ଦୂର ହେଲା ଚିନ୍ତା,ଷ୍ଟାର୍ଟଅପ୍‌ଗୁଡ଼ିକ ଏବେ କାମରେ ଲାଗିପଡନ୍ତୁ: ସିବିଡିଟି

ନୂଆଦିଲ୍ଲୀ,୭-୭: ବଜେଟରେ ଆଞ୍ଜେଲ ଟିକସ ସହ ଜଡ଼ିତ ଚିନ୍ତାକୁ ଦୂର କରାଯାଇଛି। ଏଣୁ ଷ୍ଟାର୍ଟଅପ୍‌ଗୁଡ଼ିକ ଏବେ ସମସ୍ତ ନିଜ କାମରେ ଲାଗିପଡନ୍ତୁ ବୋଲି କନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ଶନିବାର କହିଛି। ସିବିଡିଟି ଅଧ୍ୟକ୍ଷ ପି.ସି.ମୋଦି ଗଣମାଧ୍ୟମ ସହ ଆଲୋଚନାକାଳରେ କହିଛନ୍ତି ଯେ, ଷ୍ଟାର୍ଟଅପ୍‌ ସହ ଜଡ଼ିତ ସମସ୍ତ ପୁରୁଣା ବିବାଦ ଓ ପ୍ରସଙ୍ଗକୁ ବିଚାର ଆଲୋଚନା ପ୍ରକ୍ରିୟା ଜରିଆରେ ତଥା ବିଭାଗର ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ସମାଧାନ କରାଯିବ। ଶୁକ୍ରବାର ନିଜର ପ୍ରଥମ ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଷ୍ଟାର୍ଟଅପ୍‌ଗୁଡ଼ିକ ପାଇଁ ଆଞ୍ଜେଲ ଟିକସ ଓ ପ୍ରମାଣ ପ୍ରଦାନ ସଂକ୍ରାନ୍ତ ବିଷୟର ସମାଧାନ କରିଥିଲେ। ମୋଦି କହିଛନ୍ତି ଯେ, ଡିପିଆଇଆଇଟି(ଉଦ୍ୟୋଗ ଏବଂ ଆଭ୍ୟନ୍ତରୀଣ ସମ୍ପର୍କ ବିଭାଗ) ନିକଟରେ ଷ୍ଟାର୍ଟଅପ୍‌ ସମ୍ପର୍କିତ ଯାହା କିଛି ବିବାଦ ଅଟକି ରହିଥିଲା ଆୟକର ବିଭାଗ ସହ ଆଲୋଚନା ପରେ ସେଗୁଡ଼ିକର ସମାଧାନ କରାଯାଇସାରିଛି। ଷ୍ଟାର୍ଟଅପ୍‌ଗୁଡ଼ିକଙ୍କ ବିରୋଧରେ ଅଭିଯୋଗ ଅଥବା ଅବିଶ୍ୱାସ ଭଳି ପରିବେଶ ଆଉ ଦେଖିବାକୁ ମିଳିବ ନାହିଁ ବୋଲି ତାଙ୍କର ବିଶ୍ୱାସ ଥିବା ମୋଦି କହିଛନ୍ତି। ପୂର୍ବରୁ ଯେଉଁ ମାମଲାଗୁଡ଼ିକର ତଦନ୍ତ ଆରମ୍ଭ ହୋଇଛି ଅଥବା ନୋଟିସ ପଠାଯାଇଛି,ସେଗୁଡିକ ଲାଗି ସ୍ବତନ୍ତ୍ର ନିରୀକ୍ଷଣ ଅଧିକାରୀଙ୍କର ପୂର୍ବରୁ ମଞ୍ଜୁରୀ ନିଆଯାଇଛି ବୋଲି ସେ କହିଛନ୍ତି। ସୂଚନାଥାଉ କି, ଗତ ଏକ ବର୍ଷ ହେବ ଆୟକର ନୋଟିସ ମିଳିବାକୁ ନେଇ ଷ୍ଟାର୍ଟଅପ୍‌ଗୁଡ଼ିକ ଅଭିଯୋଗ କରିଆସୁଛନ୍ତି। ସୂଚନାଥାଉ କି, ଡିପିଆଇଆଇଟି ଅଦ୍ୟାବଧି ୧୯,୬୬୫ ଷ୍ଟାର୍ଟଅପ୍‌କୁ ମାନ୍ୟତା ପ୍ରଦାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri