ବିଶ୍ୱ ବଜାରରେ ପହଞ୍ଚୁ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଉତ୍ପାଦ
ଭୁବନେଶ୍ୱର,୨୩। ୬: ଖାଦ୍ୟ ସାମଗ୍ରୀ ଯୋଗାଣ ଦ୍ୱାରା ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଦେଶକୁ ନିୟନ୍ତ୍ରଣ କରାଯାଇ ପାରିବ। ଆମେରିକା, ଚାଇନା କିମ୍ବା ଅନ୍ୟ ଯେକୌଣସି ଦେଶ ହେଉ ପଛେ ଏଭଳି ପଦକ୍ଷେପ ଦ୍ୱାରା ଘରୋଇ ବଜାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ…
ମେମୁ ହେବ ପୂର୍ବତଟ ରେଳପଥର ପାସେଞ୍ଜର ଟ୍ରେନ
ଭୁବନେଶ୍ୱର,୨୩-୬: ଖୋର୍ଦ୍ଧା ରୋଡଠାରେ ଥିବା ମେମୁ ସେଡ୍ର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣକୁ ରେଲଓ୍ବେ ବୋର୍ଡ ପକ୍ଷରୁ ଅନୁମୋଦନ ମିଳିଛି। ଏହା ଦ୍ୱାରା ପୂର୍ବତଟ ରେଳପଥର ସମସ୍ତ ପାସେଞ୍ଜର ଟ୍ରେନକୁ ଆଗାମୀ ୨ ବର୍ଷ ମଧ୍ୟରେ ମେମୁ ଟ୍ରେନରେ ରୂପାନ୍ତରିତ କରାଯିବାକୁ ଲକ୍ଷ୍ୟ…
ବୁଲେଟ ଟ୍ରେନ ପ୍ରକଳ୍ପ ଲାଗି ମିଳୁନି ଜମି
ନୂଆଦିଲ୍ଲୀ,୨୩-୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହତ୍ତ୍ୱାକାଂକ୍ଷୀ ମୁମ୍ବାଇ-ଅହମ୍ମଦାବାଦ୍ ବୁଲେଟ ଟ୍ରେନ ପ୍ରକଳ୍ପ ଆଗେଇ ପାରୁ ନାହିଁ। ଏହି ପ୍ରକଳ୍ପ ପାଇଁ ଭୂମି ଅଧିଗ୍ରହଣ ଏକ ବଡ଼ ସମସ୍ୟା ହୋଇଛି। ଅଦ୍ୟାବଧି ଆବଶ୍ୟକ ଜମି ମଧ୍ୟରୁ ମିଳିଛି ମାତ୍ର ୩୯% ବୋଲି ରାଷ୍ଟ୍ରୀୟ…
ଚୋକ୍ସିଙ୍କୁ ଦିଆଯିିବ ଏୟାର ଆମ୍ବୁଲାନ୍ସ ସହାୟତା
ନୂଆଦିଲ୍ଲୀ,୨୩-୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍ବି) ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଶନିବାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କ ବିରୋଧରେ ଏକ ସତ୍ୟପାଠ ଦାଖଲ କରାଯାଇଛି। ଚୋକ୍ସିଙ୍କ ପକ୍ଷରୁ ଦିଆଯାଇଥିବା ସତ୍ୟପାଠର ଜବାବ ଦେଇଛି ଇଡି। ଏଥିରେ ଦର୍ଶାଯାଇଛି…
ଆର୍ଥିକ ଅଭିବୃଦ୍ଧି ବୃଦ୍ଧି ଚିନ୍ତା; ଅର୍ଥନୀତିଜ୍ଞଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମାନସ ମନ୍ଥନ
ନୂଆଦିଲ୍ଲୀ,୨୩-୬: ବଜେଟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶର ପ୍ରମୁଖ ଅର୍ଥନୀତିଜ୍ଞ ଏବଂ ବିଶେଷଜ୍ଞଙ୍କ ସହିତ ଦେଶର ଆର୍ଥିକ ପରିସ୍ଥିତି ଉପରେ ମାନସ ମନ୍ଥନ କରିଥିଲେ। ଏହା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା ଯେ, ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ଅର୍ଥନୀତି…
ଭଡାରେ ଦିଆଯିବ ବିଏସ୍ଏନ୍ଏଲ୍ର ଫାଇବର ନେଟ୍ଓ୍ବାର୍କ
ନୂଆଦିଲ୍ଲୀ,୨୩-୬: ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍ଏନ୍ଏଲ୍)ର ଫାଇବର ନେଟ୍ଓ୍ବାର୍କକୁ ଭଡାରେ ଦେବା ଲାଗି ଟେଲିକମ୍ ବିଭାଗ(ଡିଓଟି) ଖୁବଶୀଘ୍ର ଏକ ପ୍ରସ୍ତାବ ଆଗତ କରିବ। ଏହାଦ୍ୱାରା କମ୍ପାନୀର ନଗଦ ସମସ୍ୟା ଅନେକାଂଶରେ ସମାଧାନ ହୋଇଯିବ ବୋଲି ଅନୁମାନ କରାଯାଉଛି। ମିଡିଆ ରିପୋର୍ଟ ଅନୁଯାୟୀ,…
୨୦୨୦ରେ ଏକ୍ଜିକ୍ୟୁଟିଭ ପଦ ଛାଡିବେ ରିଶଦ ପ୍ରେମଜୀ
ବେଙ୍ଗାଲୁରୁ,୨୩-୬: ଦେଶର ଚତୁର୍ଥ ସର୍ବବୃହତ ଆଉଟ୍ସୋର୍ସ କମ୍ପାନୀ ଓ୍ବିପ୍ରୋର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିବା ରିଶଦ ପ୍ରେମଜୀ ୨୦୨୦ରେ ଏକ୍ଜିକ୍ୟୁଟିଭ ପଦ ଛାଡ଼ିବେ ବୋଲି କମ୍ପାନୀ ପକ୍ଷରୁ ସଙ୍କେତ ଦିଆଯାଇଛି। ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ(ସେବି)ର ନୂଆ ନିୟମ…
ଏଣିକି ବିଳମ୍ବିତ ହେବନି ବିମାନ ଉଡ଼ାଣ
ନୂଆଦିଲ୍ଲୀ,୨୩-୬: ଦେଶରେ ବିମାନ ଉଡ଼ାଣ ବିଳମ୍ବିତ ହେବା ଏକ ସାଧାରଣ ଘଟଣା। ଏଥିପାଇଁ ବିଭିନ୍ନ କାରଣ ରହିଛି। ତେବେ କେନ୍ଦ୍ର ସରକାର ଏଭଳି ଏକ ନୂଆ ବ୍ୟବସ୍ଥା ଆଣିଛନ୍ତି, ଯାହା ଦ୍ୱାରା ବିମାନ ଚଳାଚଳରେ ଆଉ ବିଳମ୍ବ ହେବ ନାହିଁ। କେନ୍ଦ୍ର…
କାର୍ ଜିତିଲେ ରେଡ୍ ଚିଫ୍ ଗ୍ରାହକ
ମୁମ୍ବାଇ,୨୨ା୬: ଲେୟାନ ଗ୍ଲୋବାଲ ପ୍ରାଇଭେଟ ଲିମିଟେଡର ଲୋକପ୍ରିୟ ଲେଦର ବ୍ରାଣ୍ଡ ରେଡ୍ ଚିଫ୍ର ଭାଗ୍ୟଶାଳୀ ଗ୍ରାହକ ଲବନେସ ଗୌତମ ଗାଜିଆବାଦଠାରେ କାର୍ ଜିତିବାକୁ ସକ୍ଷମ ହୋଇଛନ୍ତି। ମେଗା ଲକି ଡ୍ରରେ କମ୍ପାନୀ ଭାଗ୍ୟଶାଳୀ ବିଜେତାଙ୍କୁ ଏକ ରେନୋ କ୍ୱିଡ କାର ପ୍ରଦାନ…
ବଜାରରେ ମହିନ୍ଦ୍ରାର ନୂଆ ୩ ଚକିଆ ଇ-ଯାନ ଟ୍ରିଓ
ଭୁବନେଶ୍ୱର,୨୨ା୬: ମହିନ୍ଦ୍ରା ଗ୍ରୁପର ଇ-ଯାନ ନିର୍ମାଣକାରୀ କମ୍ପାନୀ ମହିନ୍ଦ୍ରା ଇଲେକଟ୍ରିକ ମୋବିଲିଟି ଲିମିଟେଡ୍ ପକ୍ଷରୁ ନୂଆ ୩ ଚକିଆ ଇ-ଯାନ ରେଞ୍ଜକୁ ବଜାର ପ୍ରବେଶ କରାଯାଇଛି। ଏହି ରେଞ୍ଜରେ ଟ୍ରିଓ ଏବଂ ଟ୍ରିଓ ୟାରୀ ଭଳି ମଡେଲ ରହିଛି। ଏହି ମଡେଲଗୁଡିକୁ…
ଦିଭିସା ହର୍ବାଲ କେୟାର ସହ ଯୋଡ଼ି ହେଲେ ରବିନା ଟଣ୍ଡନ
ଚଣ୍ଡିଗଡ,୨୨ା୬: ଦିଭିସା ହର୍ବାଲ କେୟାର ଲିମିଟେଡ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କୁ ନିଜ ଆୟୁର୍ବେଦିକ ଟନିକ ବ୍ରାଣ୍ଡ ‘ସଚ୍ଚି ସହେଲୀ’ ଲାଗି ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ କରିଛି। ଏଭଳି ଏକ ପ୍ରମୁଖ ବ୍ରାଣ୍ଡ ସହ ଯୋଡି ହୋଇ ଅତ୍ୟନ୍ତ ଖୁସି ବୋଲି…
ଏଥର ଟାର୍ଗେଟରେ ବ୍ୟାଙ୍କ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ
ନୂଆଦିଲ୍ଲୀ,୨୨ା୬: ଆୟକର ଏବଂ ସେଣ୍ଟ୍ରାଲ କଷ୍ଟମ୍ସ ଓ ଏକ୍ସାଇଜ ବିଭାଗର ୨୭ ଜଣ ବରିଷ୍ଠ ଅଧିକାରୀଙ୍କୁ ମୋଦି ସରକାର ବାଧ୍ୟତାମୂଳକ ଅବସର ଦେଇ କାର୍ଯ୍ୟରୁ ବିଦା କରିଛନ୍ତି। ଏବେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଉଦ୍ୟୋଗରେ କାର୍ଯ୍ୟରତ ବରିଷ୍ଠ ଅଧିକାରୀ, କର୍ମଚାରୀଙ୍କ ଉପରେ…

