କରୋନା ଭାଇରସ୍‌

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୯୭ କରୋନା ଆକ୍ରାନ୍ତ, କଟକର ସର୍ବାଧିକ

ଭୁବନେଶ୍ୱର,୧୮।୬(ବ୍ୟୁରୋ): ରାଜ୍ୟରେ ପୁଣି ସୁସ୍ଥ ହେଲେ ୯୭ କରୋନା ଆକ୍ରାନ୍ତ। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗୁରୁବାର ଅପରାହ୍ନରେ ଟୁଇଟ୍‌ କରି ସୂଚନା ଦିଆଯାଇଛି। ନୂତନ ଆରୋଗ୍ୟ ବ୍ୟକ୍ତିଙ୍କ ମଧ୍ୟରେ କଟକର ସର୍ବାଧିକ ୧୭ଜଣ ଥିବା ବେଳେ…

ଗାଁରେ ହେବ କରୋନା ଟେଷ୍ଟ: ମୋବାଇଲ ଲ୍ୟାବ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ, ୧୮।୬: କରୋନା ମହାମାରୀର ଆତଙ୍କ ଯୋଗୁ ଦେଶରେ ଅଚଳାବସ୍ଥା ଜାରି ରହିଛି। ଏପରିସ୍ଥଳେ ଗାଁରେ କରୋନା ଟେଷ୍ଟ ପାଇଁ ସରକାରଙ୍କ ପକ୍ଷରୁ ମୋବାଇଲ ଲ୍ୟାବ୍‌ର ଶୁଭାରମ୍ଭ କରାଯାଇଛି। ଏହା ଦ୍ୱାରା ଅଧିକ ଲୋକଙ୍କ ନମୁନା ପରୀକ୍ଷା କରାଯାଇପାରିବ। କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ…

ଭୁବନେଶ୍ୱରରେ ୯ ନୂଆ ପଜିଟିଭ୍‌ ଚିହ୍ନଟ: ଅଛନ୍ତି ୩ କୋଭିଡ ହସ୍ପିଟାଲ କର୍ମଚାରୀ, ୨ ଲୋକାଲ୍‌ କେସ୍‌

ଭୁବନେଶ୍ୱର,୧୮।୬(ବ୍ୟୁରୋ): ରାଜଧାନୀରେ ଗୁରୁବାର ୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୪ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ କେସ୍‌ ରହିଥିବା ବେଳେ ୩ଜଣ କରୋନା ଯୋଦ୍ଧା , ୨ ଲୋକାଲ୍‌ କେସ୍‌ ଅଛନ୍ତି। ସହରରେ ଜଣେ ଆକ୍ରାନ୍ତ(ଡମଣାର ୨୫ ବର୍ଷୀୟ ପୁରୁଷ) ସୁସ୍ଥ…

ଦିଲ୍ଲୀରେ ପ୍ରଥମ ଥର ହେଲା ରାପିଡ ଆଣ୍ଡିଜେନ୍‌ ଟେଷ୍ଟ: ୨୪୨ କଣ୍ଟେନମେଣ୍ଟ ଜୋନ୍‌ରେ ହେବ ପରୀକ୍ଷା

ନୂଆଦିଲ୍ଲୀ,୧୮।୬: ଦିଲ୍ଲୀରେ ଦ୍ରୁତଗତିରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଗୁରୁବାରଠାରୁ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟିଂ ଆରମ୍ଭ ହୋଇଛି। ଏହି ଟେଷ୍ଟିଂ ଦ୍ୱାରା ବହୁତ କମ୍‌ ସମୟ ମଧ୍ୟରେ କରୋନା ରିପୋର୍ଟ ଉପଲବ୍ଧ ହୋଇପାରିବ। ମାତ୍ର ୩୦ ମିନିଟ୍‌ରୁ ୧ଘଣ୍ଟା ମଧ୍ୟରେ…

ଭଦ୍ରକରେ ୩ କରୋନା ପଜିଟିଭ୍‌ ଚିହ୍ନଟ, ୧୮୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭଦ୍ରକ ଅଫିସ,୧୮ା୬: ଭଦ୍ରକ ଜିଲାରେ ଗୁରୁବାର ଆଉ ୩ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧ରେ ପହଞ୍ଚିଛି। ଏହି ଆକ୍ରାନ୍ତମାନେ ଭଣ୍ଡାରିପୋଖରୀ ବ୍ଲକର ଦୁଇଟି ସଙ୍ଗରୋଧ କେନ୍ଦ୍ରରୁ ଚି଼ହ୍ନଟ ହୋଇଛନ୍ତି। ଏମାନେ ଗୁଜରାଟ, ପଶ୍ଚିମ…

ଆରୋଗ୍ୟ ସେତୁ ଆପ୍‌ର ରେକର୍ଡ: ୪୫ ଦିନରେ ୧୩ କୋଟି ଡାଉନଲୋଡ୍‌

ନୂଆଦିଲ୍ଲୀ, ୧୮।୬: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଆରୋଗ୍ୟ ସେତୁ ଆପ୍‌ ଜାରି କରାଯାଇଛି। ଗତ ୪୫ ଦିନ ମଧ୍ୟରେ ଏହି ଆପ୍‌କୁ ୧୩ କୋଟିରୁ ଅଧିକ ଥର ଡାଉନଲୋଡ୍‌ କରାଯାଇଛି। ଏହୀ ଆପ୍‌ ଏପ୍ରିଲ୍‌…

ବ୍ରହ୍ମଗିରି ଥାନା ମହିଳା ଏସ୍‌ଆଇ କରୋନା ଆକ୍ରାନ୍ତ

ପୁରୀ ଅଫିସ,୧୮ା୬ : ପୁରୀ ଜିଲା ବ୍ରହ୍ମଗିରି ଥାନାର ଜଣେ ମହିଳା ଏସ୍‌ଆଇ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସଂପୃକ୍ତା ଏସ୍‌ଆଇ କରୋନା ସଂକ୍ରମିତ ଜଣେ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ବ୍ରହ୍ମଗିରି ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ତାଙ୍କର…

ଦିଲ୍ଲୀ-ଏନ୍‌ସିଆରରେ କରୋନା ସ୍ଥିତିକୁ ନେଇ ଶାହାଙ୍କ ବଡ଼ ବୈଠକ

ନୂଆଦିଲ୍ଲୀ,୧୮।୬: ଦେଶରେ କେରାନା ଭାଇରସ୍‌ ମାମଲା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏହିକ୍ରମରେ ରାଜଧାନୀ ଦିଲ୍ଲୀ ମଧ୍ୟ ପଛରେ ପଡ଼ିନାହିଁ। ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ କରୋନା ସଂକ୍ରମଣ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି। କରୋନା ମୁକାବିଲା ନେଇ…

ଓକିଲ, ମୋହରିର, ଅଭିଯୁକ୍ତଙ୍କଠାରେ କରୋନା ପଜିଟିଭ୍‌: ପୁରୀ କୋର୍ଟ, ଜିଲାପାଳଙ୍କ କାର୍ଯ୍ୟାଳୟ ବିଶୋଧନ

ପୁରୀ ଅଫିସ,୧୮ା୬ : ପୁରୀ ଜିଲା ସିଭିଲ୍‌ କୋର୍ଟ ପରିସରରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇଛି। ବୁଧବାର କୋର୍ଟ ସମେତ ଜିଲାପାଳଙ୍କ କାର୍ଯ୍ୟାଳୟ ଏବଂ ଏହାର ଆଖପାଖ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ…

ଗଞ୍ଜାମରେ ୧୩ କରୋନା ଯୋଦ୍ଧା ସମେତ ୫୬ ପଜିଟିଭ୍‌

ଛତ୍ରପୁର,୧୮ା୬(ଡି.ଏନ୍‌.): ଗଞ୍ଜାମ ଜିଲାରେ ଗୁରୁବାର ପୁଣି ୫୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରେ ୧୩ କରୋନା ଯୋଦ୍ଧା ଅଛନ୍ତି। ଏମାନେ ସମସ୍ତେ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି କରୋନା ଆକ୍ରାନ୍ତ ହୋଇଛନ୍ତି। ଫଳରେ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫୫କୁ ବୃଦ୍ଧି…

କରୋନା ନେଲାଣି ୪୫ ପୋଲିସଙ୍କ ଜୀବନ

ମୁମ୍ବାଇ,୧୮।୬: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବଢି ଚାଲିଥିବା ବେଳେ ମହାରାଷ୍ଟ୍ରର ସ୍ଥିତି ଏବେବି ଉଦ୍‌ବେଗଜନକ ରହିଛି। ମହାରାଷ୍ଟ୍ରରେ ଏବେ ସୁଦ୍ଧା ୪୫ ଜଣ ପୋଲିସଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହ ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ ୩,୮୨୦…

ସିଙ୍ଗାପୁରରୁ ଆସିଲା ଖୁସି ଖବର: କରୋନା ସଂକ୍ରମଣ ରୋକିବାକୁ ସକ୍ଷମ ୫ ଆଣ୍ଟିବଡ଼ି

ସିଙ୍ଗାପୁର, ୧୮।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ସିଙ୍ଗାପୁରରୁ ଖୁସି ଖବର ଆସିଛି। ଏଠାରେ କିଛି ବୈଜ୍ଞାନିକ ଲାବୋରେଟୋରିରେ ୫ ପ୍ରକାର ଆଣ୍ଟିବଡ଼ି ବିକଶିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri