କରୋନା ଭାଇରସ୍‌

CORONAVIRUS UPDATE: ରାଜ୍ୟରେ ୨୬,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହୋଇଛନ୍ତି ୧୫୦୩

ଭୁବନେଶ୍ୱର,୨୭ା୭(ବ୍ୟୁରୋ): ସୋମବାର ଆଉ ୧୫୦୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୬,୮୯୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୦୦୨ ଜଣ…

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ଟପିଲା

ନୂଆଦିଲ୍ଲୀ, ୨୭।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛିି। ସୋମବାର ସୁଦ୍ଧା ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୩୫ ହଜାର ୪୫୩ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୩୨ ହଜାର ୭୭୧ ଛୁଇଁଛି। ଗତ ୨୪ ଘଣ୍ଟାରେ…

କରୋନା ନେଲା ୨୭ ବର୍ଷୀୟ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ, ୨୬।୭: ଜଣେ ଯୁବ ଡାକ୍ତରଙ୍କ ଜୀବନ ନେଇଛି କରୋନା ମହାମାରୀ। ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ଭୀମ ରାଓ ଆମ୍ବେଦକର ହସ୍ପିଟାଲ ଓ କଲେଜରେ କାର୍ଯ୍ୟ କରୁଥିବା ରେସିଡେଣ୍ଟ ଡାକ୍ତର ଯୋଗୀନ୍ଦର ଚୌଧୁରୀ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ…

ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ୭୧ ପ୍ରତିଶତ: ସିଏମ୍‌ସି କମିଶନର

କଟକ ଅଫିସ,୨୬ା୭-କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ଏକ ସପ୍ତାହରେ ମୋଟ୍‌ ଚିହ୍ନଟଙ୍କ ମଧ୍ୟରୁ ପୂର୍ବଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୭୧ ପ୍ରତିଶତ ଆକ୍ରାନ୍ତ ହୋଇଛନ୍ତି। କଟକ ସହର ଜନଗହଳିପୂର୍ଣ୍ଣ ହୋଇଥିବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ସବୁଠୁ…

ଗଞ୍ଜାମରେ ୨୦୫ ଜଣ ଦାନ କରିବେ ପ୍ଲାଜମା

ଛତ୍ରପୁର,୨୬ା୭(ଡି.ଏନ୍‌.ଏ.)-ଗଞ୍ଜାମ ଜିଲାରେ ପ୍ଲାଜ୍‌ମା ଦାନ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଯାଇଛି। ରବିବାର ସୁଦ୍ଧା ଜିଲାର ୨୦୫ ଜଣ ପ୍ଲାଜ୍‌ମା ଦାନ କରିବା ପାଇଁ ଆଗ୍ରହ ପ୍ରକାଶ କରି ନାମ ପଞ୍ଜୀକରଣ କରିଛନ୍ତି। ସେଥିମଧ୍ୟରେ ଜିଲାର ଗ୍ରାମାଞ୍ଚଳରୁ ୧୫୫ ଜଣ ଓ ସହରାଞ୍ଚଳର…

କରୋନାକୁ ହରାଇ କାର୍ଯ୍ୟରେ ଯୋଗଦେଲେ ଉପ ଜିଲାପାଳ

ଭଞ୍ଜନଗର,୨୬।୭(ଡି.ଏନ.ଏ)- ଭଞ୍ଜନଗର ଉପ ଜିଲାପାଳ ରାଜେନ୍ଦ୍ର ମିଞ୍ଜ କରୋନା ସଂକ୍ରମିତ ପରେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହି ଚିକିତ୍ସିତ ହେଉଥିଲେ। ସୁସ୍ଥ ହେବାପରେ ଶନିବାର ଠାରୁ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ରବିବାର ଟୁଇଟ୍‌…

ରାଜ୍ୟରେ ଆଉ ୮୬୪ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୨୬।୭(ବ୍ୟୁରୋ)-ରାଜ୍ୟରେ ରବିବାର ପୁଣି ୮୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୪୩୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ରାୟଗଡାରୁ ୧୩୭, ବରଗଡରୁ ୩୧, ଖୋର୍ଦ୍ଧାରୁ ୨୮, କଟକରୁ ୨୬, କେନ୍ଦୁଝରରୁ ୨୬, ଭଦ୍ରକରୁ ୨୩, ମୟୂରଭଞ୍ଜରୁ ୨୨, ଯାଜପୁର…

ଭୁବନେଶ୍ୱରରୁ ଆଉ ୧୬୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୬।୭(ବ୍ୟୁରୋ)-ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରାଜଧାନୀ ଭୁବନେଶ୍ୱରରୁ ରବିବାର ୧୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ ୫୯ ଜଣ ଲୋକାଲ କେସ। ସେଥିମଧ୍ୟରେ…

କଟକ ସହରରୁ ପୁଣି ୫୭ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୨୬।୭-କଟକ ସହରରୁ ରବିବାର ପୁଣି ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪୯ ଜଣ କ୍ୱାରାଣ୍ଟାଇନ ଏବଂ ୮ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।…

ମାଉଥ୍‌ ସ୍ପ୍ରେ କରୋନା ସଂକ୍ରମଣରୁ ରଖିବ ଦୂରେଇ…

ଷ୍ଟକ୍‌ହୋମ୍‌, ୨୬।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ୭ ମାସ ବିତି ଯାଇଥିଲେ ବି ଏହାର ପ୍ରତିଷେଧକ ଟୀକା ବାହାରି ପାରିନି। ଏପରିସ୍ଥଳେ ସ୍ବିଡେନ୍‌ର କେତେକ ଗବେଷକ ଦାବି କରିଛନ୍ତି ଯେ, ସାଧାରଣ ଥଣ୍ଡା ଏବଂ…

୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ନିଖୋଜ: ପ୍ରଶାସନର ବଢ଼ିଲା ଚିନ୍ତା

ବେଙ୍ଗାଲୁରୁ, ୨୬।୭: କରୋନା ସଂକ୍ରମଣ ଯୋଗୁ କର୍ନାଟକରେ ସ୍ଥିତି ସଙ୍କଟ ଜନକ ରହିଛି। ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି। ତେବେ ବେଙ୍ଗାଲୁରୁ ସହରରେ ଶହେ ଅବା ୨ ଶହ ନୁହେଁ, ଏକାଥରକେ ୩ ହଜାରରୁ ଅଧିକ…

ଖୋର୍ଦ୍ଧାରେ ୭୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଖୋର୍ଦ୍ଧା ଅଫିସ,୨୫ା୭: ଖୋର୍ଦ୍ଧା ଜିଲାରେ ବିଏମ୍‌ସିକୁ ବାଦ୍‌ ଦେଇ ରବିବାର ୨୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ହୋମ୍‌ କ୍ବାରାଣ୍ଟାଇନ୍‌ରୁ ୧୦, ଡାଇରେକ୍ଟ କଣ୍ଟାକ୍ଟ ୧୦ ଏବଂ ଟିଏମ୍‌ସିରୁ ୬ଜଣ ରହିଛନ୍ତି। ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭୨୦ରେ ପହଞ୍ଚିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri