଉତ୍ତରପ୍ରଦେଶର ବସ୍ତି ଜିଲାରୁ। ବସ୍ତି ଜିଲାକୁ ମହାରାଷ୍ଟ୍ରରୁ ଫେରିଥିବା ୭ ପ୍ରବାସୀ…

କରୋନା ଆତଙ୍କ: ମୃତ୍ୟୁ ସଂଖ୍ୟା ୨ଲକ୍ଷ ୩୯ ହଜାର ଟପିଲା; ୩୪ ଲକ୍ଷରୁ ଅଧିକ ସଂକ୍ରମିତ

ଓ୍ବାଶିଂଟନ,୨।୫: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀରେ ମୃତକଙ୍କ ସଂଖ୍ୟା ୨ ଲକ୍ଷ ୩୯ ହଜାର ୫୮୬ରେ ପହଞ୍ଚିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୩୪ ଲକ୍ଷ ୬୦୭ ଛୁଇଁଛି। ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧…

କରୋନା କବଳରେ ୧୨୨ ସିଆର୍‌ପିଏଫ୍‌ ଯବାନ

ନୂଆଦିଲ୍ଲୀ,୨।୫: ଦେଶରେ କରୋନା ସଂକ୍ରମଣକୁ ନେଇ ଲକ୍‌ଡାଉନ ଜାରି ରହିଥିଲେ ମଧ୍ୟ ଏବେବି ଏହା ବୃଦ୍ଧି ପାଇବାରେ ଲାଗିଛି। ୨୪ ଘଣ୍ଟାରେ ଦେଶରେ ୨ ହଜାରରୁ ଊର୍ଦ୍ଧ୍ୱ ଲୋକ କରୋନାରେ ସଂକ୍ରମିତ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ତେବେ ଏଥିରୁ…

ରେଡ୍‌ ଜୋନ୍‌ରୁ ଚୌଦ୍ୱାର ଫେରିଥିଲେ: ପୌରପାଳିକା ତରଫରୁ ଘରେ ଲାଗିଲା ହୋମ୍‌ କ୍ୱାରାଣ୍ଟାଇନ ସୂଚନା ଫଳକ

ଚୌଦ୍ୱାର,୨ା୫(ଡି.ଏନ୍‌.ଏ.): କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ କଟକ ଜିଲା ଚୌଦ୍ୱାର ପୌରପାଳିକା ତରଫରୁ ଗାନ୍ଧିଛକସ୍ଥିତ ପୌର ଟାଉନ ହଲରେ କ୍ୱାରାଣ୍ଟାଇନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। କିଛି ଦିନ ହେବ ବାହାର ରାଜ୍ୟ ବିହାରରୁ ଜଣେ ବ୍ୟକ୍ତି ଏବଂ ରେଡ୍‌ ଜୋନ…

୧୫ବର୍ଷୀୟ ବାଳକଙ୍କ କରୋନାରେ ମୃତ୍ୟୁ: ରାଜସ୍ଥାନରେ ମୃତ୍ୟୁସଂଖ୍ୟା ୬୫କୁ ବୃଦ୍ଧି

ଜୟପୁର,୨।୫: ରାଜସ୍ଥାନରେ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଛି। ଶନିବାର ରାଜ୍ୟରେ କରୋନା ଯୋଗୁ ୩ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ୧୫ବର୍ଷୀୟ ବାଳକ ଥିବା ଜଣାପଡ଼ିଛି। ତେବେ ମୃତକଙ୍କ ମଧ୍ୟରେ ଜୟପୁରର ୫୫ବର୍ଷୀୟ ବୃଦ୍ଧ ଓ ୧୫ବର୍ଷୀୟ ନାବାଳକ…

ଦେଶରେ ୨୪ ଘଣ୍ଟାରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୨।୫: ଦେଶରେ କରୋନା ଭାଇରସର ସଂକ୍ରମଣ ଏବେ କମ୍‌ ହେବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି। ଯାହା ସରକାରଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୨,୨୯୩ କରୋନା ପଜିଟିଭ ଚିହ୍ନଟ ହେବା ଫଳରେ ଏହାର…

ସୁରାଟରୁ ଫେରିଲେ ୪୫ ପ୍ରବାସୀ ଓଡ଼ିଆ

ଭଦ୍ରକ ଅଫିସ,୨।୫: ଭଦ୍ରକରେ ଶନିବାର ଭୋର ୩ଟାରୁ ପ୍ରଥମ ପ୍ରବାସୀ ଓଡ଼ିଆ ଆସି ପହଞ୍ଚିଛନ୍ତି। ନିଜ ଖର୍ଚ୍ଚରେ ଦୀର୍ଘ ୩ ଦିନର ବସ୍‌ ଯାତ୍ରା ପରେ ଆସି ସେମାନେ ନିଜ ଜନ୍ମମାଟିରେ ପହଞ୍ଚିଛନ୍ତି। ଲକ୍‌ଡାଉନ ଯୋଗୁ କାମ ବନ୍ଦ ହୋଇଯିବାରୁ ଗୁଜୁରାଟର…

ବରୀରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ: ପ୍ରାୟ ୧୦୦୦ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଅନୁମାନ

ବରୀ/ରତ୍ନଗିରି,୨।୫(ସ୍ବ.ପ୍ର./ଡି.ଏନ୍‌.ଏ.): ଯାଜପୁର ଜିଲା ଶନିବାର ୫ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ବରୀ ବ୍ଲକର ବୋଲି ଜଣାପଡ଼ିଛି। ତେବେ ପ୍ରଥମ ଥର ବରୀ ବ୍ଲକରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ, ବରୀ ବ୍ଲକ କଳାମାଟିଆ ପଞ୍ଚାୟତର…

କରୋନା ଲଢ଼େଇରେ ସଫଳତା: ସଂକ୍ରମିତଙ୍କୁ ରେମ୍‌ଡିସିଭିର୍‌ ଔଷଧ ଦେଲେ ପଡୁନି ଭେଣ୍ଟିଲେଟରର ଆବଶ୍ୟକତା

ଓ୍ବାଶିଂଟନ,୨।୫: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ତେବେ କରୋନା ଲଢ଼େଇରେ ଧୀରେଧୀରେ ସଫଳତାର ଆଶା ସୃଷ୍ଟି ହେବାରେ ଲାଗିଛି। ଆମେରିକାରେ କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ଇବୋଲା ସଂକ୍ରମଣ ରୋକିବା ପାଇଁ ବ୍ୟବହାର କରାଯାଇଥିବା ରେମ୍‌ଡିସିଭିର୍‌ ଔଷଧର ପ୍ରୟୋଗ…

CORONAVIRUS UPDATE: ଯାଜପୁରରେ ଆଉ ୫ ଆକ୍ରାନ୍ତ ଚିହ୍ନଟ: ତଥ୍ୟ ଜାରିକଲେ ରାଜ୍ୟ ସରକାର

ଭୁବନେଶ୍ୱର,୨।୫ (ବ୍ୟୁରୋ): ଯାଜପୁର ଜିଲାରେ ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫ରେ ପହଞ୍ଚିଛି। ଏହାକୁ ମିାଶଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୪କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri