କ୍ଷମତାକୁ ଆସିଲେ ପ୍ରଥମେ ଜାତି ଜନଗଣନା: ରାହୁଲ

ବଲାଙ୍ଗୀର,୧୬ା୫(ବୀରେନ୍ଦ୍ର କୁମାର ଝାଙ୍କର)ଦେଶରେ ଗରିବ, ଖଟିଖିଆ, ଦଳିତ, ଆଦିବାସୀ, ସଂଖ୍ୟାଲଘୁ, ଚାଷୀ ମୂଲିଆଙ୍କୁ ଉଚିତ ଭାଗୀଦାରି ମିଳୁନାହିଁ। ସେମାନେ କେବଳ ଜିଏସ୍‌ଟି ଦେଉଛନ୍ତି। ତେବେ ଏହି ପରମ୍ପରାକୁ ବଦଳାଇବାକୁ ହେବ। ୨୦୨୪ ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ସରକାର କ୍ଷମତାକୁ ଆସିଲେ ପ୍ରଥମେ ଜାତି ଜନଗଣନା ହେବ। କଂଗ୍ରେସ ତା’ର ଇସ୍ତାହାରରେ ପ୍ରଥମେ ଏହାକୁ ଉଲ୍ଲେଖ କରିଛି। ଏହାଦ୍ୱାରା ଦେଶରେ କେଉଁ ବର୍ଗର କେତେ ଲୋକ ଅଛନ୍ତି ଏବଂ କାହାର କେତେ ଭାଗୀଦାରି ରହିବ ତାହା ଜଣାପଡ଼ିଯିବ। ଏହାପରେ ଜନତାଙ୍କ ରାଜନୀତି ଆରମ୍ଭ ହୋଇଯିବ ବୋଲି କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ବୁଧବାର ବଲାଙ୍ଗୀର ଗସ୍ତରେ ଆସି ସ୍ଥାନୀୟ କୋଶଳ କଳାମଣ୍ଡଳ ପଡ଼ିଆରେ ଆୟୋଜିତ ଜନ ଆଶୀର୍ବାଦ ସଭାରେ କହିଛନ୍ତି। କିନ୍ତୁ ରାହୁଲ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ବିରୋଧରେ ଆଦୌ କିଛି କହିନାହାନ୍ତି। ରାହୁଲ କହିଛନ୍ତି, ଦେଶରେ ପ୍ରଥମ ଥର ପାଇଁ କୌଣସି ରାଜନୈତିକ ଦଳ ସେମାନେ ନିର୍ବାଚନ ଜିତିଲେ ଦେଶର ସମ୍ବିଧାନକୁ ବଦଳାଇଦେବେ ବୋଲି କହିଛନ୍ତି। ଭାଜପାର ବଡ଼ ନେତାମାନେ ଏହି କଥା କହୁଛନ୍ତି। ତେବେ ଭାଜପା କଥା ଛାଡ଼ନ୍ତୁ, ଦୁନିଆର କୌଣସି ଶକ୍ତି ଆମର ଏଇ ସମ୍ବିଧାନକୁ ଛୁଇଁପାରିବେ ନାହିଁ। ଯଦି କେହି ସମ୍ବିଧାନକୁ ବଦଳାଇବାକୁ ଚେଷ୍ଟା କରନ୍ତି, ତେବେ କଂଗ୍ରେସ ଏବଂ ଦେଶବାସୀ ସେମାନଙ୍କୁ ଉଚିତ ଜବାବ ଦେବେ।

ସେ ଆହୁରି କହିଛନ୍ତି, ଭାଜପା ନେତାମାନେ ନିର୍ବାଚନ ଜିତିଲେ ସଂରକ୍ଷଣ ବ୍ୟବସ୍ଥାକୁ ସମାପ୍ତ କରିଦେବେ। ଆମ୍ବେଡକର, ଗାନ୍ଧୀ ଏବଂ ନେହେରୁ ଯେଉଁ ଦଳିତ, ଆଦିବାସୀ ଏବଂ ପଛୁଆବର୍ଗଙ୍କୁ ସଂରକ୍ଷଣ ମାଧ୍ୟମରେ ଅସ୍ତ୍ର ଦେଇଛନ୍ତି ସେଇ ଅସ୍ତ୍ରକୁ ଶେଷ କରିଦିଆଯିବାକୁ ପ୍ରୟାସ ଚାଲିଛି। ଭାଜପା ଦେଶର ପବ୍ଲିକ୍‌ ସେକ୍ଟରଗୁଡ଼ିକୁ ପୁଞ୍ଜିପତିମାନଙ୍କୁ ବିକ୍ରି କରିଦେଇଛି। ମାତ୍ର ୨୨ ଜଣଙ୍କର ୧୬ ଲକ୍ଷ କୋଟି ଟଙ୍କାର ଋଣ ଛାଡ଼ କରିଛନ୍ତି। ଏହି ଟଙ୍କା ୨୪ ବର୍ଷର ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନା ଟଙ୍କା ସହ ସମାନ। କୃଷକ, ଛାତ୍ରଙ୍କ ଋଣ ଛାଡ଼ କରି ନ ଥିବା କିମ୍ବା ଛୋଟ ବ୍ୟବସାୟୀଙ୍କୁ ଋଣ ଦେଇ ନ ଥିବା ଭାଜପା ସରକାର ଦେଶରେ ୨୨-୨୫ ଜଣ ବଡ଼ ଧନୀ ଲୋକଙ୍କ ଋଣ ଛାଡ଼ କରିଚାଲିଛନ୍ତିି। ଫଳରେ ଦେଶର ଗରିବ ଲୋକ ଓ ଚାଷୀ ଋଣ ବୋଝରେ ପଡ଼ିଛନ୍ତି। ଦେଶରେ ୫୦ ପ୍ରତିଶତ ପଛୁଆ ବର୍ଗ, ୧୫ ପ୍ରତିଶତ ଦଳିତ, ୮ ପ୍ରତିଶତ ଆଦିବାସୀ, ୧୫ ପ୍ରତିଶତ ସଂଖ୍ୟାଲଘୁ ଶ୍ରେଣୀ ଏବଂ ୫ ପ୍ରତିଶତ ଗରିବ ସାଧାରଣ ବର୍ଗର ଲୋକ ଅଛନ୍ତି। ଦେଶର ଏହି ୯୦ ପ୍ରତିଶତ ଲୋକଙ୍କ କୌଣସି କ୍ଷେତ୍ରରେ ଭାଗୀଦାରି ନାହିଁ। ଗଣମାଧ୍ୟମ ଏବଂ ଟିଭିରେ କେବଳ ଅମ୍ବାନୀ ଘରର ବିବାହ, ମୋଦିଜୀଙ୍କ ୨୪ ଘଣ୍ଟିଆ ଭିଡିଓ ଦେଖିବାକୁ ମିଳୁଛି। ମାତ୍ର ଦେଶର ଚାଷୀ, ମୂଲିଆ, ବେରୋଜଗାରି ଯୁବକଙ୍କ କଥା ଦେଖାଯାଉନାହିଁ। ଚାଷୀ ମରିଗଲେ କି ଆତ୍ମହତ୍ୟା କଲେ ଗଣମାଧ୍ୟମରେ ଆଉ ଆସୁନାହିଁ ବୋଲି ରାହୁଲ ସମାଲୋଚନା କରିଛନ୍ତି।
ଇଣ୍ଡିଆ ମେଣ୍ଟ ସରକାରକୁ ଆସିଲେ କୋଟିଏ ଲୋକଙ୍କୁ ଲକ୍ଷପତି କରାଯିବ ବୋଲି ରାହୁଲ ସଭାରେ ପ୍ରତିଶ୍ରୁତି ଦେଇଛନ୍ତି। ଦେଶରେ ଗରିବ ଲୋକଙ୍କ ତାଲିକା ପ୍ରସ୍ତୁତ କରାଯିବ। ସେହି ଗରିବ ପରିବାରରୁ ଜଣେ ମହିଳାଙ୍କୁ ବାର୍ଷିିକ ୧ ଲକ୍ଷ ଟଙ୍କା ସହାୟତା ରାଶି ଦିଆଯିବ। ଜୁଲାଇ ୪ରୁ ପ୍ରଥମ ମାସର କିସ୍ତି ଆକାରରେ ମହିଳାଙ୍କ ବ୍ୟାଙ୍କ ଖାତାକୁ ୮୫୦୦ ଟଙ୍କା ଆସିଯିବ। ସେହିଭଳି ୩୦ ଲକ୍ଷ ସରକାରୀ ଚାକିରି ଯାହା ଖାଲି ପଡ଼ିଛି ତାହା ଯୁବକଙ୍କୁ ଦିଆଯିବ। ଯୁବକଙ୍କ ପାଇଁ ପ୍ରଥମ ଚାକିରି ପକ୍କା କରାଯିବ। ବେକାର ଗ୍ରାଜୁଏଟ୍‌ଙ୍କୁ ୧ ବର୍ଷିଆ ଚାକିରି ଦିଆଯିବ। ବେକାର ଗ୍ରାଜୁଏଟ୍‌ଙ୍କୁ ମାସିକ ୮୫୦୦ ଟଙ୍କା ଦିଆଯିବ। ଚାଷୀଙ୍କ ପାଇଁ ଧାନ, ଗହମ, ଆଖୁ, ପନିପରିବାର ସର୍ବନିମ୍ନ ସହାୟକ ମୂଲ୍ୟ ଆଇନତଃ ଧାର୍ଯ୍ୟ କରାଯିବ ବୋଲି ସେ କହିଥିଲେ। ଏହି ଅବସରରେ ରାହୁଲ ବଲାଙ୍ଗୀର ଲୋକ ସଭା ନିର୍ବାଚନମଣ୍ଡଳୀର ଏମ୍‌ପି ପ୍ରାର୍ଥୀ ଓ ୭ଜଣ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ। କଂଗ୍ରେସର ବଲାଙ୍ଗୀର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ। ବିଧାୟକ ନରସିଂହ ମିଶ୍ର କ୍ରାନ୍ତି ନାରା ଦେଇଥିଲେ। ସଭାରେ ବଲାଙ୍ଗୀର ଲୋକ ସଭା ନିର୍ବାଚନମଣ୍ଡଳୀର ଏମ୍‌ପି ପ୍ରାର୍ଥୀ ମନୋଜ ମିଶ୍ର, ପାଟଣାଗଡ଼ ବିଧାୟକ ପ୍ରାର୍ଥୀ ଅନୀଲ ମେହେର, କଣ୍ଟାବାଞ୍ଜି ବିଧାୟକ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା, ଟିଟିଲାଗଡ଼ ବିଧାୟକ ପ୍ରାର୍ଥୀ ବୀରେନ୍ଦ୍ର ବାଗ, ଲୋଇସିଂହା ବିଧାୟକ ପ୍ରାର୍ଥୀ ଓମ୍‌ପ୍ରକାଶ କୁମ୍ଭାର ଯୋଗଦେଇଥିଲେ। ଏହାଛଡ଼ା ସୋନପୁର ବିଧାୟକ ପ୍ରାର୍ଥୀ ପ୍ରିୟବ୍ରତ ସାହୁ , ବୀରମହାରାଜପୁର ବିଧାୟକ ପ୍ରାର୍ଥୀ ପ୍ରଦୀପ ସେଠୀ, ପିସିସି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ଅଜୟ କୁମାର, ଜିଲା ସଭାପତି ଅଶୋକ ନନ୍ଦ, ନାରୀ ନେତ୍ରୀ ମୀନାକ୍ଷୀ ନଟରାଜନ୍‌, ଭକ୍ତ ଦାସ, କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା, ତାରାପ୍ରସାଦ ବାହିନୀପତି ଓ ଅନ୍ୟ ମାନ୍ୟଗଣ୍ୟ ନେତା ଉପସ୍ଥିତ ଥିଲେ। ସଭା ପୂର୍ବରୁ ମନୋହରପୁର ହେଲିପ୍ୟାଡ୍‌ରୁ ରାହୁଲ ଗାନ୍ଧୀଙ୍କୁ ଏକ ବିଶାଳ ବାଇକ୍‌ ରାଲିରେ ସହର ପରିକ୍ରମା କରାଯାଇ ସଭାସ୍ଥଳକୁ ନିଆଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri