କରୋନା ଭାଇରସ୍‌

ଆଉ ଜଣେ କରୋନା ପ୍ରଘଟକାରୀ ଡାକ୍ତରଙ୍କ ମୃତ୍ୟୁ

ବେଜିଂ,୪ା୬: କରୋନା ସଂକ୍ରମଣରେ ଚାଇନାର ଆଉ ଜଣେ ଡାକ୍ତରଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ସେ ହେଲେ ଉହାନ ସେଣ୍ଟ୍ରାଲ ହସ୍ପିଟାଲରେ ୟୁରୋଲୋଜିଷ୍ଟ ଭାବେ କାର୍ଯ୍ୟରତ ୪୨ ବର୍ଷୀୟ ଡା. ହୁ ଉଇଫେଙ୍ଗ୍‌। ଡା.ହୁଙ୍କ ଶରୀର ରଙ୍ଗ କଳା ପଡ଼ିଯାଇଥିବା ଦେଖିବାକୁ ମିଳିଛି।…

୨୪ ଘଣ୍ଟାରେ ସୁସ୍ଥ ହେଲେ ୪ ହଜାର ୭୭୬

ନୂଆଦିଲ୍ଲୀ, ୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଗତ ୨୪ ଘଣ୍ଟା ମଧ୍ୟରେ ୪ ହଜାର ୭୭୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ…

ସ୍ଥିତିରେ ସୁଧାର ଆସିଲେ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ଉଡ଼ାଣ: ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ନୂଆଦିଲ୍ଲୀ, ୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ସ୍ଥିତିରେ ସୁଧାର ଆସିଲେ ଖୁବ୍‌ ଶୀଘ୍ର ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ ହେବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍‌ ସିଂ ପୁରୀ ବୁଧବାର ସୂଚନା ଦେଇଛନ୍ତି। ବନ୍ଦେ ଭାରତ ମିଶନରେ…

CORONAVIRUS UPDATE: ସୁସ୍ଥ ହେଲେ ଆଉ ୯୧ ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୧,୪୧୬କୁ ବୃଦ୍ଧି

ଭୁବନେଶ୍ୱର,୩।୬(ବ୍ୟୁରୋ): ରାଜ୍ୟରେ ବୁଧବାର ଆଉ ୯୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରେ ଦେବଗଡ଼ର ୨୨, ପୁରୀର ୧୬, ନୟାଗଡ଼ର ୧୫, ବଲାଙ୍ଗୀରର ୯, ଅନୁଗୋଳ-ବାଲେଶ୍ୱରର ୫, ଭଦ୍ରକ-ସୁନ୍ଦରଗଡ଼ର ୩, କଟକ-ଗଞ୍ଜାମ-ଖୋର୍ଦ୍ଧା-କଳାହାଣ୍ଡି-ବରଗଡ଼ର ୨, ଢେଙ୍କାନାଳ-ଗଜପତି-ଯାଜପୁରର ଜଣେ ଲେଖାଏଁ…

ଲକ୍‌ଡାଉନ୍‌-୫: ପ୍ରତିଦିନ ୮ ହଜାରରୁ ଅଧିକ ରହୁଛି ନୂଆ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୩।୬: କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶରେ ଲକ୍‌ଡାଉନ୍‌-୫ ଜୁନ୍‌ ୧ଠାରୁ ଜାରି ହୋଇଛି। ଏଥିରେ ବହୁ କ୍ଷେତ୍ରରେ ସର୍ତ୍ତ ଭିତ୍ତିକ କୋହଳ ନୀତି ଲାଗୁ କରାଯାଇଛି। ଲକ୍‌ଡାଉନ୍‌-୫ରେ ପ୍ରତିଦିନ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ହଜାରରୁ…

ଅତ୍ୟଧିକ ଆଣ୍ଟିବାୟୋଟିକ୍ସ୍‌ ବ୍ୟବହାର କ୍ଷତିକାରକ: ଡବ୍ଲ୍ୟୁଏଚ୍‌ଓ

ଜେନେଭା, ୩।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ସୁସ୍ଥ ହେବା ପାଇଁ ସଂକ୍ରମିତଙ୍କୁ ବିଭିନ୍ନ ଆଣ୍ଟିବାୟୋଟିକ୍ସ୍‌ ଦିଆଯାଉଛି। ତେବେ ଅତ୍ୟଧିକ ଆଣ୍ଟିବାୟୋଟିକ୍ସ୍‌ ବ୍ୟବହାର କ୍ଷତିକାରକ ବୋଲି (ବିଶ୍ୱସ୍ବାସ୍ଥ୍ୟ ସଂଗଠନ) ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଛି। ଏନେଇ ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ…

CORONAVIRUS UPDATE: ଆଉ ୧୪୩ ନୂଆ ପଜିଟିଭ୍‌ ଚିହ୍ନଟ; ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୩୮୮କୁ ବୃଦ୍ଧି

ଭୁବନେଶ୍ୱର, ୩।୬(ବ୍ୟୁରୋ): ରାଜ୍ୟରେ ଆଉ ୧୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୨ କ୍ୱାରାଣ୍ଟାଇନ୍‌ ସେଣ୍ଟରର ହୋଇଥିବା ବେଳେ ୧୧ ଲୋକାଲ କେସ୍‌ ରହିଛି। ଏହାକୁ ମିଶାଇ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୮କୁ ବୃଦ୍ଧି ପାଇଛି। ଏ…

ବିରୋଧ ପରେ ପିପିଇ ରଖିଲେ

ଭୁବନେଶ୍ୱର,୩ା୬(ବ୍ୟୁରୋ): ରାଜ୍ୟକୁ ପ୍ରଥମେ ମନଇଚ୍ଛା ପର୍ସନାଲ ପ୍ରୋଟେକ୍ଟିଭ୍‌ ଇକ୍ୟୁପ୍‌ମେଣ୍ଟ(ପିପିଇ) କିଟ୍‌ ମଗାଇଦେଲେ। ତାହା ପହଞ୍ଚତ୍ବା ପରେ ରଖିବାକୁ ମନା କରିଦେଇଥିବା ରାଜ୍ୟ ସରକାର ଶେଷରେ ନିଜ ନିଷ୍ପତ୍ତି ବଦଳାଇଛନ୍ତି। ବିଭିନ୍ନ ମହଲରୁ ବିରୋଧ ପରେ ଅନ୍ୟ ରାଜ୍ୟରୁ କିଟ୍‌ ନେଇ ଆସିଥିବା…

ଚିନ୍ତା ବଢ଼ାଇଲେ ସ୍ଥାନୀୟ ଆକ୍ରାନ୍ତ

ଭୁବନେଶ୍ୱର, ୩।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୋଟିଏ ଦିନରେ ୧୮ଜିଲାରେ ଚିହ୍ନଟ ହୋଇଛନ୍ତି ଆଉ ୧୪୧ ନୂଆ ଆକ୍ରାନ୍ତ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏମାନଙ୍କ ମଧ୍ୟରେ ୩୧ଜଣ ସ୍ଥାନୀୟ ସଂକ୍ରମଣ(ଲୋକାଲ କେସ୍‌) ଅଛନ୍ତି।…

୧୧ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ୧,୦୩୬ ଜଣଙ୍କଠାରେ ଥିଲା କରୋନା ଲକ୍ଷଣ

ଲକ୍ଷ୍ନୌ,୨।୬: ଉତ୍ତରପ୍ରଦେଶକୁ ଏପର୍ଯ୍ୟନ୍ତ ସାଢେ ୧୧ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ଫେରି ଆସିଲେଣି। ହେଲେ ଏମାନଙ୍କ ମଧ୍ୟରୁ ପ୍ରାୟ ୧ହଜାରରୁ ସାମାନ୍ୟ ଅଧିକ ଲୋକଙ୍କ ପାଖରେ କରୋନା ସଂକ୍ରମଣର ଲକ୍ଷଣ ଥିବା କହିଛନ୍ତି ଉତ୍ତରପ୍ରଦେଶ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

ଦେଶରେ କରୋନା ଆରୋଗ୍ୟ ହାର ୪୮ ପ୍ରତିଶତ: ଲଭ ଅଗ୍ରଓ୍ବାଲ

ନୂଆଦିଲ୍ଲୀ,୨।୬: ଦେଶରେ କରୋନା ସଂକ୍ରମଣକୁ ନେଇ ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ବାଲ କିଛି ନୂଆ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ବିଶ୍ୱର ସବୁଦେଶଠାରୁ କମ୍‌ ରହିଛି। ସେହିପରି ଏପର୍ଯ୍ୟନ୍ତ ୯୫,୫୨୭…

ପାଟଣା ବ୍ଲକରୁ ୨ ନୂଆ କରୋନା ପଜିଟିଭ ଚିହ୍ନଟ

ପାଟଣା,୨।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ପଞ୍ଚାୟତରୁ ମଙ୍ଗଳବାର ୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ଟୁଇଟ୍‌କରି ସୂଚନା ଦିଆଯାଇଛି। ଏମାନଙ୍କୁ ମିଶାଇ ବ୍ଲକରେ ପଜିଟିଭ ସଂଖ୍ୟା ୩ରେ ପହଞ୍ଚିଛି। ତେବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri