ବାଣିଜ୍ୟ

ଫେସ୍‌ବୁକ୍‌, ଗୁଗଲରେ ବିଜ୍ଞାପନ;ରାଜନୈତିକ ଦଳ ଖର୍ଚ୍ଚ କରିଛନ୍ତି ୫୩ କୋଟି

ନୂଆଦିଲ୍ଲୀ,୨୦-୫: ଦେଶର ରାଜନୈତିକ ଦଳଗୁଡ଼ିକ ଚଳିତ ବର୍ଷ ଫେବୃୟାରୀରୁ ଅଦ୍ୟାବଧି ଫେସ୍‌ବୁକ୍‌ ଓ ଗୁଗଲ ଆଦି ସୋସିଆଲ ମିଡିଆରେ ନିଜର ପ୍ରଚାର ପାଇଁ ୫୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ଏମାନଙ୍କ ମଧ୍ୟରେ ଶାସକ ଦଳ ଭାଜପା ସର୍ବାଗ୍ରେ ରହିଛି।…

ସପ୍ତାହକ ଭିତରେ ଜେଟ୍‌ର ସ୍ଥିତି ସ୍ପଷ୍ଟ ହେବ: ଏସ୍‌ବିଆଇ ମୁଖ୍ୟ

ନୂଆଦିଲ୍ଲୀ,୨୦-୫: ଆର୍ଥିକ ସଙ୍କଟ କାରଣରୁ ଅସ୍ଥାୟୀଭାବେ ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜ୍‌ର ଭବିଷ୍ୟତକୁ ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି। ଜେଟ୍‌ ପୁଣିଥରେ କାର୍ଯ୍ୟକ୍ଷମ ହେବା ନେଇ ଏବେ ସୁଦ୍ଧା ସ୍ଥିତି ସ୍ପଷ୍ଟ ନୁହେଁ। ତେବେ ଆସନ୍ତା ଏକ ସପ୍ତାହ…

ନିର୍ବାଚନ ଫଳାଫଳ ଉପରେ ନିବେଶକଙ୍କ ନଜର

ମୁମ୍ବାଇ,୨୦।୫: ଚଳିତ ମାସ ୨୩ରେ ସାଧାରଣ ନିର୍ବାଚନ ଫଳାଫଳ ଆସିବାକୁ ଥିବା ବେଳେ ଦେଶର ପୁଞ୍ଜି ବଜାର ନଜର ଏବେ ଏହା ଉପରେ ରହିଛି। ସେହିଭଳି ବଜାର ଉପରେ ଏକଜିଟ୍‌ ପୋଲ ପ୍ରଭାବ ମଧ୍ୟ ପରିଲକ୍ଷିତ ହେବ। ଅପରପକ୍ଷରେ କମ୍ପାନୀଗୁଡିକର ବିତ୍ତୀୟ…

ବିଓବିରେ ମିଶ୍ରଣର ପ୍ରଭାବ;୯୦୦ ଶାଖା ବନ୍ଦ ହେବା ସମ୍ଭାବନା

ନୂଆଦିଲ୍ଲୀ,୨୦-୫: ବ୍ୟାଙ୍କ ଅଫ୍‌ ବରୋଦା(ବିଓବି) ସହ ଅନ୍ୟ ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ ପରେ ଏବେ ୮୦୦ରୁ ୯୦୦ ଶାଖା ବନ୍ଦ ହୋଇଯିବ ଅଥବା ସ୍ଥାନାନ୍ତରିତ ହେବାକୁ ଯାଉଛି। ଜଣେ ବରିଷ୍ଠ ବ୍ୟାଙ୍କ ଅଧିକାରୀ କହିଛନ୍ତି ଯେ, ବିଓବି ସହ ଦେନା…

ଡେବିଟ୍‌ କାର୍ଡ ଦେୟ ବଢ଼ିଛି ୨୭%

ନୂଆଦିଲ୍ଲୀ,୨୦-୫: ଦେଶରେ କିଣାକିଣି କରିବା ଲାଗି ଲୋକେ ଡେବିଟ୍‌ କାର୍ଡ ବ୍ୟବହାରରେ ବେଶ୍‌ ଉତ୍ସାହ ପ୍ରଦର୍ଶନ କରୁଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଦ୍ୱାରା ଜାରି ତଥ୍ୟ ଅନୁଯାୟୀ, ମାର୍ଚ୍ଚରେ ପଏଣ୍ଟ ଅଫ୍‌ ସେଲ୍‌ ମେଶିନ(ପିଓଏସ୍‌) ଜରିଆରେ ଡେବିଟ୍‌ କାର୍ଡ ଦ୍ୱାରା ଦେୟ…

ନିଶାନ ‘ଟେରାନୋ’ରେ ମିଳୁଛି ଆକର୍ଷଣୀୟ ରିହାତି

ଭୁବନେଶ୍ୱର,୧୯-୫:ନିଶାନ ମୋଟର କମ୍ପାନୀର ପ୍ରମୁଖ ଲୋକପ୍ରିୟ ମଡେଲ ଯାନ ଟେରାନୋ ଉପରେ କମ୍ପାନୀ ଆକର୍ଷଣୀୟ ରିହାତି ଘୋଷଣା କରିଛି। ଏହି ମଡେଲ ଉପରେ ଗ୍ରାହକ ୨.୩୬ ଲକ୍ଷ ଟଙ୍କାର ରିହାତି ପାଇପାରିବେ। ଡିଜେଲ ଭର୍ଜନରେ ଆସୁଥିବା ଏହି ଏସ୍‌ୟୁଭିରେ ୨୨ ପ୍ରମୁଖ…

ରାଣା କପୁରଙ୍କଠାରୁ ବୋନସ୍‌ ଫେରାଇ ନେବ ୟେସ୍‌ ବ୍ୟାଙ୍କ

ନୂଆଦିଲ୍ଲୀ,୧୯।୫: ୟେସ୍‌ ବ୍ୟାଙ୍କ ଏହାର ପ୍ରତିଷ୍ଠାତା ତଥା ପୂର୍ବତନ ଏମ୍‌ଡି ଓ ସିଇଓ ରାଣା କପୁରଙ୍କଠାରୁ ବୋନସ୍‌ ବାବଦରେ ଦେଇଥିବା ୧.୪୪ କୋଟି ଟଙ୍କା ଫେରାଇ ନେବ। ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶରେ ବ୍ୟାଙ୍କ ଏତାଦୃଶ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। କେନ୍ଦ୍ରୀୟ…

ବିଦେଶରେ ଏମ୍‌ବିବିଏସ୍‌ ଡିଗ୍ରୀ ଲାଗି ଗ୍ଲୋବାଲ ଫୋକସର ପଦକ୍ଷେପ

ଭୁବନେଶ୍ୱର,୧୯-୫: ବିଦେଶରେ ଏମ୍‌ବିବିଏସ୍‌ ଡିଗ୍ରୀ ଲାଗି ଗ୍ଲୋବାଲ ଫୋକସ ଏଜୁକେଶନ ଗ୍ରୁପ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ସରକାରୀ ମେଡିକାଲ କଲେଜଗୁଡିକରେ ସିଟ୍‌ ସଂଖ୍ୟା କମ୍‌ ରହୁଥିବା ବେଳେ ଘରୋଇ ମେଡିକାଲ କଲେଜରେ ପାଠ ପଢିବା ବ୍ୟୟବହୁଳ । ଏଭଳି ସ୍ଥିତିରେ…

ଟିଭି ଚ୍ୟାନେଲ ଷ୍ଟ୍ରିମିଂ କରୁଥିବା ଆପ୍ସକୁ ନିୟନ୍ତ୍ରିତ କରିବ ଟ୍ରାଇ

ନୂଆଦିଲ୍ଲୀ,୧୮-୫: ଟିଭି ଚ୍ୟାନେଲଗୁଡ଼ିକର ଲାଇଭ ଷ୍ଟ୍ରିମିଂ କରୁଥିବା ଆପ୍ସଗୁଡ଼ିକୁ ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ(ଟ୍ରାଇ) ନିୟନ୍ତ୍ରିତ କରିବ। ଏସୂଚନାଥାଉ କି, ହଟ୍‌ଷ୍ଟାର୍‌, ଏୟାରଟେଲ ଟିଭି, ଜିଓ ଟିଭି, ସୋନୀ ଲାଇଭ୍‌, ଏମ୍‌ଏକ୍ସ ପ୍ଲେୟାର, ଜି୫ ଭଳି ଆପ୍ସ ଲାଇଭ ଷ୍ଟ୍ରିମିଂ ଅର୍ଥାତ୍‌…

ସଙ୍କଟରେ ପାକିସ୍ତାନୀ ମୁଦ୍ରା;ଭାରତ ତୁଳନାରେ ମୂଲ୍ୟ ଅଧା

ନୂଆଦିଲ୍ଲୀ,୧୯-୫: ଭାରତୀୟ ମୁଦ୍ରା ଟଙ୍କା ଏବେ ପଡ଼ୋଶୀ ପାକିସ୍ତାନର ମୁଦ୍ରାଠାରୁ ଅଧିକ ମୂଲ୍ୟବାନ ହୋଇଛି। ଶୁକ୍ରବାର ଭାରତୀୟ ଟଙ୍କା ଡଲାର ତୁଳନାରେ ୭୦ ସ୍ତରରେ ଥିଲା ବେଳେ ପାକିସ୍ତାନ ଟଙ୍କା ୧୫୦ ଟପିଯାଇଛି। ଏପରି ନୁହେଁ ଯେ, ପାକିସ୍ତାନୀ ଟଙ୍କାର ମୂଲ୍ୟ…

ଡିଜିଟାଲ ପେମେଣ୍ଟ:ଆର୍‌ବିଆଇକୁ ରିପୋର୍ଟ ଦେଲା ନିଲେକାନି କମିଟି

ନୂଆଦିଲ୍ଲୀ,୧୯-୫: ଡିଜିଟାଲ ପେମେଣ୍ଟକୁ ନେଇ ନନ୍ଦନ ନିଲେକାନିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ତାଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି। ଦେଶରେ ଆଧାର ପରିଚୟପତ୍ର ଯୋଜନାକୁ ଲାଗୁ କରିବାରେ ନିଲେକାନିଙ୍କ ଅବଦାନ ଯଥେଷ୍ଟ। ଚଳିତ ବର୍ଷ ଜାନୁୟାରୀରେ ଏହି କମିଟି…

ଗାଡ଼ି ଆମଦାନୀ ଶୁଳ୍କ;ନିଷ୍ପତ୍ତି ୬ ମାସ ଟାଲିଦେଲେ ଟ୍ରମ୍ପ

ଓ୍ବାଶିଂଟନ,୧୯-୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗାଡ଼ି ଆମଦାନୀ ଉପରେ ଲାଗୁଥିବା ଶୁଳ୍କରେ ଭାରି ବୃଦ୍ଧି କରିବାକୁ ଚାହୁଁଛନ୍ତି। ତେବେ ସେ ଏହି ନିଷ୍ପତ୍ତିକୁ ଆସନ୍ତା ୬ ମାସ ପାଇଁ ଟାଳି ଦେଇଛନ୍ତି। ଗାଡ଼ି ଆମଦାନୀ-ରପ୍ତାନି କ୍ଷେତ୍ରରେ ୟୁରୋପ ଓ ଜାପାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?