Categories: ଫୁରସତ

ବିଲେଇର ସର୍ଜିକାଲ ଷ୍ଟ୍ରାଇକ୍‌: ଦେଖିଲେ ଲାଗିବ ଡ଼ର

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଦେଖି ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭିଡିଓ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଗୋଟିଏ ବିଲେଇ ଶୋଇଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ଅନ୍ୟ ଏକ ବିଲେଇ ତାକୁ ଦେଖୁଛି। କିଛି ସମୟ ପରସ୍ପର ପରସ୍ପରକୁ ଚାହୁଁଛନ୍ତି। ପରେ ସେ ଚାଲିଯାଉଛି। ପୁନର୍ବାର ପଛକୁ ଫେରି ଶୋଇବା ଶୈଳୀରେ ବିଲେଇକୁ କାମୁଡି ଗୋଡାଉଛି। ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନରେ ସେ ଲେଖିଛନ୍ତି, ସର୍ଜିକାଲ ଷ୍ଟ୍ରାଇକ …। ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି।

 

Share