ଫନୀ ପ୍ରଭାବିତଙ୍କୁ ଏସ୍‌ବିଆଇ ଦେଲା ୧୨୦ କୋଟି ଟଙ୍କାର ଋଣ

ଭୁବନେଶ୍ୱର,୭-୬: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ରାଜ୍ୟର ଫନୀ ପ୍ରଭାବିତଙ୍କୁ ବର୍ତ୍ତମାନ ସୁଦ୍ଧା ୧୨୦ କୋଟି ଟଙ୍କାର ଋଣ ପ୍ରଦାନ କରିଛି। ଏହି ଋଣ ମଧ୍ୟରେ କୃଷି କ୍ଷେତ୍ରର ୯୮ କୋଟି,କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡିକୁ ୧୫ କୋଟି ଏବଂ ହୋମ ଲୋନ ବାବଦକୁ ପ୍ରାୟ ୫ କୋଟି ଟଙ୍କା ସାମିଲ ରହିିଛି। ଏହାବାଦ ମତ୍ସ୍ୟଜୀବିଙ୍କ ଜୀବନ ଜୀବିକା ଲାଗି ଅଲଗା ଋଣ ପ୍ରଦାନ କରିବାକୁ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ବ୍ୟାଙ୍କ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦେଉଛି ବୋଲି ଏହାର ଏମ୍‌ଡି ପି.କେ. ଗୁପ୍ତା ଗୁରୁବାର ଭୁବନେଶ୍ୱରଠାରେ ଏକ ଖବରଦାତା କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ବ୍ୟାଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗର ରିପୋର୍ଟ ଆଧାରରେ ଋଣ ପୁନର୍ଗଠନ ଦିଗରେ କାର୍ଯ୍ୟ କରୁଛି। ପ୍ରଭାବିତ ଅଞ୍ଚଳରେ କୃଷି, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ଓ ବାସଗୃହ ଋଣ ଉପରେ ମୋରାଟୋରିୟମ ସମୟ ଏକ ବର୍ଷକୁ ବଢାଯାଇଛି। ଏସ୍‌ବିଆଇର ସହଯୋଗୀ କମ୍ପାନୀ ଏସ୍‌ବିଆଇ ଜେନେରାଲ ୧୦୦୦ରୁ ଉର୍ଦ୍ଧ୍ୱ କ୍ଲେମ ସମାଧାନ କରିବାକୁ ସମକ୍ଷ ହୋଇଥିବା ଗୁପ୍ତା କହିଛନ୍ତି। କ୍ଲେମ ସମାଧାନ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ ପଦକ୍ଷେପ ନିଆଯାଇଛି। ପ୍ରଭାବିତ ଅଞ୍ଚଳଗୁଡିକରେ ନଗଦ ଉପଲବ୍ଧ କରାଇବାକୁ ପିଓଏସ୍‌ ମେଶିନ ବ୍ୟବସ୍ଥା, ଅଚଳ ହୋଇ ଯାଇଥିବା ଏଟିଏମ୍‌ଗୁଡିକର ପୁନରୁଦ୍ଧାର ଭଳି ବିଭିନ୍ନ ବ୍ୟବସ୍ଥା କରାଯାଇଛି। ବ୍ୟାଙ୍କ ରାଜ୍ୟରେ ମୋଟ ୮୭୨ ଶାଖା ସହ କାର୍ଯ୍ୟ କରୁଛି। ଏହା ମଧ୍ୟରେ ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧସହରାଞ୍ଚଳରେ ୭୦୬ ଶାଖା ରହିଛି। ୨୮୪୦ ଏଟିଏମ୍‌ ଏବଂ ୪୨୨୭ ସିପିଏସ୍‌ ଦ୍ୱାରା ଏସ୍‌ବିଆଇ ସେବା ଯୋଗାଇ ଦେଉଥିବା ସେ ଗୁପ୍ତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି।…

ସଇଁତଳାକୁ ଏନଏସି ମାନ୍ୟତା ଦାବି ଜୋର ଧରିଲା:ସାମିଲ ହେଲେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା

ବଲାଙ୍ଗୀର, ୭।୯(ସୁନିଲ କୁମାର ମହାନ୍ତି): ସଇଁତଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ମାନ୍ୟତା ପ୍ରଦାନ ଦାବିରେ ଚାଲିଥିବା ଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏହି ଧାରଣାସ୍ଥଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri