ବାଣିଜ୍ୟ

ଆର୍‌କମ୍‌ ବିରୋଧରେ ଚାଲିବ ଦେବାଳିଆ ପ୍ରକ୍ରିୟା

ନୂଆଦିଲ୍ଲୀ,୧-୫: ନିଜର ବକେୟା ଫେରସ୍ତ ପାଇଁ ରିଲାଏନ୍ସ କମ୍ୟୁନିକେଶନ୍ସ(ଆର୍‌କମ୍‌) ବିରୋଧରେ ଦୀର୍ଘ ଦିନ ଧରି ମାମଲା ଚଳାଇ ଆସିଥିବା ଏରିକସନକୁ ମଙ୍ଗଳବାର ଜୋରଦାର ଝଟ୍‌କା ଲାଗିଛି। ନ୍ୟାଶନାଲ କମ୍ପାନୀ ଲ’ ଆପେଲାଟ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଏଟି) ଆର୍‌କମ୍‌ ବିରୋଧରେ ଦେବାଳିଆ ପ୍ରକ୍ରିୟା ଆରମ୍ଭ କରିବା…

କର୍ମଚାରୀଙ୍କ ମେଡିକ୍ଲେମ ସୁବିଧା ବନ୍ଦ କଲା ଜେଟ୍‌ ଏୟାରଓ୍ବେଜ

ମୁମ୍ବାଇ,୧-୫: ଜେଟ୍‌ ଏୟାରଓ୍ବେଜ କର୍ମଚାରୀ ଏଣିିକି ନିଜେ ନିଜର ମେଡିକ୍ଲେମ ପଲିସି ପାଇଁ ଅର୍ଥ ଖର୍ଚ୍ଚ କରିବେ। ଅର୍ଥ ଅଭାବରୁ କମ୍ପାନୀ ଏବେ ଆଉ ମେଡିକ୍ଲେମ ସୁବିଧା ଯୋଗାଇ ପାରିବ ନାହିଁ ବୋଲି ମଙ୍ଗଳବାର ଜେଟ୍‌ ମ୍ୟାନେଜମେଣ୍ଟ କର୍ମଚାରୀଙ୍କୁ ଜଣାଇ ଦେଇଛି।…

କୋର୍‌ ସେକ୍ଟରରେ ସାମାନ୍ୟ ଅଭିବୃଦ୍ଧି

ନୂଆଦିଲ୍ଲୀ,୧-୫: ଦେଶର ୮ କୋର୍‌ ସେକ୍ଟର ଅଭିବୃଦ୍ଧି ମାର୍ଚ୍ଚରେ ସାମାନ୍ୟ ବଢ଼ି ୪.୭%ରେ ପହଞ୍ଚତ୍ଛି। ଗତବର୍ଷର ଏହି ଅବଧିରେ ଏହା ୪.୫% ଥିଲା। ମଙ୍ଗଳବାର ଜାରି ତଥ୍ୟ ଅନୁଯାୟୀ, ସମ୍ପୂର୍ଣ୍ଣ ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ୮ କୋର୍‌ ସେକ୍ଟର ଉଦ୍ୟୋଗ…

ପିଏନ୍‌ବି ସହ ମିଶିପାରେ ୟୁବିଆଇ, ବିଓଆଇ

ନୂଆଦିଲ୍ଲୀ,୧-୫: କେନ୍ଦ୍ର ସରକାର ବ୍ୟାଙ୍କିଙ୍ଗ ସେକ୍ଟରରେ ଦ୍ୱିତୀୟ ପର୍ଯ୍ୟାୟ ମିଶ୍ରଣ ପର୍ବ ଆରମ୍ଭ କରିବାକୁ ଯାଉଛନ୍ତି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ସହ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ(ୟୁବିଆଇ) ଏବଂ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ବିଓଆଇ)କୁ ମିଶାଇ ଦିଆଯାଇପାରେ। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଜଣେ…

ଆଜିଠାରୁ ସଞ୍ଚୟ, ଋଣ ନେଇ ଏସ୍‌ବିଆଇ ନିୟମ ବଦଳିଲା

ନୂଆଦିଲ୍ଲୀ,୧-୫: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ) ମେ ପହିଲାରୁ ସଞ୍ଚୟ ଆକାଉଣ୍ଟ ଏବଂ ସ୍ବଳ୍ପମିଆଦି ଋଣ ଲାଗି ନୂଆ ନିୟମ ଲାଗୁ କରିଛି। ବ୍ୟାଙ୍କ ସୁଧ ହାର ଧାର୍ଯ୍ୟ କରିବାର ଆଧାର ବଦଳାଇବାକୁ ଯାଉଛି। ୧ ଲକ୍ଷରୁ ଅଧିକ ବାଲାନ୍ସ ଥିବା ସଞ୍ଚୟ…

ଏଟିଏମ୍‌ ବ୍ୟବହାର ଲାଗି ପଡିବ ଅଧିକ ଚାର୍ଜ

ନୂଆଦିଲ୍ଲୀ,୧-୫: ଚଳିତ ବର୍ଷ ଅଧାରୁ ଅଧିକ ଏଟିଏମ୍‌ ବନ୍ଦ ହୋଇଯିବ ବୋଲି କନଫେଡେରେଶନ ଅଫ୍‌ ଏଟିଏମ୍‌ ଇଣ୍ଡଷ୍ଟ୍ରି(ସିଏଟିଏମ୍‌ଆଇ) ଗତବର୍ଷ ଚେତାବନୀ ଦେଇଥିଲା। ଏହାର ରିପୋର୍ଟ ଅନୁଯାୟୀ, ଦଶରେ ପ୍ରାୟ ୨ ଲକ୍ଷ ୩୮ ହଜାର ଏଟିଏମ୍‌ ରହିଛି ଏବଂ ତନ୍ମଧ୍ୟରୁ ପ୍ରାୟ…

ଋଣ ଫେରସ୍ତ ପ୍ରସ୍ତାବ ଦୋହରାଇଲେ ମାଲ୍ୟା

ଲଣ୍ଡନ,୩୦-୪: ପ୍ରତ୍ୟର୍ପଣ ମାମଲାର ସାମ୍ନା କରୁଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯିବା ନେଇ ବର୍ଷିଛନ୍ତି। ଏଥିସହ ସେ ତାଙ୍କର ବକେୟା ଋଣ ସମ୍ପୂର୍ଣ୍ଣ ଫେରସ୍ତ ଲାଗି ପ୍ରସ୍ତୁତ ଥିବା ଦୋହରାଇଛନ୍ତି। ଭାରତର ବିଭିନ୍ନ ବ୍ୟାଙ୍କରୁ ପ୍ରାୟ…

ଆମଦାନୀ ଶୁଳ୍କ ନେଇ ଭାରତକୁ ପୁଣି ଟାର୍ଗେଟ କଲେ ଟ୍ରମ୍ପ

ଓ୍ବାଶିଂଟନ,୩୦-୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମଦାନୀ ଶୁଳ୍କ ନେଇ ପୁଣିଥରେ ଭାରତକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଆମେରିକା ଉତ୍ପାଦ ବିଶେଷ କରି କାଗଜାତ ସାମଗ୍ରୀ ଓ ହାର୍ଲେ ଡେଭିଡସନ ମୋଟରସାଇକେଲ ଉପରେ ଭାରତରେ ବଡ଼ ଧରଣର ଶୁଳ୍କ…

ଏନ୍‌ପିଏ ସର୍କୁଲାର ଜାରି ଲାଗି ନିର୍ବାଚନ କମିଶନଙ୍କ ଅନୁମତି ନେବ ଆର୍‌ବିଆଇ

ମୁମ୍ବାଇ,୩୦ -୪: ଏନ୍‌ପିଏ ସମାଧାନ ଯୋଜନା ଲାଗି ଗାଇଡଲାଇନ ଜାରି କରିବା ସଂକ୍ରାନ୍ତରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ନିର୍ବାଚନ କମିଶନଙ୍କଠାରୁ ଅନୁମତି ଲୋଡିବାକୁ ଯାଉଛି। ସୁପ୍ରିମକୋର୍ଟ ବିବାଦୀୟ ଫେବୃୟାରୀ ୧୨ ସର୍କୁଲାରକୁ ରଦ୍ଦ କରିଦେବା ପରେ ସଂଶୋଧିତ ଗାଇଡଲାଇନ ନେଇ ଆଉ…

ଜେଟ୍‌ ଏୟାରଓ୍ବେଜର ନିୟନ୍ତ୍ରଣ ନେବାକୁ ଅଣ୍ଟା ଭିଡ଼ିଲେ କର୍ମଚାରୀ

ନୂଆଦିଲ୍ଲୀ,୩୦-୪: ବୁଡ଼ି ଯାଇଥିବା ଏୟାରଲାଇନ କମ୍ପାନୀ ଜେଟ୍‌ ଏୟାରଓ୍ବେଜକୁ ପୁନର୍ବାର ଛିଡା କରିବା ଲାଗି ଏବେ କର୍ମଚାରୀମାନେ ଅଣ୍ଟା ଭିଡ଼ିଛନ୍ତି। ବାହାର ନିବେଶକଙ୍କଠାରୁ ୩ ହଜାର କୋଟି ଟଙ୍କା ଏବଂ କର୍ମଚାରୀ ଷ୍ଟକ୍‌ ଅପ୍‌ସନ ମାଧ୍ୟମରେ ୪ ହଜାର କୋଟି ଟଙ୍କା…

ଜେଟ୍‌ ଏୟାରଓ୍ବେଜ ପରେ ସଙ୍କଟରେ ପଓ୍ବନହଂସ, ଦେଇ ପାରିଲାନି ଏପ୍ରିଲ ବେତନ

ନୂଆଦିଲ୍ଲୀ,୨୯-୪: କିଙ୍ଗଫିଶର ଏବଂ ଜେଟ୍‌ ଏୟାରଓ୍ବେଜ ପରେ ପଓ୍ବନହଂସ ହେଲିକପ୍ଟର କମ୍ପାନୀ ଉପରେ ଏବେ ସଙ୍କଟ ଦେଖାଦେଇଛି। ବିଏସ୍‌ଏନ୍‌ଏଲ, ଏମ୍‌ଟିଏନ୍‌ଏଲ, ଏୟାର ଇଣ୍ଡିଆ, ଇଣ୍ଡିଆ ପୋଷ୍ଟ ପରେ ଏବେ ଉକ୍ତ ରାଷ୍ଟ୍ରାୟତ୍ତ କମ୍ପାନୀର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ହୋଇଛି। କମ୍ପାନୀକୁ…

ବେବି ଶାମ୍ପୁରେ ନାହିଁ ହାନିକାରକ ପଦାର୍ଥ: ଜନସନ ଆଣ୍ଡ ଜନସନ

ନୂଆଦିଲ୍ଲୀ,୨୯-୪: ଆମେରିକା କମ୍ପାନୀ ଜନସନ ଆଣ୍ଡ ଜନସନ ନିଜର ଲୋକପ୍ରିୟ ବେବି ଶାମ୍ପୁରେ ହାନିକାରକ ପଦାର୍ଥ ଥିବା ଅଭିଯୋଗକୁ ଖଣ୍ଡନ କରିଛି। ରାଜସ୍ଥାନ ସରକାରଙ୍କ ଜୟପୁରସ୍ଥିତ ଔଷଧ ପରୀକ୍ଷଣ ପ୍ରୟୋଗଶାଳା କମ୍ପାନୀର ବେବି ଶାମ୍ପୁରେ ଫର୍ମାଲଡିହାଇଡ(କ୍ୟାନସରକାରକ) ମିଳିଥିବା ଅଭିଯୋଗ କରିଥିଲା। ଲାବରେଟୋରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?