ବରୀରେ ୧୭୩ ସ୍ବାବ୍ ସଂଗ୍ରହ
ରତ୍ନଗିରି,୧୨।୫(ଡି.ଏନ.ଏ)-ବରୀ ବ୍ଲକରେ କାର୍ଯ୍ୟରତ ସ୍ବାସ୍ଥ୍ୟବିଭାଗର ଅଧିକାରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ପଦ ପଦବୀ ଦାୟିତ୍ୱରେ ଥିବା ବିଭିନ୍ନ କର୍ମଚାରୀଙ୍କ ସ୍ବାବ୍ ସଂଗ୍ରହ କରାଯାଇଛି। ସ୍ବାସ୍ଥ୍ୟକର୍ମୀ ମନୋରଞ୍ଜନ ପୋଥାଳଙ୍କ ସହଯୋଗରେ ମଙ୍ଗଳବାର ମୋଟ୍ ୧୭୩ ସ୍ବାବ ସଂଗ୍ରହ କରାଯାଇଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ…
ବିଞ୍ଝାରପୁର ବ୍ଲକରେ ପୁଣି ୨କରୋନା ଆକ୍ରାନ୍ତ ଚିହ୍ନଟ
ବିଞ୍ଝାରପୁର,୧୨।୫(ଡି.ଏନ.ଏ)-ଯାଜପୁର ଜିଲା ବିଞ୍ଝାରପୁର ବ୍ଲକରେ ୧୦ଦିନ ବ୍ୟବଧାନ ପରେ ମଙ୍ଗଳବାର ପୁଣି ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ୨ଜଣ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯାଥାକ୍ରମେ ୫୪, ୩୨ ରହିଛି। ଉଭୟେ ନିକଟରେ କୋଲକୋତାରୁ ଫେରି କ୍ୱାରାଣ୍ଟାଇନ ସେଣ୍ଟରେ…
ଗଞ୍ଜାମରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଜିଲାପାଳଙ୍କ ଅଫିସକୁ ପ୍ରବେଶ ପୂର୍ବରୁ କରାଯାଉଛି ସ୍କ୍ରିନିଂ, ସାନିଟାଇଜେଶନ
ଛତ୍ରପୁର, ୧୩/୫(ଡି.ଏନ୍.ଏ.)- ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ଜିଲାପ୍ରଶାସନ ପକ୍ଷରୁ ସମାଜିକ ଦୂରତା, ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି। କିଭଳି ଜିଲାବାସୀଙ୍କୁ ଗୋଷ୍ଠୀ ସଂକ୍ରମଣରୁ ରକ୍ଷା କରାଯାଇପାରିବ ସେଥିପାଇଁ ଉଦ୍ୟମ…
ବଇଣ୍ଡାକୁ କରାଗଲା ସମ୍ପୂର୍ଣ୍ଣ ସାନିଟାଇଜ
ବଇଣ୍ଡା,୧୨।୫(ଡି.ଏନ.ଏ.)-ଅନୁଗୋଳ ଜିଲାରେ ୧୫ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି। ବିଶେଷ କରି କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳରେ ମହାରାଷ୍ଟ୍ରରୁ ପ୍ରବାସୀଙ୍କୁ ନେଇ ଆସୁଥିବା ଏକ ଯାତ୍ରୀବାସୀ ବସ୍ ଏକ ହୋଟେଲରେ ରହି…
୬ ଜିଲାରେ ବଢ଼ିବ କୋଭିଡ କେୟାର ଶଯ୍ୟା
ଭୁବନେଶ୍ୱର, ୧୨।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏ ନେଇ ରାଜ୍ୟରେ ୬ଟି ଜିଲାରେ କୋଭିଡ କେୟାର ସଯ୍ୟା ବୃଦ୍ଧି ନେଇ ନିଷ୍ପତ୍ତି ନିଆଯାଇଛି। ଗଞ୍ଜାମ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ବଲାଙ୍ଗୀରରେ ଶଯ୍ୟା ସଂଖ୍ୟା ବଢ଼ିବ।…
କରୋନା ପୀଡ଼ିତ ଶିକ୍ଷକଙ୍କ ମୃତ୍ୟୁରେ ୧ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୧୨।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କରୋନା ଯୋଦ୍ଧାଙ୍କ ମୃତ୍ୟୁରେ ସହାୟତା ରାଶି ଭାବେ ୧କୋଟି ଟଙ୍କା ପ୍ରଦାନ କରିବାକୁ ପୂର୍ବରୁ ଘୋଷଣା କରିଥିଲେ। ମେ’ ୪ରେ ମ୍ୟୁନିସିପାଲ କର୍ପୋରେଶନ ଅଫ୍ ଦିଲ୍ଲୀ(ଏମ୍ସିଡି)ସ୍କୁଲରେ କାମ କରୁଥିବା ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ପରେ…
ତିଗିରିଆରୁ ଚିହ୍ନଟ କରୋନା ପଜିଟିଭିଙ୍କ ଲିଙ୍କ୍ ଠାବକଲା ନନ୍ଦନକାନନ ପୋଲିସ
ବାରଙ୍ଗ,୧୨।୫(ଡି.ଏନ୍.ଏ.): କଟକ ଜିଲା ତିଗିରିଆର ଜଣେ ୩୭ ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୩ ତାରିଖରେ ସେ ସୁରଟରୁ ଫେରି ପୁରୀରେ ପହଞ୍ଚିଥିଲେ। ସେଠାରୁ ଭୁବନେଶ୍ୱର ଆସିବାପରେ ୨ ସମ୍ପର୍କୀୟ ତାଙ୍କୁ ବାଇକ୍ରେ ନେଇ ତିଗିରିଆରେ ଛାଡିଥିଲେ।…
କରୋନା ଯୁଦ୍ଧରେ ବିଜୟୀ ହେଲେ ୮୮ ବର୍ଷୀୟ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ
ନୂଆଦିଲ୍ଲୀ,୧୨।୫: ହିମାଚଳ ପ୍ରଦେଶରେ ୮୮ ବର୍ଷୀୟ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ କେଏସ୍ ଜସଓ୍ବାଲ କରୋନା ଯୁଦ୍ଧରେ ବିଜୟୀ ହୋଇ କରୋନା ସହ ଲଢିବାକୁ ଅନ୍ୟମାନଙ୍କୁ ସାହାସ ଯୋଗାଇଛନ୍ତି। ଏପ୍ରିଲ ୨୭ରେ ସେ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିବା ପରେ ତାଙ୍କୁ ନୂଆଦିଲ୍ଲୀର…
କରୋନା ମହାମାରୀରେ ଅନ୍ତିମ ସଂସ୍କାର ପାଇଁ ବି ସଙ୍କଟ: ଆମ୍ବୁଲାନ୍ସ୍ରେ ଘଣ୍ଟା ଘଣ୍ଟା ପଡ଼ି ରହିଲା ମୃତଦେହ
ମିରଟ,୧୨।୫: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ସଂକ୍ରମଣଠାରୁ ଅଧିକ ହୃଦୟ ବିଦାରକ ହେବାରେ ଲାଗିଛି କରୋନା ସଂକ୍ରମିତଙ୍କ ଅନ୍ତିମ ସଂସ୍କାରକୁ ନେଇ ଘଟୁଥିବା ଘଟଣା। କରୋନା ମହାମାରୀରେ ଅନ୍ତିମ ସଂସ୍କାର ପାଇଁ ବି ସଙ୍କଟ ଦେଖାଦେଉଛି। ସଂକ୍ରମିତଙ୍କ ମୃତଦେହକୁ…
ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ: ଅନିର୍ଦ୍ଦିଷ୍ଟ କାଳ ପାଇଁ ବାପୁଜୀ ନଗର ମାର୍କେଟ ସିଲ୍
ଭୁବନେଶ୍ୱର,୧୨।୫(ବ୍ୟୁରୋ): ସାମାଜିକ ଦୂରତ୍ୱ ନିୟମ ଭଙ୍ଗ କରୁଥିବାରୁ ଭୁବନେଶ୍ୱର ବାପୁଜୀ ନଗର ମାର୍କେଟକୁ ମଙ୍ଗଳବାର ସିଲ୍ କରିଦିଆଯାଇଛି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ମାର୍କେଟକୁ ସିଲ୍ କରାଯାଉଥିବା ନେଇ ବିଏମ୍ସି ଜୋନାଲ ଡେପୁଟୀ କମିଶନର ଅଂଶୁମାନ ରଥ ସୂଚନା ଦେଇଛନ୍ତି। ତେବେ…
ଜେଲ କଏଦୀଙ୍କୁ ମାସ୍କ ବଣ୍ଟନ
ଆର.ଉଦୟଗିରି,୧୨।୫(ଡି.ଏନ୍.ଏ.): ଗଜପତି ଜିଲା ଆର.ଉଦୟଗିରିର ସାପ୍ତାହିକ ହାଟ ଓ ଜେଲର କଏଦୀମାନଙ୍କୁ ମଙ୍ଗଳବାର କୃଷି ବିଜ୍ଞାନ କେନ୍ଦ୍ର, ଇସାରା ଓ ଲିପିକା ଏନ୍ଜିଓର ପ୍ରୟାସରେ ୨୦୦ଟି ମାସ୍କ ବଣ୍ଟନ କରାଯାଇଛି। ଏହି ଅବସରରେ ମୋହନା ନିର୍ବାଚନ ମଣ୍ଡଳୀର ବିଧାୟକ ଦାଶରଥି ଗମାଙ୍ଗ…
ଅପରେଶନ୍ ସମୁଦ୍ର ସେତୁ : ୨୦୨ ପ୍ରବାସୀଙ୍କୁ ନେଇ ଆଇଏନ୍ଏସ୍ ମଗର ସନ୍ଧ୍ୟାରେ କୋଚିରେ ପହଞ୍ଚିବ
ନୂଆଦିଲ୍ଲୀ,୧୨।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବହୁଦେଶରେ ଲକ୍ଡାଉନ୍ ଜାରି ହୋଇଛି। ଏପରିସ୍ଥଳେ ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ନୌସେନା ପକ୍ଷରୁ ଅପରେଶନ୍ ସମୁଦ୍ର…
Archives


