ଏକ୍ଜିଟ ପୋଲ୍:ଉଛୁଳିଲା ବଜାର
ମୁମ୍ବାଇ,୨୧-୫: ଦେଶର ସାଧାରଣ ନିର୍ବାଚନ ଫଳାଫଳ ୨୩ରେ ଆସିବାକୁ ଥିବା ବେଳେ କେନ୍ଦ୍ରରେ ପୁଣି ଥରେ ଏନ୍ଡିଏ ସରକାର ଶାସନ କ୍ଷମତାକୁ ଫେରିବା ନେଇ ଏକ୍ଜିଟ ପୋଲ୍ କହିସାରିଛି। ଏପରିସ୍ଥିତିରେ ସୋମବାର ଏହାର ପ୍ରଭାବ ଶେୟାର ବଜାର ଉପରେ ପରିଲକ୍ଷିତ ହୋଇଛି।…
୧୦ ହଜାର କୋଟିର ସମ୍ପତ୍ତି ବିକିବ ରିଲାଏନ୍ସ କ୍ୟାପିଟାଲ
ନୂଆଦିଲ୍ଲୀ,୨୦-୫: ନଗଦ ସଙ୍କଟର ସମ୍ମୁଖୀନ ହୋଇଥିବା ଉଦ୍ୟୋଗପତି ଅନିଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ କ୍ୟାପିଟାଲ ଚଳିତ ଆର୍ଥିକ ବର୍ଷରେ ୧୦ ହଜାର କୋଟି ଟଙ୍କାର ସମ୍ପତ୍ତି ବିକ୍ରି କରି ଏହାର ଋଣ ପରିମାଣକୁ ୫୦ ପ୍ରତିଶତ ହ୍ରାସ କରିବ। କମ୍ପାନୀ ପକ୍ଷରୁ…
ଆଜିଠାରୁ ବଢ଼ିପାରେ ପେଟ୍ରୋଲ-ଡିଜେଲ ଦର
ନୂଆଦିଲ୍ଲୀ,୨୦-୫: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଯଥେଷ୍ଟ ବୃଦ୍ଧି ପାଇଥିଲେ ମଧ୍ୟ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ି ନ ଥିଲା। ତେବେ ରବିବାର ନିର୍ବାଚନ ଶେଷ ହୋଇଛି।…
ବଜାରରୁ ୬୩୯୯ କୋଟି କାଢ଼ି ନେଲେ ଏଫ୍ପିଆଇ
ନୂଆଦିଲ୍ଲୀ,୨୦-୫: ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍ପିଆଇ) ମେ’ରେ ଅଦ୍ୟାବଧି ଭାରତୀୟ ପୁଞ୍ଜି ବଜାରରୁ ୬୩୯୯ କୋଟି ଟଙ୍କା କାଢ଼ି ନେଇଛନ୍ତି। ସାଧାରଣ ନିର୍ବାଚନ ଫଳାଫଳରେ ଅନିଶ୍ଚିତତା ଏବଂ ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ ବିବାଦକୁ ନେଇ ଏଫ୍ପିଆଇ ନିରାଶ ଥିବା ଜଣାପଡିଛି। ଏହି କାରଣରୁ…
ଫେସ୍ବୁକ୍, ଗୁଗଲରେ ବିଜ୍ଞାପନ;ରାଜନୈତିକ ଦଳ ଖର୍ଚ୍ଚ କରିଛନ୍ତି ୫୩ କୋଟି
ନୂଆଦିଲ୍ଲୀ,୨୦-୫: ଦେଶର ରାଜନୈତିକ ଦଳଗୁଡ଼ିକ ଚଳିତ ବର୍ଷ ଫେବୃୟାରୀରୁ ଅଦ୍ୟାବଧି ଫେସ୍ବୁକ୍ ଓ ଗୁଗଲ ଆଦି ସୋସିଆଲ ମିଡିଆରେ ନିଜର ପ୍ରଚାର ପାଇଁ ୫୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ଏମାନଙ୍କ ମଧ୍ୟରେ ଶାସକ ଦଳ ଭାଜପା ସର୍ବାଗ୍ରେ ରହିଛି।…
ସପ୍ତାହକ ଭିତରେ ଜେଟ୍ର ସ୍ଥିତି ସ୍ପଷ୍ଟ ହେବ: ଏସ୍ବିଆଇ ମୁଖ୍ୟ
ନୂଆଦିଲ୍ଲୀ,୨୦-୫: ଆର୍ଥିକ ସଙ୍କଟ କାରଣରୁ ଅସ୍ଥାୟୀଭାବେ ବନ୍ଦ ହୋଇଯାଇଥିବା ଜେଟ୍ ଏୟାରଓ୍ବେଜ୍ର ଭବିଷ୍ୟତକୁ ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି। ଜେଟ୍ ପୁଣିଥରେ କାର୍ଯ୍ୟକ୍ଷମ ହେବା ନେଇ ଏବେ ସୁଦ୍ଧା ସ୍ଥିତି ସ୍ପଷ୍ଟ ନୁହେଁ। ତେବେ ଆସନ୍ତା ଏକ ସପ୍ତାହ…
ନିର୍ବାଚନ ଫଳାଫଳ ଉପରେ ନିବେଶକଙ୍କ ନଜର
ମୁମ୍ବାଇ,୨୦।୫: ଚଳିତ ମାସ ୨୩ରେ ସାଧାରଣ ନିର୍ବାଚନ ଫଳାଫଳ ଆସିବାକୁ ଥିବା ବେଳେ ଦେଶର ପୁଞ୍ଜି ବଜାର ନଜର ଏବେ ଏହା ଉପରେ ରହିଛି। ସେହିଭଳି ବଜାର ଉପରେ ଏକଜିଟ୍ ପୋଲ ପ୍ରଭାବ ମଧ୍ୟ ପରିଲକ୍ଷିତ ହେବ। ଅପରପକ୍ଷରେ କମ୍ପାନୀଗୁଡିକର ବିତ୍ତୀୟ…
ବିଓବିରେ ମିଶ୍ରଣର ପ୍ରଭାବ;୯୦୦ ଶାଖା ବନ୍ଦ ହେବା ସମ୍ଭାବନା
ନୂଆଦିଲ୍ଲୀ,୨୦-୫: ବ୍ୟାଙ୍କ ଅଫ୍ ବରୋଦା(ବିଓବି) ସହ ଅନ୍ୟ ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ ପରେ ଏବେ ୮୦୦ରୁ ୯୦୦ ଶାଖା ବନ୍ଦ ହୋଇଯିବ ଅଥବା ସ୍ଥାନାନ୍ତରିତ ହେବାକୁ ଯାଉଛି। ଜଣେ ବରିଷ୍ଠ ବ୍ୟାଙ୍କ ଅଧିକାରୀ କହିଛନ୍ତି ଯେ, ବିଓବି ସହ ଦେନା…
ଡେବିଟ୍ କାର୍ଡ ଦେୟ ବଢ଼ିଛି ୨୭%
ନୂଆଦିଲ୍ଲୀ,୨୦-୫: ଦେଶରେ କିଣାକିଣି କରିବା ଲାଗି ଲୋକେ ଡେବିଟ୍ କାର୍ଡ ବ୍ୟବହାରରେ ବେଶ୍ ଉତ୍ସାହ ପ୍ରଦର୍ଶନ କରୁଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଦ୍ୱାରା ଜାରି ତଥ୍ୟ ଅନୁଯାୟୀ, ମାର୍ଚ୍ଚରେ ପଏଣ୍ଟ ଅଫ୍ ସେଲ୍ ମେଶିନ(ପିଓଏସ୍) ଜରିଆରେ ଡେବିଟ୍ କାର୍ଡ ଦ୍ୱାରା ଦେୟ…
ନିଶାନ ‘ଟେରାନୋ’ରେ ମିଳୁଛି ଆକର୍ଷଣୀୟ ରିହାତି
ଭୁବନେଶ୍ୱର,୧୯-୫:ନିଶାନ ମୋଟର କମ୍ପାନୀର ପ୍ରମୁଖ ଲୋକପ୍ରିୟ ମଡେଲ ଯାନ ଟେରାନୋ ଉପରେ କମ୍ପାନୀ ଆକର୍ଷଣୀୟ ରିହାତି ଘୋଷଣା କରିଛି। ଏହି ମଡେଲ ଉପରେ ଗ୍ରାହକ ୨.୩୬ ଲକ୍ଷ ଟଙ୍କାର ରିହାତି ପାଇପାରିବେ। ଡିଜେଲ ଭର୍ଜନରେ ଆସୁଥିବା ଏହି ଏସ୍ୟୁଭିରେ ୨୨ ପ୍ରମୁଖ…
ରାଣା କପୁରଙ୍କଠାରୁ ବୋନସ୍ ଫେରାଇ ନେବ ୟେସ୍ ବ୍ୟାଙ୍କ
ନୂଆଦିଲ୍ଲୀ,୧୯।୫: ୟେସ୍ ବ୍ୟାଙ୍କ ଏହାର ପ୍ରତିଷ୍ଠାତା ତଥା ପୂର୍ବତନ ଏମ୍ଡି ଓ ସିଇଓ ରାଣା କପୁରଙ୍କଠାରୁ ବୋନସ୍ ବାବଦରେ ଦେଇଥିବା ୧.୪୪ କୋଟି ଟଙ୍କା ଫେରାଇ ନେବ। ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶରେ ବ୍ୟାଙ୍କ ଏତାଦୃଶ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। କେନ୍ଦ୍ରୀୟ…
ବିଦେଶରେ ଏମ୍ବିବିଏସ୍ ଡିଗ୍ରୀ ଲାଗି ଗ୍ଲୋବାଲ ଫୋକସର ପଦକ୍ଷେପ
ଭୁବନେଶ୍ୱର,୧୯-୫: ବିଦେଶରେ ଏମ୍ବିବିଏସ୍ ଡିଗ୍ରୀ ଲାଗି ଗ୍ଲୋବାଲ ଫୋକସ ଏଜୁକେଶନ ଗ୍ରୁପ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ସରକାରୀ ମେଡିକାଲ କଲେଜଗୁଡିକରେ ସିଟ୍ ସଂଖ୍ୟା କମ୍ ରହୁଥିବା ବେଳେ ଘରୋଇ ମେଡିକାଲ କଲେଜରେ ପାଠ ପଢିବା ବ୍ୟୟବହୁଳ । ଏଭଳି ସ୍ଥିତିରେ…
Archives


