ଅଗଷ୍ଟରୁ ଅନ୍‌ଲାଇନରେ କିଣି ହେବ ବିଦେଶୀ ମୁଦ୍ରା

ନୂଆଦିଲ୍ଲୀ,୮-୬: ବିଦେଶ ଯିବାକୁ ଥିବା ବ୍ୟକ୍ତିବିଶେଷ ଅଥବା କ୍ଷୁଦ୍ର ବ୍ୟବସାୟୀ ଅଗଷ୍ଟରୁ ଅନ୍‌ଲାଇନରେ ବିଦେଶୀ ମୁଦ୍ରା କିଣିପାରିବେ। ଏଥିଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଖୁବଶୀଘ୍ର ଏକ ପ୍ଲାଟଫର୍ମ ଆରମ୍ଭ କରିବାକୁ ଯାଉଛି। ଏ ସମ୍ପର୍କରେ କେନ୍ଦ୍ରୀୟ ବ୍ୟାଙ୍କ ଏକ ବିବୃତି ଜାରି କରିଛି। ଆର୍‌ବିଆଇ ପକ୍ଷରୁ କୁହାଯାଇଛି ଯେ, କ୍ଲିୟରିଂ କର୍ପୋରେଶନ ଅଫ୍‌ ଇଣ୍ଡିଆ ଏକ ନୂଆ ପ୍ଲାଟଫର୍ମ ଡେଭଲପ୍‌ କରିଛି। ଏହାର ଏବେ ପରୀକ୍ଷା ଚାଲିଛି। ଅଗଷ୍ଟ ପ୍ରଥମ ସପ୍ତାହରୁ ସାଧାରଣ ନାଗରିକ ଏହି ପ୍ଲାଟଫର୍ମର ବ୍ୟବହାର କରିପାରିବେ। ସୂଚନାଯୋଗ୍ୟ ଯେ, ବିଦେଶୀ ମୁଦ୍ରା କାରବାର ଅଦ୍ୟାବଧି ସମ୍ପୂର୍ଣ୍ଣ ଭାବେ ସଂଗଠିତ ନୁହେଁ। ବିଦେଶୀ ମୁଦ୍ରା କିଣିବା ଲାଗି ଲୋକଙ୍କୁ ୧ରୁ ୩% ପର୍ଯ୍ୟନ୍ତ କମିଶନ ଦେବାକୁ ପଡୁଛି।
ଏହାକୁ ଧ୍ୟାନରେ ରଖି ୨୦୧୭ରେ ଆର୍‌ବିଆଇ ଏକ ଅନ୍‌ଲାଇନ ପ୍ଲାଟଫର୍ମ ବିକଶିତ କରିବା ଲାଗି ପ୍ରସ୍ତାବ ଦେଇଥିଲା। ଏହି ପ୍ଳାଟଫର୍ମ ଆରମ୍ଭ ହୋଇଯିବା ପରେ ସାଧାରଣ ଲୋକ ବିଦେଶୀ ମୁଦ୍ରାକୁ ଗୋଟିଏ କ୍ଲିକ୍‌ରେ ସହଜରେ କିଣି ବା ବିକି ପାରିବେ। ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ କୌଣସି କମିଶନ ନିଆଯିବ ନାହିଁ। ଲୋକଙ୍କୁ ଆନ୍ତଃବ୍ୟାଙ୍କ ଦର ହିସାବରେ ବିଦେଶୀ ମୁଦ୍ରା କିଣାବିକା କରିବାକୁ ସୁଯୋଗ ଦିଆଯିବ। ନୂଆ ପ୍ଲାଟଫର୍ମରେ ଗ୍ରାହକଙ୍କ ରେଜିଷ୍ଟ୍ରେଶନ ଜୁଲାଇ ପହିଲାରୁ ଆରମ୍ଭ କରିବାକୁ ଫରେନ ଏକ୍ସଚେଞ୍ଜ ଡିଲର ଆସୋସିଏଶନ ନିଜର ସମସ୍ତ ସଦସ୍ୟଙ୍କୁ ନିର୍ଦ୍ଦେଶ ଦେଇଛି। ଡିଲର୍ସଙ୍କ କହିବାନୁଯାୟୀ, ଏହି ପ୍ଲାଟଫର୍ମ ଜରିଆରେ ଯେଉଁ ବିଦେଶୀ ନୋଟ୍‌ ବିକ୍ରି କରାଯିବ, ଦେଶକୁ ଫେରୁଥିବା ବ୍ୟକ୍ତିଙ୍କଠାରୁ ତାହା ଫେରସ୍ତ ନିଆଯିବ। ଏହାଛଡ଼ା ଭାରତର ବ୍ୟାଙ୍କରେ ଡଲାର ବିକୁଥିବା ଏନ୍‌ଆର୍‌ଆଇଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ସୁନା ଆମଦାନୀରେ ବମ୍ପର ହ୍ରାସ, PM ମୋଦିଙ୍କ ଅପିଲ ନା ଆଉ କିଛି କାରଣ? ଜାଣନ୍ତୁ…

ନୂଆଦିଲ୍ଲୀ,୭।୯: ଭାରତରେ ସୁନାର ଚାହିଦା ଏବଂ ଆମଦାନୀକୁ ନେଇ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପ୍ରକାଶିତ ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ଭାରତର ସୁନା ଆମଦାନୀ ବାର୍ଷିକ…

UPI Payment: ଭୁଲ ନମ୍ୱରକୁ କରିଦେଇଛନ୍ତି କି ପେମେଣ୍ଟ? ଜାଣନ୍ତୁ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୬।୯: UPI ପେମେଣ୍ଟ ଟଙ୍କା କାରବାରକୁ ବହୁତ ସହଜ ଏବଂ ଦ୍ରୁତ କରିଦେଇଛି। ତଥାପି, ବେଳେବେଳେ ତରବରିଆ ଭାବେ କିମ୍ୱା ଅସାବଧାନତା ଯୋଗୁଁ ଭୁଲ ନମ୍ୱର ବା…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri