କରୋନା ଭାଇରସ୍‌

ସିଙ୍ଗାପୁରରେ ୪୮୦୦ ଭାରତୀୟ କରୋନା ସଂକ୍ରମିତ: ସେମାନଙ୍କ ମଧ୍ୟରେ ୯୦ ପ୍ରତିଶତ ଶ୍ରମିକ

ସିଙ୍ଗାପୁର,୪।୫: ସିଙ୍ଗାପୁରରେ ୪୮୦୦ ଭାରତୀୟ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୯୦ ପ୍ରତିଶତ ଶ୍ରମିକ ଥିବା କୁହାଯାଉଛି। ସ୍ଥାନୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ସମ୍ପ୍ରତି ସିଙ୍ଗାପୁରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮,୨୦୫ ରହିଛି। ସେହିପରି ମୃତକଙ୍କ ସଂଖ୍ୟା…

ଏମ୍‌କେସିଜିରେ ୩ କରୋନା ସନ୍ଦିଗ୍ଧ ଭର୍ତ୍ତି

ବ୍ରହ୍ମପୁର ଅଫିସ,୪।୫: ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲର ସଂଘରୋଧ କକ୍ଷରେ ସୋମବାର ୩ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ସ୍ବାବ ସଂଗ୍ରହ କରାଯାଇ ଏମ୍‌କେସିଜି ମେଡିକାଲର ମାଇକ୍ରୋବାୟୋଲୋଜି ପରୀକ୍ଷା କେନ୍ଦ୍ର ଓ ଭୁବନେଶ୍ୱର ଆର୍‌ଏମ୍‌ଆରସିକୁ ପଠାଯାଇଥିବା…

ଲକ୍ଷେ ଟପିବ ଆମେରିକା କରୋନା ମୃତ୍ୟୁ ସଂଖ୍ୟା: ଟ୍ରମ୍ପ୍‌

ଓ୍ବାଶିଂଟନ,୪।୫: କରୋନା ସଂକ୍ରମଣ ଯୋଗୁ ଆମେରିକାରେ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଗାମୀ ଦିନରେ କରୋନା ମୃତ୍ୟୁ ସଂଖ୍ୟା ଆମେରିକାରେ ଲକ୍ଷେ ଟପିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସତର୍କ ସୂଚନା ଦେଇଛନ୍ତି। ତାଙ୍କ ସରକାର କରୋନା…

କୋଟାରୁ ଆସିଲେ ୨୬ ପ୍ରବାସୀ ଓଡ଼ିଆ, ୬ଟି ବସ୍‌ ଯୋଗେ ଝାରଖଣ୍ଡ ଯିବେ ୧୪୨ ଜଣ

ଭଦ୍ରକ ଅଫିସ, ୪।୫: ରାଜସ୍ଥାନର କୋଟାରେ ଫସିଥିବା ଛାତ୍ରଛାତ୍ରୀ ସୋମବାର ଭଦ୍ରକ ଜିଲାରେ ପହଞ୍ଚିଛନ୍ତି। ଫେରିଛନ୍ତି। ସେଠାରେ ଫସିଥିବା ଜିଲାର ୨୧ ଛାତ୍ରଛାତ୍ରୀ ଓ ୫ ଅଭିଭାବକ ଏକ ସ୍ବତନ୍ତ୍ର ବସ୍‌ ଯୋଗେ ଭଦ୍ରକରେ ପହଞ୍ଚିଛନ୍ତି। ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପ ଠାରେ…

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ବିଶୃଙ୍ଖଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଜିଲାପାଳ

ଛତ୍ରପୁର,୪ା୫(ଡି.ଏନ୍‌.ଏ.) : ବାହାର ରାଜ୍ୟରୁ ବସ୍‌ ଓ ଟ୍ରେନ୍‌ରେ ଶତାଧିକ ପ୍ରବାସୀ ଓଡ଼ିଆ ଗଞ୍ଜାମ ଜିଲାକୁ ଫେରିବାରେ ଲାଗିଛନ୍ତି। ରବିବାର ଜିଲାର କେତେକ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ସୁରଟ ଫେରନ୍ତାମାନେ ବିଶୃଙ୍ଖଳା କରିଛନ୍ତି। ଏପରିକି ଆଉ କେତେକ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରୁ ଚମ୍ପଟ…

ବିଭିନ୍ନ ସଂଗରୋଧ କେନ୍ଦ୍ର ବୁଲି ଦେଖିଲେ କଟକ ଜିଲାପାଳ: ପରିମଳ ବ୍ୟବସ୍ଥା ନେଇ ପ୍ରକାଶ କଲେ ଅସନ୍ତୋଷ

ଚୌଦାର,୪l୬(ଡି. ଏନ୍‌.ଏ): କଟକ ଜିଲା ଚୌଦ୍ୱାର ପୌରପାଳିକା ଓ ବିଭିନ୍ନ ପଞ୍ଚାୟତରେ କରାଯାଇଥିବା ସଂଗରୋଧ କେନ୍ଦ୍ରକୁ ସୋମବାର କଟକ ଜିଲାପାଳ ଭବାନୀଶଙ୍କର ଚଇନି ପରିଦର୍ଶନ କରିଛନ୍ତି। ପୌରପାଳିକା ତରଫରୁ ଗାନ୍ଧି ଛକ, ଚୌଦ୍ୱାର ମହାବିଦ୍ୟାଳୟ ମହିଳା ଛାତ୍ରୀନିବାସରେ ପ୍ରବାସୀ ଓଡ଼ିଆଙ୍କ ପାଇଁଁ…

ଦେଶରେ ୧୧ ଲକ୍ଷରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା ହୋଇଛି: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୪।୫: ଦେଶର କରୋନା ସଂକ୍ରମଣ ରୋକିବା ପାଇଁ ନମୁନା ପରୀକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଛି। ସୋମବାର ସୁଦ୍ଧା ୧୧ ଲକ୍ଷ ୭ ହଜାର ୨୩୩ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଭାରତୀୟ ମେଡିକାଲ ରିସର୍ଚ୍ଚ ପରିଷଦ (ଆଇସିଏମ୍‌ଆର୍‌) ପକ୍ଷରୁ ସୂଚନା ଦିଆଯାଇଛି।…

ଲକ୍‌ଡାଉନରେ ବହି ପଢ, ଗଛ ଲଗାଅ: ଇମ୍ରାନ

ଇସ୍‌ଲାମାବାଦ,୪।୫: କରୋନା ସଂକ୍ରମଣ ରୋକିବାକୁ ଏବେ ବିଶ୍ୱର ଅଧିକାଂଶ ଦେଶରେ ଲକ୍‌ଡାଉନ ଫର୍ମୁଲାକୁ ଲାଗୁ କରାଯାଇଛି। ପାକିସ୍ତାନରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଏହା ଇମ୍ରାନ ଖାଁ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି।…

ଲକ୍‌ଡାଉନ୍‌: ଆନ୍ଧ୍ରପ୍ରଦେଶରେ ଫସିଛନ୍ତି ସୁନ୍ଦରଗଡ଼ର ୧୦୦ ଯୁବତୀ: ଫେରାଇ ନେବାକୁ ରାଜ୍ୟ ସରକାରଙ୍କୁ କଲେ ନିବେଦନ

ସୁନ୍ଦରଗଡ଼,୪ା୫(ଡି.ଏନ୍‌.ଏ.): ଲକ୍‌ଡାଉନ ଯୋଗୁ ଆନ୍ଧ୍ରପ୍ରଦେଶରେ ଫସିଛନ୍ତି ସୁନ୍ଦରଗଡ଼ ଜିଲାର ୧୦୦ଜଣ ଯୁବତୀ। ଏହି ଯୁବତୀମାନେ ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେମାନଙ୍କ ଘରକୁ ଫେରାଇ ନେବାର ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି। ଆନ୍ଧ୍ରପ୍ରଦେଶର ନେଲୋର ଜିଲାସ୍ଥିତ ରାଇଜିଂ ଇଣ୍ଡିଆନ…

ଖୋଲିଲା ମଦ ଦୋକାନ: ଲାଗିଲା ଗ୍ରାହକଙ୍କ ଲମ୍ବା ଲାଇନ

ନୂଆଦିଲ୍ଲୀ,୪।୫: କରୋନା ସଂକ୍ରମଣ ରୋକିବାକୁ ସୋମବାରଠାରୁ ଦେଶରେ ଲାଗୁ ହୋଇଛି ଲକ୍‌ଡାଉନ ୩.୦। ପୂର୍ବରୁ ଯେଉଁ ୪୦ ଦିନିଆ ଲାକ୍‌ଡାଉନ ଘୋଷଣା କରାଯାଇଥିଲା ସେତେବେଳେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳି ନ ଥିବା ବେଳେ ଏବେ କିନ୍ତୁ କିଛି ରାଜ୍ୟରେ…

ପ୍ରବାସୀ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ: ନିୟମ ଉଲ୍ଲଂଘନ କଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୪।୫(ବ୍ୟୁରୋ): ରାଜ୍ୟ ବାହାରୁ ଆସୁଥିବା ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା ଚେତାବନୀ ଦେଇଛନ୍ତି। ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆମାନେ ନିଜ ତଥା ନିଜ ପରିବାରର ଜୀବନ ସୁରକ୍ଷା ପାଇଁ କ୍ୱାରାଣ୍ଟାଇନରେ ରହିବା ସହ ସରକାରଙ୍କ ସମସ୍ତ ନିୟମ କଡ଼ାକଡ଼ି ଭାବେ…

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିବାକୁ ଅମଙ୍ଗ ହେଉଛନ୍ତି କରୋନା ସନ୍ଦିଗ୍ଧ

ରତ୍ନଗିରି,୪ା୫(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକରେ କଳାମାଟିଆ, ଉଦୟନାଥପୁର ଓ ବାଇଁଶିରିଆ ପଞ୍ଚାୟତରେ ୪ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ପଜିଟିଭ୍‌ ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରାଯାଇଥିଲା। ମାତ୍ର ସରକାରୀସ୍ତରରେ ରାଜ୍ୟ ତଥା ଜିଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri