ବାଣିଜ୍ୟ

ବଜେଟ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ ଅଧିକାରୀଙ୍କୁ ଭେଟିବେ ମୋଦି ୨୦ରେ ଆଲୋଚନା

ନୂଆଦିଲ୍ଲୀ,୧୫-୬: ବଜେଟ ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୦ରେ ଅର୍ଥ ମନ୍ତ୍ରଣାଳୟ ଅଧୀନ ୫ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଭେଟିବେ। ଦେଶର ଅର୍ଥନୀତିକୁ ତ୍ୱରାନ୍ବିତ କରିବା ତଥା ଅଧିକ ନିଯୁକ୍ତି ସୃଷ୍ଟି ନେଇ ଏହି ବୈଠକରେ ଆଲୋଚନା ହେବ।…

ପାଇକାରୀ ମୁଦ୍ରାସ୍ଫୀତି ୨୨ ମାସର ସର୍ବନିମ୍ନ ସ୍ତରରେ

ନୂଆଦିଲ୍ଲୀ,୧୫-୬: ପାଇକାରୀ ମୁଦ୍ରାସ୍ଫୀତି ହାର ମେ’ରେ ୨.୪୫% ରେକର୍ଡ କରାଯାଇଛି। ଏହା ୨୨ ମାସର ସର୍ବନିମ୍ନ ସ୍ତର କୁହାଯାଉଛି। ଏଥିପୂର୍ବରୁ ୨୦୧୭ ଜୁଲାଇରେ ଏହା ୧.୮୮% ରହିଥିଲା। ଖାଦ୍ୟପଦାର୍ଥ ଏବଂ ଇନ୍ଧନ, ବିଜୁଳି ମୂଲ୍ୟ କମିବା କାରଣରୁ ପାଇକାରୀ ମୁଦ୍ରାସ୍ଫୀତି ହ୍ରାସ…

ସମାଧାନ ହେବ ଜେଟ୍‌ ଏୟାରଓ୍ବେଜ୍‌ ସମସ୍ୟା

ନୂଆଦିଲ୍ଲୀ,୧୫-୬: ଆର୍ଥିକ ସଙ୍କଟ କାରଣରୁ ବନ୍ଦ ହୋଇଯାଇଥିବା ଘରୋଇ ବିମାନ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌କୁ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ମୁହଁ ଖୋଲିଛନ୍ତି। ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ…

ଏଟିଏମ୍‌ରେ ଟଙ୍କା ନ ଥିଲେ ବ୍ୟାଙ୍କକୁ ଜରିମାନା : ୩ଘଣ୍ଟାରୁ ଅଧିକ ସମୟ ଖାଲିଥିଲେ କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ,୧୫-୬: ଆଗାମୀ ଦିନରେ ଖାଲି ଏଟିଏମ୍‌ ଆଉ ଦେଖିବାକୁ ମିଳିବନି। ୩ଘଣ୍ଟାରୁ ଊର୍ଦ୍ଧ୍ୱ ସମୟଧରି ଏଟିଏମ୍‌ରେ ଟଙ୍କା ନ ଥିଲେ ସମ୍ପୃକ୍ତ ବ୍ୟାଙ୍କକୁ ଏଥିପାଇଁ ଭାରି ଜରିମାନା ଗଣିବାକୁ ପଡ଼ିବ। ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ…

ଜେଇଇ ଆଡଭାନ୍ସରେ ଆକାଶ ଛାତ୍ରୀଛାତ୍ରଙ୍କ ସଫଳତା

ଭୁବନେଶ୍ୱର,୧୫-୬:ଚଳିତ ବର୍ଷର ଜେଇଇ ଆଡଭାନ୍ସରେ ଆକାଶ କୋଚିଂ ପ୍ରତିଷ୍ଠାନର ଛାତ୍ରୀଛାତ୍ର ସଫଳତା ହାସଲ କରିଛନ୍ତି। ସର୍ବଭାରତୀୟ ର଼୍ୟାଙ୍କ ୫୧ ସହ ପ୍ରତିଷ୍ଠାନର ଛାତ୍ର ସାୟନ୍ତନ ଧର ଓଡ଼ିଶା ଟପ୍ପର ହୋଇଛନ୍ତି। ସେହିଭଳି ଆକାଶ ଆଇଆଇଟି ଜେଇଇର ସର୍ବଭାରତୀୟ ର଼୍ୟାଙ୍କ ୫୮ରେ ଶିବାଶିଷ…

ଏଫ୍‌ବିବିର ଓ୍ବିକେଣ୍ଡସ୍‌ ଆର୍‌ ଟ୍ରାଏଡେଜ୍‌

ଭୁବନେଶ୍ୱର,୧୫-୬(ବ୍ୟୁରୋ): ଫ୍ୟୁଚର ଗ୍ରୁପର ଲୋକପ୍ରିୟ ଫ୍ୟାଶନ ଡେଷ୍ଟିନେଶନ ଏଫ୍‌ବିବି ପକ୍ଷରୁ ଓ୍ବିକେଣ୍ଡସ ଆର୍‌ ଟ୍ରାଏଡେଜ୍‌ ଶୁଭାରମ୍ଭ ହୋଇଛି। ଏହା ଜୁନ ୧୪(ଶୁକ୍ରବାର)ଠାରୁ ଆରମ୍ଭ ହୋଇଥିବା ବେଳେ ପ୍ରତି ସପ୍ତାହ ଶେଷ ଦିନଗୁଡିକୁ ଫ୍ୟାଶନ ସପିଂ ଓ୍ବିକେଣ୍ଡ ଭାବେ ପାଳନ କରାଯିବ। ଏହି…

ନାଲ୍‌କୋକୁ ଶ୍ରେଷ୍ଠ ନବରତ୍ନ ଉଦ୍ୟୋଗ ସମ୍ମାନ

ଭୁବନେଶ୍ୱର,୧୫-୬: ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲ୍‌କେ) ଶ୍ରେଷ୍ଠ ନବରତ୍ନ ଉଦ୍ୟୋଗ ସମ୍ମାନ ଲାଭ କରିଛି। ପ୍ରମୁଖ ଇକ୍ୱିଟି ଇନଭେଷ୍ଟମେଣ୍ଟ ପତ୍ରିକା ଦଲାଲ ଷ୍ଟ୍ରିଟ ଜର୍ଣ୍ଣାଲ ପକ୍ଷରୁ ନାଲ୍‌କୋକୁ ୨୦୧୮ ବର୍ଷ ଲାଗି ଏହି ସମ୍ମାନ ପ୍ରଦାନ କରାଯାଇଛି। ଗତ ୫…

ଏସ୍‌ବିଏସ୍‌ ବାୟୋଟେକ୍‌-ଫିଲ୍ମ ଭାରତ ମଧ୍ୟରେ ଚୁକ୍ତି

ନୂଆଦିଲ୍ଲୀ,୧୫-୬: ଫିଲ୍ମ ଭାରତର ପ୍ରମୋଶନ ଲାଗି ଏସ୍‌ବିଏସ୍‌ ବାୟୋଟେକ୍‌ ଏହି ସିନେମା ନିର୍ମାଣ କରିଥିବା ସଂସ୍ଥା ସହ ଚୁକ୍ତିରେ ସାମିଲ ହୋଇଛି। କମ୍ପାନୀ ଏହାର ଲୋକପ୍ରିୟ ପ୍ରଡକ୍ଟ ପେଟ ସଫା ଆୟୁର୍ବେଦିକ ଗ୍ରାନ୍ୟୁଲସ୍‌ ଏବଂ ଟାବଲେଟର ବିଜ୍ଞାପନରେ ଏହି ସିନେମାକୁ ପ୍ରମୋଶନ…

ଅରୁନ୍ଧତୀ ଜୁଏଲର୍ସର ରଜ ପରୀ-୨୦୧୯

ଭୁବନେଶ୍ୱର,୧୫-୬(ବ୍ୟୁରୋ): ପ୍ରମୁଖ ଗହଣା ଶୋ’ରୁମ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ରଜ ପରୀ-୨୦୧୯ର ଫାଇନାଲ ସ୍ଥାନୀୟ ଶହୀଦ ନଗରସ୍ଥିତ ଦୁର୍ଗାପୂଜା ମଣ୍ଡପ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଚାରକ ଭାବେ ଓଲିଓଡ ଅଭିନେତ୍ରୀ ଅନିଷା ଶର୍ମା ଏବଂ ଗୀତିକାର ଅରୁଣ ମନ୍ତ୍ରୀ ଯୋଗଦେଇ…

ଆନ୍ଧ୍ର ବ୍ୟାଙ୍କ ସମ୍ବଲପୁରର ନୂତନ ଆଞ୍ଚଳିକ ମୁଖ୍ୟ

ଭୁବନେଶ୍ୱର,୧୫-୬: ଆନ୍ଧ୍ର ବ୍ୟାଙ୍କ ସମ୍ବଲପୁରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟର ନୂତନ ଆଞ୍ଚଳିକ ମୁଖ୍ୟ ଭାବେ ଶଙ୍କର ହେମ୍ବ୍ରମ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ହାଇଦ୍ରାବାଦ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟରେ ପିଆଣ୍ଡଡି ବିଭାଗର ମୁଖ୍ୟ ପ୍ରବନ୍ଧକ ଏବଂ ଋଣ ବିଭାଗର ମୁଖ୍ୟ…

ନୀଳାଚଳ ଇସ୍ପାତରେ ଟିଏମଟି ବାର ଉତ୍ପାଦନ

ଯାଜପୁର ଅଫିସ,୧୫-୬: କଳିଙ୍ଗ ନଗର ସ୍ଥିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ଼ (ଏନ୍‌ଆଇଏନ୍‌ଏଲ) ନିଜ ବ୍ରାଣ୍ଡ ଟିଏମଟି ବାର ଏନ୍‌ଆଇଏନ୍‌ଏଲ ସ୍ମାର୍ଟ ଟିଏମ୍‌ଟି ଉତ୍ପାଦନ ଆରମ୍ଭ କରିଛି ା ପ୍ରାରମ୍ଭିକ ପର୍ଯ୍ୟାୟରେ ମାସକୁ ୧୦ ହଜାର ଟନ୍‌ ଉତ୍ପାଦନ କରିବାକୁ ଲକ୍ଷ୍ୟ…

ରାଜ ଇଲେକଟ୍ରୋନିକ୍ସର କ୍ରିକେଟ ଓ୍ବାର୍ଲଡ କପ୍‌ ଅଫର

ଭୁବନେଶ୍ୱର,୧୫-୬: ରାଜ୍‌ ଇଲେକଟ୍ରୋନିକ୍ସ ପକ୍ଷରୁ କ୍ରିକେଟ ଓ୍ବାର୍ଲଡ କପ୍‌ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସମୟରେ ଏଲ୍‌ଇଡି ଟିଭି ଏବଂ ଏସି କ୍ରୟ ଉପରେ ଶୋ’ରୁମ ପକ୍ଷରୁ ଆକର୍ଷଣୀୟ ଅଫର ପ୍ରଦାନ କରାଯାଉଛି। ଶୋ’ରୁମରୁ ଏଲ୍‌ଜି ଏଲ୍‌ଇଡି ଟିଭି କ୍ରୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?