ଚଳିତ ଶତାବ୍ଦୀରେ ଆସିବ ପ୍ରଳୟ, ଧ୍ୱଂସ ହେବ ପୃଥିବୀ, ୨୩୪ ବୈଜ୍ଞାନିକଙ୍କ ଚେତାବନୀ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୪।୧୧: ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ପ୍ରଳୟ ଆସିବ। ଏଥିରେ ପୃଥିବୀ ଧ୍ୱଂସ ପାଇଯିବ। ଏହାକୁ ନେଇ ବୈଜ୍ଞାନିକମାନେ ଚିନ୍ତିତ ଅଛନ୍ତି। ଏସମ୍ପର୍କିତ ତଥ୍ୟ ନେଚର ପତ୍ରିକାରେ ପ୍ରକାଶ ପାଇଛି। ଏହି ରିପୋର୍ଟକୁ ଆଇପିସିସିର ବୈଜ୍ଞାନିକମାନେ ପ୍ରସ୍ତୁତ କରିଛନ୍ତି।

୨୧୦୦ ସୁଦ୍ଧା ସୁଦ୍ଧା ପୃଥିବୀରେ ଭୟଙ୍କର ପରିବର୍ତ୍ତନ ଆସିବ। ଏଭଳି ପ୍ରଳୟ ଯୋଗୁ ବିପର୍ଯ୍ୟୟ ଘଟିବାର ଆଶଙ୍କା ରହିଛି। ଆଇପିସିସିର ଏହି ଜଳବାୟୁ ରିପୋର୍ଟକୁ ପୃଥିବୀର ୨୩୪ ବୈଜ୍ଞାନିକ ପ୍ରସ୍ତୁତ କରିଛନ୍ତି। ରିପୋର୍ଟ ସମ୍ପର୍କରେ କଲମ୍ବିଆର ମେଡେଲିନରେ ଅବସ୍ଥିତ ଆଣ୍ଟିକୋୟା ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ପାଓଲା ଆରିୟାସ କହିଛନ୍ତି ଯେ, ବିଶ୍ୱ ଯେତେ ଶୀଘ୍ର ବଦଳୁଛି ସେହି ଅନୁସାରେ ଆବଶ୍ୟକତାରେ ମଧ୍ୟ ପରିବର୍ତ୍ତନ ଘଟୁଛି। ଫଳରେ ପ୍ରାକୃତିକ ସମ୍ପଦ ଉପରେ ଚାପ ପଡୁଛି। ଏହାଯୋଗୁ ପ୍ରଦୂଷଣ ଏବଂ ବିଶ୍ୱତାପନ ବୃଦ୍ଧି ପାଉଛି। ଏହା ଅନୁସାରେ ବଞ୍ଚିବା କଷ୍ଟକର ହେବାରେ ଲାଗିଛି। ବଦଳୁଥିବା ବର୍ଷା ସ୍ଥତି ଯୋଗୁଁ ଜଳର ଅଭାବ ବୃଦ୍ଧି ପାଉଛି।

ଆଗାମୀ ଦିନରେ ପରିସ୍ଥିତି ଅଧିକ ଭୟଙ୍କର ହେବ। ପାଓଲା ଚେତାବନୀ ଦେଇଛନ୍ତି ଯେ ବିଶ୍ୱତାପନ ଯେପରି ବଢୁୁଛି, ସମୁଦ୍ର ପତ୍ତନ ମଧ୍ୟ ସେହି ଅନୁସାରେ ବୃଦ୍ଧି ପାଉଛି। ଗ୍ଲୋବାଲ ୱାର୍ମିଂକୁ ନେଇ ଅନ୍ତର୍ଜାତୀୟ ନେତାମାନେ ସକ୍ରିୟ ଥିବା ଅନୁମାନ କରିହେଉନାହିଁ ବୋଲି ସେ କହିଛନ୍ତି। ସେମାନେ ଧୀର ଗତିରେ କାମ କରୁଛନ୍ତି। ଏଭଳି କାର୍ଯ୍ୟ ଗତି ସହିତ ପୃଥିବୀକୁ ରକ୍ଷା କରାଯାଇପାରିବ ନାହିଁ। ପ୍ରାକୃତିକ ବିପର୍ଯ୍ୟୟ ହେତୁ ଲୋକମାନେ ବିସ୍ଥାପିତ ହେବାରେ ଲାଗିଛନ୍ତି। ଆଇପିସିସିର ଜଳବାୟୁ ରିପୋର୍ଟରେ କୁହାଯାଇଛି, ପୃଥିବୀକୁ ବଞ୍ଚାଇବା ପାଇଁ ମଣିଷ ପାଖରେ ଅଧିକ ସମୟ ବାକି ନାହିଁ। ଅନ୍ୟ ବୈଜ୍ଞାନିକମାନେ ମଧ୍ୟ ପାଓଲା ଆରିୟାସଙ୍କ ସହିତ ସହମତ ହୋଇଛନ୍ତି।

୪୦ ପ୍ରତିଶତ ବୈଜ୍ଞାନିକ ସ୍ପଷ୍ଟ ଭାବରେ କହିଛନ୍ତି ଯେ ୨୧୦୦ ସୁଦ୍ଧା ପୃଥିବୀରେ ବହୁ ସମସ୍ୟା ଦେଖାଯିବ। ଏହା ଯୋଗୁ ପୃଥିବୀ ଧ୍ୱଂସ ମୁହାଁ ହେବ। ବର୍ଷାରେ ଅନିୟମିତତା, ବାଦଲ ଫାଟିବା, ସୁନାମି, ତାପମାତ୍ରା ବୃଦ୍ଧି,ବନ୍ୟା, ମରୁଡ଼ି ଯୋଗୁଁ ମଣିଷ ସଭ୍ୟତା ଅସୁବିଧାରେ ପଡ଼ିବାର ଆଶଙ୍କା ରହିଛି। ସେହିପରି ୬୦ ପ୍ରତିଶତ ବୈଜ୍ଞାନିକ ଶତାବ୍ଦୀର ଶେଷ ସୁଦ୍ଧା ପୃଥିବୀର ହାରାହାରି ତାପମାତ୍ରା ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବାର ଆଶଙ୍କା ଥିବା କହିଛନ୍ତି। ପ୍ୟାରିସ ଚୁକ୍ତିନାମା ସ୍ଥିର ହୋଇଥିବା୧.୫ ରୁ ୨ ଡିଗ୍ରୀ ସେଲସିୟସ ତାପମାତ୍ରା ଠାରୁ ଏହା ବହୁତ ଅଧିକ। ୮୮ ପ୍ରତିଶତ ବୈଜ୍ଞାନିକ କହିଛନ୍ତି ଯେ ବିଶ୍ୱତାପନ ବୃଦ୍ଧି ଯୋଗୁ ଜଳ ପ୍ରଳୟ ଭଳି ବିପର୍ଯ୍ୟୟ ଆସିବ। ଜଳବାୟୁ ପରିବର୍ତ୍ତନ ଭବିଷ୍ୟତ ପିଢ଼ିଙ୍କୁ ହନ୍ତସନ୍ତ କରିବ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି।

ଗତ ମାସରେ ନେଚର ପତ୍ରିକାର ସର୍ଭେରେ ୨୩୩ ବୈଜ୍ଞାନିକଙ୍କୁ ସାମିଲ କରାଯାଇଥିଲା। ୯୨ ଜଣ ବୈଜ୍ଞାନିକ ଏହାର ଉତ୍ତର ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri