ଦେଶରେ କରୋନା ସଂକ୍ରମିତଙ୍କ ସୁସ୍ଥ ହାର ୩୦ ପ୍ରତିଶତ ଟପିଲା
ନୂଆଦିଲ୍ଲୀ,୧୦।୫: ଦେଶରେ କରୋନା ସଂକ୍ରମିତଙ୍କ ସୁସ୍ଥ ହାର ୩୦ ପ୍ରତିଶତ ଟପିଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ସୁସ୍ଥ ହୋଇ ଘରକୁ ଫେରିଥିବା ଲୋକଙ୍କ ସଂଖ୍ୟା ୧୯,୩୫୮ ରହିଛି। ରବିବାର ସୁଦ୍ଧା ମୋଟ ସଂକ୍ରମିତଙ୍କ…
ଅନୁଗୋଳ ପରେ ବୌଦ୍ଧକୁ ଡେଇଁଲା କରୋନା
ଭୁବନେଶ୍ୱର,୧୦।୫(ବ୍ୟୁରୋ)-ରାଜ୍ୟରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରବିବାର ସନ୍ଧ୍ୟାରେ ଆଉ ୧୫ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରେ ପୁରୀ ଓ ଅନୁଗୋଳରୁ ୨ ଜଣ ରହିଥିବାବେଳେ ଗଞ୍ଜାମରୁ ୭, ବୌଦ୍ଧରୁ…
ରାଜ୍ୟରେ ଆଉ ୧୫ କରୋନା ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୩୭୭ରେ ପହଞ୍ଚିଲା
ଭୁବନେଶ୍ୱର,୧୦।୫(ବ୍ୟୁରୋ)-ରାଜ୍ୟରେ ପୁଣି ରବିବାର ସାରେ ୧୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରେ ପୁରୀ ଓ ଅନୁଗୋଳରୁ ୨ ଜଣ ରହିଥିବାବେଳେ ଗଞ୍ଜାମରୁ ୭, ବୌଦ୍ଧରୁ ୩ ଓ ଯାଜପୁରରୁ…
ଟିଟିଲାଗଡ଼ ଷ୍ଟେଶନରେ ପହଞ୍ଚିଲେ ୧୨୦୦ ମହାରାଷ୍ଟ୍ର ଫେରନ୍ତା
ଟିଟିଲାଗଡ଼,୧୦।୫: ବଲାଙ୍ଗୀରର ଟିଟିଲାଗଡ଼ ଷ୍ଟେଶନରେ ଓଡ଼ିଶାର ୧୨୦୦ ଶ୍ରମିକ ରବିବାର ପହଞ୍ଚିଛନ୍ତି। ସେମାନେ ମହାରାଷ୍ଟ୍ରରୁ ଫେରିଛନ୍ତି। ଶ୍ରମିକମାନେ ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ବରଗଡ଼ ଆଦି ଜିଲାର ବୋଲି କୁହାଯାଉଛି। ଏଠାରେ ୫୦ଟି ବସ୍ ଯୋଗେ ସେମାନଙ୍କୁ ସ୍କ୍ରିନିଂ କେନ୍ଦ୍ରକୁ ନିଆଯାଇଛି।…
୧୦ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ୮ ସୁରଟ ଫେରନ୍ତା
ଭୁବନେଶ୍ୱର,୧୦।୫(ବ୍ୟୁରୋ)-ରାଜ୍ୟରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ରବିବାର ରାଜ୍ୟରେ ଚିହ୍ନଟ ହୋଇଥିବା ୧୦ ନୂତନ ଆକ୍ରାନ୍ତଙ୍କ ବିଷୟରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ସେମାନଙ୍କ ମଧ୍ୟରେ ୪ ଜଣ ଯାଜପୁରର ହୋଇଥିବାବେଳେ ୨ ଜଣ ସୁରଟ ଫେରନ୍ତା ଏବଂ…
ଗତ ୨୪ ଘଣ୍ଟାରେ ୧୦ ରାଜ୍ୟରେ ଚିହ୍ନଟ ହୋଇ ନାହାଁନ୍ତି କୌଣସି କରୋନା ସଂକ୍ରମିତ
ନୂଆଦିଲ୍ଲୀ,୧୦।୫: ଭାରତରେ କରୋନା ସଂକ୍ରମଣ ନେଇ ସଙ୍କଟ ଦେଖାଦେଇଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ନାହିଁ। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ…
ଲକ୍ଡାଉନ ପାଇଁ ଚିନ୍ତାରେ ଅଟୋ ଚାଳକ
କେଗାଁ,୧୦ା୫(ଡି.ଏନ.ଏ.): ଲକ୍ଡାଉନ ଯୋଗୁ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ଥିବା ଅଟୋ ଚାଳକ ଆର୍ଥିକ ଦୁର୍ଗତି ଦେଇ ଗତି କରୁଛନ୍ତି। ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ଏହି ଚାଳକମାନେ ଲକଡାଉନ ଯୋଗୁଁ ଘରେ ବସି ରହିଛନ୍ତି। ସେମାନଙ୍କ ପରିବାର ଭୋକଉପାସରେ…
ମହାରାଷ୍ଟ୍ରରୁ ପିକ୍ଅପ ଭ୍ୟାନରେ ଆସିଲେ ୧୭ ଶ୍ରମିକ
କେଗାଁ, ୧୦ା୫(ଡିଏନଏ): କରୋନା ପାଇଁ ପ୍ରବାସୀ ଶ୍ରମିକ ଘରମୁହାଁ ହୋଇଛନ୍ତି। ରବିବାର କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକକୁ ମହାରାଷ୍ଟ୍ରରୁ ୧୭ ଶ୍ରମିକ ଏକ ପିକଅପ ଭ୍ୟାନ ଯୋଗେ ଆସିଛନ୍ତି। ସେମାନେ ମୁମ୍ବାଇରୁ ଚାଲି ଚାଲି ନାଗପୁର ପର୍ଯ୍ୟନ୍ତ ଆସିବା ପରେ ପୋଲିସ…
ପ୍ରବେଶ ପଥରେ ହେବ ସ୍ବାଗତ ଓ ସ୍କ୍ରିନିଂ: ବିଏମ୍ସି
ଭୁବନେଶ୍ୱର,୧୦।୫(ବ୍ୟୁରୋ)-କରୋନା ମୁକାବିଲା ପାଇଁ ବିଏମ୍ସି ପକ୍ଷରୁ ନିଆଯାଉଛି ବ୍ୟାପକ ପଦେକ୍ଷପ। ବିଭିନ୍ନ ଅଞ୍ଚଳରେ ଚିହ୍ନଟ ହୋଇଥିବା କରୋନା ପଜିଟିଭ ଲୋକଙ୍କ ସ୍ବାବ୍ ସଂଗ୍ରହ କରାଯାଉଥିବାବେଳେ ପ୍ରତ୍ୟେକ ଘର ଘର ବୁଲି ତଥ୍ୟ ସଂଗ୍ରହ କରାଯାଉଛି। ରବିବାର ବିଏମସି ପକ୍ଷରୁ ଭୁବନେଶ୍ୱରର ୩…
ଅହମଦାବାଦ୍ରେ ୩୩୪ ସୁପର ସ୍ପ୍ରେଡର: ମେ ୧୫ ପର୍ଯ୍ୟନ୍ତ ସମସ୍ତ ଦୋକାନ ବନ୍ଦ
ଅହମଦାବାଦ୍,୧୦।୫: ଗୁଜରାଟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଅହମଦାବାଦ୍ରେ କରୋନା ସଂକ୍ରମଣ ବଢ଼ାଇଥିବା ୩୩୪ ଜଣ ସୁପର ସ୍ପ୍ରେଡରଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ଦ୍ୱାରା କରୋନା ସଂକ୍ରମଣ ଅଧିକ ବ୍ୟାପିଥିବା କୁହାଯାଉଛି। ସୁରକ୍ଷା ସୃଷ୍ଟିରୁ ତେଜରାତି, ପନିପରିବା ସମେତ ଅନ୍ୟ…
ଜିଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ନୁନୁକାପଶି ସରପଞ୍ଚ; ବଇଣ୍ଡା ଅଞ୍ଚଳକୁ ୭୨ଘଣ୍ଟା ସଟ୍ଡାଉନ ଘୋଷଣା
ବଇଣ୍ଡା,୧୦।୫(ଡି.ଏନ.ଏ.)-ଅନୁଗୋଳ ଜିଲାରେ ରବିବାର ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କିଶୋରନଗର ବ୍ଲକ ନୁନୁକାପଶି ସରପଞ୍ଚ ଜଳଧର ସାହୁ ଜିଲାପାଳଙ୍କ କ୍ଷମତା ପ୍ରୟୋଗ କରିଛନ୍ତି। ବଇଣ୍ଡା ସହ ପୁରା ପଞ୍ଚାୟତ ଅଞ୍ଚଳକୁ ସେ ୭୨ ଘଣ୍ଟା ପାଇଁ ସଟଡାଉନ…
୨ ସରପଞ୍ଚ ଦେଖାଇଲେ ଜିଲାପାଳଙ୍କ କ୍ଷମତା; ମନ୍ଦାର, ମଧୁପଲ୍ଲୀ ସଟ୍ଡାଉନ ଘୋଷଣା
ପୋଲସରା,୧୦।୫(ଡି.ଏନ.ଏ.)-ଗଞ୍ଜାମ ଜିଲା ପୋଲସରା ବ୍ଲକର ମନ୍ଦାର ଓ ମଧୁପଲ୍ଲୀ ସରପଞ୍ଚ କରୋନା ମୁକାବିଲା ପାଇଁ ରବିବାର ଜିଲାପାଳଙ୍କ କ୍ଷମତା ପ୍ରୟୋଗ କରିଛନ୍ତି। ମନ୍ଦାର ଓ ମଧୁପଲ୍ଲୀକୁ ଉଭୟ ସରପଞ୍ଚ ୭ ଦିନ ଯାଏଁ ସଟଡାଉନ ଘୋଷଣା କରିଛନ୍ତି।
Archives


