କରୋନା ଟେଷ୍ଟ ବଢାଇବାକୁ ହେଲେ ଗାଇଡଲାଇନ୍ ବଦଳାଉ ଆଇସିଏମ୍ଆର୍: ସ୍ବାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୧୩।୬: ରାଜଧାନୀ ଦିଲ୍ଲୀରେ ବେଳକୁ ବେଳ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାର ଟେଷ୍ଟକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏମିତି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, କରୋନା ଟେଷ୍ଟ ବୃଦ୍ଧି କରିବାକୁ ଚାହୁଁଥିଲେ…
ଛତ୍ରପୁର ବ୍ଲକରୁ ୪ କରୋନା ପଜିଟିଭ ଚିହ୍ନଟ: ନରେନ୍ଦ୍ରପୁର ପଞ୍ଚାୟତ, ଘଡ଼ଘଡ଼ାପଲି ଗାଁ ୧୭ ପର୍ଯ୍ୟନ୍ତ ଶଟ୍ଡାଉନ
ଛତ୍ରପୁର, ୧୩।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକରୁ ଶନିବାର ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଅଧୀନ ଘଡ଼ଘଡ଼ାପଲି ଗାଁର ୩ ଆକ୍ରାନ୍ତ ରହିଥିବା ବେଳେ ନରେନ୍ଦ୍ରପୁର ଗାଁର ଜଣେ ରହିଛନ୍ତି। ପଜିଟିଭ ଚିହ୍ନଟ ପରେ…
ମୌସୁମୀ ଆସିଲେ ବଢିବ କରୋନା ସଂକ୍ରମଣ!
ନୂଆଦିଲ୍ଲୀ,୧୩।୬: କରୋନା ଭାଇରସ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତରେ ମଧ୍ୟ ସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି। ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ପାର କରି ଯାଇଥିବା ବେଳେ ଆଗାମୀ ଦିନକୁ…
ଭୁବନେଶ୍ୱରରେ ଆଉ ୩ ପଜିଟିଭ୍ ଚିହ୍ନଟ: ଆକ୍ରାନ୍ତମାନେ ଭୀମପୁର, ଭରତପୁର, ଡୁମ୍ଡୁମା ଏଚ୍ବି କଲୋନୀ ଅଞ୍ଚଳର
ଭୁବନେଶ୍ୱର,୧୩।୬(ବ୍ୟୁରୋ): ଶନିବାର ଭୁବନେଶ୍ୱରରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ହୋମ୍ କ୍ୱାରାଣ୍ଟାଇନ୍ରେ ଥିବା ବେଳେ ଜଣେ ଆକ୍ରାନ୍ତ ଲୋକାଲ୍ କଣ୍ଟାକ୍ଟ କେସ୍ ବୋଲି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଅପରାହ୍ନରେ ଟୁଇଟ୍ କରି ସୂଚନା…
୧୦ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଶମିକଙ୍କ ଖାତାରେ ହଜାରେ ଲେଖାଏ ଜମା କଲେ ଯୋଗୀ ସରକାର
ଲକ୍ଷ୍ନୌ,୧୩।୬: ଉତ୍ତରପ୍ରଦେଶ ସରକାର ଶନିବାର ୧୦ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକଙ୍କୁ ହଜାରେ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୧୦ଲକ୍ଷ ୪୮ହଜାର ୧୬୬ ଲାଭାର୍ଥିଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଟଙ୍କା ଜମା କରିଥିବା ଜଣାପଡ଼ିଛି।…
କରୋନାର ସତ୍ୟତା କହିବାକୁ ଯାଉଥିବା ଡାକ୍ତରଙ୍କର ସଂକ୍ରମଣରେ ହୋଇଥିଲା ମୃତ୍ୟୁ: ପତ୍ନୀ ଦେଲେ ଶେଷ ଉପହାର
ଉହାନ,୧୩।୬: ଚାଇନାରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ଏବେ ବିଶ୍ୱର ଚିନ୍ତାକୁ ବଢାଇବାରେ ଲାଗିଛି। ଏହି ମହାମାରୀର ସତ୍ୟତାକୁ ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରିଥିବା ଚାଇନାର ୩୪ ବର୍ଷିୟ ଡାକ୍ତର ଲି ଓ୍ବେନଲିଆଙ୍ଗର ଶେଷରେ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା କୁହାଯାଏ।…
ଚାଇନାକୁ ଫେରୁଛି କରୋନା: ବେଜିଂର କିଛି ଅଞ୍ଚଳ ଲକ୍ଡାଉନ
ବେଜିଂ,୧୩।୬: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ସଂକ୍ରମଣ ଏବେ ଧୀରେ ଧୀରେ ସାରା ବିଶ୍ୱକୁ ବ୍ୟାପି ସାରିଛି। କିଛିଦିନ ତଳେ ଚାଇନାରେ କରୋନା ସଂକ୍ରମଣ କମ୍ ହୋଇଯାଇଥିବା ଦୃଷ୍ଟିରୁ ସେଠାରେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହେବାରେ ଲାଗିଥିଲା। ହେଲେ ଶନିବାର…
ଭେଣ୍ଟିଲେଟରରେ ୧୮ଦିନ ରହିବା ପରେ କରୋନା ଯୁଦ୍ଧରେ ବିଜୟୀ ହେଲେ ୪ମାସର ଶିଶୁ
ବିଶାଖପାଟନମ୍,୧୩।୬: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାର ଜଣେ ୪ମାସର ଶିଶୁ କରୋନାକୁ ହରାଇ ସୁସ୍ଥ ହୋଇ ଶୁକ୍ରବାର ଘରକୁ ଫେରିଛନ୍ତି। ଉକ୍ତ ଶିଶୁଙ୍କୁ ୧୮ଦିନ ଯାଏ ହସ୍ପିଟାଲର ଭେଣ୍ଟିଲେଟରରେ ରଖଯାଇ କରୋନା ଚିକିତ୍ସା କରାଯାଉଥିଲା। ତେବେ ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ରିପୋର୍ଟ…
ଛତ୍ରପୁର ଏସ୍ଡିପିଓ-ଆଇଆଇସିଙ୍କୁ କରୋନା: ଟୁଇଟ୍ କରି ସୂଚନା ଦେଲେ ଗଞ୍ଜାମ ଏସ୍ପି
ଛତ୍ରପୁର,୧୩।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୋଲିସ ଅଧୀନ ଛତ୍ରପୁର ଏସ୍ଡିପିଓ ଓ ଥାନା ଆଇଆଇସି କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନେ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଶନିବାର ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରୟ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେମାନଙ୍କ ସେବା…
ମୁମ୍ବାଇରୁ ଫେରିଥିଲେ କଟକ ସହରର ଏକମାତ୍ର ଆକ୍ରାନ୍ତ
କଟକ ଅଫିସ,୧୩।୬: କଟକ ଜିଲାରୁ ଶୁକ୍ରବାର ମୋଟ ୯୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ମାତ୍ର ଜଣେ ଆକ୍ରାନ୍ତ କଟକ ସହରର। ସେ ପୁରୁଷ ହୋଇଥିବା ବେଳେ ତାଙ୍କ ବୟସ ୩୭। ଏ ନେଇ କଟକ ମହାନଗର ନିଗମ…
ନୟାଗଡ଼ରୁ ୭ କରୋନା ପଜିଟିଭ ଚିହ୍ନଟ: ଗୋଷ୍ଠୀ ସଂକ୍ରମଣ ଭୟରେ ୪ ଗାଁ, ଗୋଟିଏ ବଜାରକୁ ଶଟ୍ଡାଉନ୍ ଘୋଷଣା କଲେ ସରପଞ୍ଚ
ନୟାଗଡ଼ ଅଫିସ/ ରଣପୁର, ୧୩।୬(ସ୍ବ.ପ୍ର.): ନୟାଗଡ଼ ଜିଲାରୁ ଶନିବାର ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ରଣପୁର ବ୍ଲକ ରାଜସୁନାଖଳା ପଞ୍ଚାୟତରେ ଶୁକ୍ରବାର ରାତିରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣର ଭୟ ସୃଷ୍ଟି ହୋଇଥିଲା।…
ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର କମିଲା: ପ୍ରତି ୩ ଜଣରେ ଜଣେ ସଂକ୍ରମିତ
ନୂଆଦିଲ୍ଲୀ, ୧୩।୬: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏଠାରେ ଗତ ୧୨ ଦିନ ମଧ୍ୟରେ ମେ ୩୦ଠାରୁ ସଂକ୍ରମଣ ହାରରେ ୨୧ ପ୍ରତିଶତ ବୃଦ୍ଧି ହୋଇଛି। ମେ ୩୦ରେ ସଂକ୍ରମଣ ହାର ୧୪ ପ୍ରତିଶତ ଥିବାବେଳେ ଜୁନ୍…
Archives


