୨୦୨୦ ଶେଷ ସୁଦ୍ଧା ଆର୍ଥିକ ସମସ୍ୟା ଯୋଗୁ ୮ କୋଟି ୬୦ ଲକ୍ଷ ଶିଶୁଙ୍କୁ ମିଳିବନି ଖାଦ୍ୟ
ଜେନେଭା,୨୮।୫: କରୋନା ମହାମାରୀ ଯୋଗୁ ପୃଥିବୀରେ ଆଗାମୀ ଦିନରେ ଖାଦ୍ୟ ସଙ୍କଟ ଦେଖାଯିବ। ଫଳରେ ୮ କୋଟି ୬୦ ଲକ୍ଷ ଶିଶୁ ଆର୍ଥିକ ସମସ୍ୟା ଯୋଗୁ ସାଧାରଣ ସୁବିଧା ସୁଯୋଗ ସହିତ ଖାଇବାକୁ ମଧ୍ୟ ପାଇବେନି ବୋଲି ୟୁନିସେଫ୍ ଏବଂ ସେଭ୍…
କରୋନା ଆକ୍ରାନ୍ତ ସରପଞ୍ଚ, ଆଶା, ଅଙ୍ଗନଓ୍ବାଡି କର୍ମୀଙ୍କ ସହ ଟେଲିଫୋନ୍ରେ କଥା ହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୮ା୫(ବ୍ୟୁରୋ): ରାଜ୍ୟରେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିବା ସରପଞ୍ଚ, ଆଶା ଏବଂ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ସହ ଗୁରୁବାର ଟେଲିଫୋନ୍ରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମାନଙ୍କର ତ୍ୟାଗ ଏବଂ ଉତ୍ସର୍ଗୀକୃତ ସେବା ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। କରୋନା ରୋଗୀଙ୍କ…
ଦେବଦମ୍ପତିଙ୍କ ବିବାହ ଉତ୍ସବ ସମ୍ପନ୍ନ
ପାଟଣା,୨୮।୫(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ସ୍ଥିତ ଗିରିଜା ଶଙ୍କର ଶିବ ମନ୍ଦିରରେ ବୁଧବାର ରାତିରେ ଦେବଦମ୍ପତିଙ୍କ ଦେବୀ ପାର୍ବତୀ ଓ ଦେବଦେବ ମହାଦେବଙ୍କ ବିବାହ କାର୍ଯ୍ୟ ଆଡ଼ମ୍ବରରେ ସମ୍ପନ୍ନ ହୋଇଛ। ଦେବଦମ୍ପତିଙ୍କ ବିବାହ ଉତ୍ସବ ସକାଶେ ମନ୍ଦିର…
ଆଉ ୨ ଟ୍ରେନରେ ଆସିଲେ ୩୩୪ ପ୍ରବାସୀ
ଭଦ୍ରକ ଅଫିସ,୨୮।୫: ଭଦ୍ରକ ଷ୍ଟେଶନରେ ଆଉ ୨ଟି ଟ୍ରେନ ପହଞ୍ଚିଛି। ତେବେ ଏହି ଟ୍ରେନରେ ସ୍ବଳ୍ପ ସଂଖ୍ୟକ ପ୍ରବାସୀ ଓହ୍ଲାଇଥିବା ଜଣାପଡ଼ିଛି। ରାତିରେ ଗୋଟିଏ ଟ୍ରେନ ସାଲେମ୍ରୁ ବାଲେଶ୍ୱର ଯାଇଥିବା ବେଳେ ସେଥିରୁ ୧୭୫ଜଣ ଭଦ୍ରକରେ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରେ ଭଦ୍ରକ…
କରୋନା ସଂକ୍ରମଣକୁ ରୋକିବ କଟନ ମାସ୍କ
ଓଟଓ୍ବା, ୨୮ା୫: କରୋନା ସଂକ୍ରମଣକୁ ନେଇ ସାରା ପୃଥିବୀରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଏହି ସଂକ୍ରମଣଠାରୁ କିଭଳି ଦୂରେଇ ରହିହେବ ଏବଂ ସଂକ୍ରମିତଙ୍କୁ ଶୀଘ୍ର ଚିହ୍ନଟ କରିହେବ ସେଥିନେଇ ଚିକିତ୍ସା ବିଜ୍ଞାନୀମାନେ ଗବେଷଣା ଜାରି ରଖିଛନ୍ତି। ସଂକ୍ରମଣରୁ ଦୂରେଇ ରହିବା…
ସୀମାନ୍ତରେ ଜୀବନ ହାରିଲେ ଆଉ ଜଣେ ପ୍ରବାସୀ
ବରଗଡ଼ ଅଫିସ,୨୮।୫: ବରଗଡ଼ ଜିଲା ସୀମାନ୍ତ ଲୁହୁରାଚଟିରେ ବୁଧବାର ରାତିିରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ପାଖରୁ ଏକ ଆଧାର କାର୍ଡ଼ ମିଳିଛି। ହସ୍ତଗତ ହୋଇଥିବା ଆଧାର କାର୍ଡରୁ ତାଙ୍କ ପରିଚୟ ପଶ୍ଚିମବଙ୍ଗ ମାଲଦାର ୫୩ ବର୍ଷୀୟ ନୁରୁଲ ଇସଲାମ…
ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୫୮,୩୩୩ ଛୁଇଁଲା
ନୂଆଦିଲ୍ଲୀ,୨୮।୫: ଦେଶରେ ସାଙ୍ଘାତିକ ହେଲାଣି କରୋନା ସ୍ଥିତି। ଗତ ୨୪ ଘଣ୍ଟାରେ ୬,୫୬୬ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୮,୩୩୩ରେ ପହଞ୍ଚିଛି। ଗୁରୁବାର ସକାଳେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…
ଅନ୍ଲାଇନ୍ରେ ଯୌନ ବେପାର
ବେଙ୍ଗାଲୁରୁ,୨୮ା୫: ମହାମାରୀ କରୋନା ଭୟରେ ଦେହଜୀବୀମାନେ ବାହାରକୁ ବାହାରୁ ନାହାନ୍ତି। ଫଳରେ ସେମାନଙ୍କ ବେପାର ଠପ୍ ହୋଇଯାଇଛି। ଲୋକମାନେ ମଧ୍ୟ କରୋନା ଭୟରେ ସେମାନଙ୍କ ସହ ମିଳାମିଶା ବନ୍ଦ କରିଦେଇଛନ୍ତି। ତେଣୁ ଦୁର୍ଦ୍ଦିନରେ ଏବେ ଦେହଜୀବୀଙ୍କ ଜୀବନ କଟୁଥିବା ବେଳେ ବେଙ୍ଗାଲୁରୁରେ…
ନିଷିଦ୍ଧାଞ୍ଚଳରେ ଜରୁରୀ ଔଷଧର ହୋମ୍ ଡେଲିଭରି ସମ୍ଭବ
ନୂଆଦିଲ୍ଲୀ,୨୮ା୫(ପି.ଟି.): କରୋନା ସଂକ୍ରମଣ ରୋକିବା ଲାଗି ନିଷିଦ୍ଧାଞ୍ଚଳ ଘୋଷିତ ସ୍ଥାନଗୁଡ଼ିକରେ ମାଆ ଓ ଶିଶୁମାନଙ୍କ ସ୍ବାସ୍ଥ୍ୟ ଯେପରି ପ୍ରଭାବିତ ନ ହୁଏ, ସେଥିପାଇଁ କ୍ୟାଲସିୟମ, ଆଇରନ/ଫୋଲିକ୍ ଏସିଡ, ଜିଙ୍କ୍ ଟାବଲେଟ ସମେତ କଣ୍ଟ୍ରାସେପ୍ଟିଭ୍ ଭଳି ଜରୁରୀ ଔଷଧର ହୋମ ଡେଲିଭରି ବ୍ୟବସ୍ଥା…
CORONAVIRUS UPDATE: ରାଜ୍ୟରେ ୧୬୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟରେ ଗୁରୁବାର ସକାଳେ ଆଉ ୬୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦କୁ ବୃଦ୍ଧି ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…
୨୦୨୧ ଯାଏ ରହିବ କରୋନା
ନୂଆଦିଲ୍ଲୀ,୨୮ା୫(ପି.ଟି.): ଭାରତରେ କରୋନା ସଂକ୍ରମଣ ୨୦୨୧ ପର୍ଯ୍ୟନ୍ତ ରହିବ। ଏହାର ସଂକ୍ରମଣକୁ କମାଇବାକୁ ହେଲେ କୋଭିଡ୍ ପରୀକ୍ଷାକୁ ଅତ୍ୟଧିକ ବଢ଼ାଇବାକୁ ପଡ଼ିବ ବୋଲି ବୁଧବାର ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି। କରୋନା ପ୍ରତିଷେଧକ ଟିକା ଉପଲବ୍ଧ ହେବାକୁ ବର୍ଷେ ସମୟ ଲାଗିଯିବ…
ମାଗଣାରେ ଜମି ନେଇଛ, ଚିକିତ୍ସା ପାଇଁ ଟଙ୍କା ମାଗୁଛ
ନୂଆଦିଲ୍ଲୀ,୨୮ା୫(ପି.ଟି.): ସରକାରଙ୍କଠାରୁ ମାଗଣାରେ ଜମି ନେଇ ପ୍ରତିଷ୍ଠା କରାଯାଇଥିବା ଘରୋଇ ହସ୍ପିଟାଲଗୁଡ଼ିକରେ କରୋନା ରୋଗୀଙ୍କୁ କାହିଁକି ମାଗଣାରେ ଚିକିତ୍ସା କରାଯିବ ନାହିଁ। ଦେଶରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ସୁପ୍ରିମକୋର୍ଟ ବୁଧବାର କେନ୍ଦ୍ର ସରକାରଙ୍କୁ ଏପରି ପ୍ରଶ୍ନ କରିଛନ୍ତି। ସାରା ଦେଶରେ…
Archives


