କରୋନା ଭାଇରସ୍‌

୧୦ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୫ ପ୍ରତିଶତ

ନୂଆଦିଲ୍ଲୀ, ୭।୬: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୯ ହଜାର ୯୪୬ରେ ପହଞ୍ଚିଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୭ ହଜାର ୪୦ ରହିଛି। ସେଥିମଧ୍ୟରୁ ୧୦ଟି ରାଜ୍ୟରେ ମୃତକଙ୍କ ସଂଖ୍ୟା ମୋଟ ମୃତ୍ୟୁ ସଂଖ୍ୟାର ୯୫ ପ୍ରତିଶତ ରହିଛି।…

ରାଜଧାନୀରେ ପୁଣି କରୋନା ଆତଙ୍କ: ମିଠା ଦୋକାନ କର୍ମଚାରୀ ପଜିଟିଭ୍‌, ସିଲ୍‌ ହେଲା ନାକା ଗେଟ୍‌ ବେଙ୍ଗଲି ଗାଙ୍ଗୁରାମ୍‌ ସୁଇଟ୍ସ

ଭୁବନେଶ୍ୱର, ୭।୬(ବ୍ୟୁରୋ): ରାଜଧାନୀରେ ପୁଣି ଦେଖାଦେଲାଣି କରୋନା ଆତଙ୍କ। ଲଗାତର କିଛିଦିନ ହେବ ସହରରୁ କୋଭିଡ୍‌-୧୯ ପଜିଟିଭ୍‌ ବାହାରିବା ପରେ ଚିନ୍ତା ବଢ଼ିଛି। ବିଶେଷକରି ସାଲିଆସାହି ବସ୍ତିରୁ ଜଣେ ପ୍ରସୂତୀଙ୍କଠାରେ କରୋନା ଭୂତାଣୁ ବାହାରିଥିବାବେଳେ ଶନିବାର ଘାଟିକିଆ ଅଞ୍ଚଳରୁ ଚିହ୍ନଟ ଆକ୍ରାନ୍ତଙ୍କୁ…

୧୬ ଜିଲାରୁ ୭୫ ଆକ୍ରାନ୍ତ: ଖୋର୍ଦ୍ଧା-ସୁନ୍ଦରଗଡ଼ର ସର୍ବାଧିକ

ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜ୍ୟରେ ଚିହ୍ନଟ ହୋଇଥିବା ୭୫ ନୂଆ ଆକ୍ରାନ୍ତ ୧୬ ଜିଲାରୁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା-ସୁନ୍ଦରଗଡ଼ରୁ ସର୍ବାଧିକ ୧୮ ଅଛନ୍ତି। ସେହିଭଳି ଜଗତସିଂହପୁର-କୋରାପୁଟ-ଅନୁଗୋଳ-ଢ଼େଙ୍କାନାଳର ୨, ଯାଜପୁରର ୭, କେନ୍ଦୁଝର-ଗଞ୍ଜାମ-ପୁରୀ-ନୂଆପଡ଼ାର ୧, ନୟାଗଡ଼ର ୪, କଟକର ୫, ବଲାଙ୍ଗୀରର ୫,…

କରୋନା ମୃତ୍ୟୁ ଛୁଇଁଲା ୪ ଲକ୍ଷ: ୬୯ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଓ୍ବାଶିଂଟନ/ନୂଆଦିଲ୍ଲୀ, ୭।୬: ପୃଥିବୀରେ କରୋନା ମହାମାରୀ ଯୋଗୁ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୬୯ ଲକ୍ଷ ୮୧ ହଜାର ୪୩୫ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨ ହଜାର…

CORONAVIRUS UPDATE: ଆଖି ବୁଜିଲେ ଆଉ ଜଣେ କରୋନା ଆକ୍ରାନ୍ତ; ରାଜ୍ୟରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ଭୁବନେଶ୍ୱର,୭।୬(ବ୍ୟୁରୋ): କରୋନା ସଂକ୍ରମିତ ହୋଇ ରାଜ୍ୟରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ମୃତକଜଣଙ୍କ ଗଞ୍ଜାମ ଜିଲାର ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବ୍‌ସାଇଟ୍‌ରେ ରବିବାର…

CORONAVIRUS UPDATE: ରାଜ୍ୟରେ ଆଉ ୭୫ ପଜିଟିଭ୍‌ ଚିହ୍ନଟ; ୨,୮୫୬ରେ ପହଞ୍ଚିଲା ମୋଟ ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜ୍ୟରେ ପୁଣି ୭୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୭୨ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରର ଥିବା ବେଳେ ଲୋକାଲ୍‌ କେସ୍‌ ୩ ରହିଛି। ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୮୫୬ରେ ପହଞ୍ଚିଛି। ଏ ନେଇ ରବିବାର…

୨୪ ଘଣ୍ଟାରେ ୨୮୭ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ,୭।୬: ବଢି ବଢି ଚାଲିଛି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା। ଗୋଟିଏ ପଟେ ଦେଶରେ ଅନ୍‌ଲକ୍‌ ୧.୦ ଆରମ୍ଭ କରାଯାଇଥିବା ବେଳେ ଅନ୍ୟପଟେ କରୋନା ସଂକ୍ରମଣ ଓ ମୃତ୍ୟୁ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ…

ଚାଇନା ହାତରେ ଖେଳୁଛି ଆମେରିକା

ନୂଆଦିଲ୍ଲୀ, ୭ା୬: ବିଶ୍ୱ ଏବେ ମହାମାରୀ କରୋନାକୁ ନେଇ ଚିନ୍ତିତ। ଚାଇନାର ଉହାନ୍‌ ସହରରୁ ବ୍ୟାପି ସାରା ବିଶ୍ୱକୁ ଏହି ଭୂତାଣୁ ଥରହର କରିପକାଇଛି। ଆମେରିକା ସମେତ ୟୁରୋପର କେତେକ ଦେଶ ଏଥିଲାଗି ଚାଇନାକୁ ଦୋଷ ଦେଉଛନ୍ତି। ସେପଟେ କିନ୍ତୁ ଅନ୍ତର୍ଜାତୀୟ…

ବନ୍ଦେ ଭାରତ ମିଶନ-୩ ପାଇଁ ୨୨ହଜାର ଟିକେଟ ବିକ୍ରି

ନୂଆଦିଲ୍ଲୀ,୭।୬: କରୋନ ସଂକ୍ରମଣ ଜନିତ ସମସ୍ୟା ଓ କଟକଣା କାରଣରୁ ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଏକ ସ୍ବତନ୍ତ୍ର ଯୋଜନା ‘ବନ୍ଦେ ଭାରତ ମିଶନ’ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାର ତୃତୀୟ ପର୍ଯ୍ୟାୟ…

ଅର୍ଥନୀତିକୁ ଧ୍ୱଂସ କରୁଛି କେନ୍ଦ୍ର: ରାହୁଲ

ନୂଆଦିଲ୍ଲୀ,୭ା୬: କରୋନା ସଙ୍କଟ ବେଳେ କେନ୍ଦ୍ର ସରକାର ଗରିବଙ୍କୁ ନଗଦ ଟଙ୍କା ଦେଉନାହାନ୍ତି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ଗୁଡ଼ିକୁ ମଧ୍ୟ ଆର୍ଥିକ ସହାୟତା ଦେବାକୁ ମନାକରୁଛନ୍ତି। ଏହା ଜରିଆରେ ସରକାର ଦେଶର ଅର୍ଥନୀତିକୁ ଧ୍ୱଂସ କରୁଛନ୍ତି। କେନ୍ଦ୍ରର ଏହି…

‘ବେଶି ଟେଷ୍ଟ ହେଲେ ଅଧିକ ସଂକ୍ରମିତ ବାହାରିବେ’

ୱାଶିଂଟନ,୭ା୬: କରୋନା ସଂକ୍ରମଣରେ ବିଶ୍ୱରେ ସର୍ବାଗ୍ରେ ରହିଛି ଆମେରିକା। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ଛୁଇଁବାକୁ ବସିଥିବାବେଳେ ୧ ଲକ୍ଷ ୧୨ ହଜାର ଲୋକ ଆଖିବୁଜିଲେଣି। ହେଲେ ଭାରତ ଓ ଚାଇନାରେ ଯଦି ଅଧିକ ଟେଷ୍ଟ କରାଯାଏ ତା’ହେଲେ ଉଭୟ…

କଡ଼ା ଚେତାବନୀ ଦେଲେ ସରକାର: ବିଦେଶ ଫେରନ୍ତା ଫୋନ୍‌ ନ ଉଠାଇଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୭।୬(ବ୍ୟୁରୋ): ବିଦେଶ ଫେରନ୍ତାକୁ ରାଜ୍ୟ ସରକାର କଡ଼ା ଚେତାବନୀ ଦେଇଛନ୍ତି। ୧୦୪ କିମ୍ବା ରାଜ୍ୟ କଲ୍‌ ସେଣ୍ଟରରୁ ଯାଉଥିବା ଫୋନ୍‌ ନ ଉଠାଇଲେ କାର୍ଯ୍ୟାନୁଷ୍ଠାନ ହେବ। ୧୦୪ ନମ୍ବରରେ ପଞ୍ଜୀକରଣ କରିଥିବା ଫୋନ୍‌ ନମ୍ବର ସୁଇଚ୍‌ ଅଫ୍‌ ଥିଲେ କିମ୍ବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri