Posted inଜାତୀୟ

ସାର୍ବଜନୀକ ହେବ ନାହିଁ ଜାତିଗତ ଜନଗଣନା ତଥ୍ୟ…

ନୂଆଦିଲ୍ଲୀ, ୧୫।୧୨: ଦେଶରେ ୨୦୧୧ ଜନଗଣନାରେ ପ୍ରକାଶିତ ସାମାଜିକ-ଆର୍ଥିକ ପଛୁଆବର୍ଗର ପରିସଂଖ୍ୟାନ ତଥ୍ୟ ସାର୍ବଜନୀକ ହେବ ନାହିଁ। ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ କେନ୍ଦ୍ରର ଯୁକ୍ତିକୁ ଗ୍ରହଣ କରିଛନ୍ତି। ଓବିସିଙ୍କ ସଂଖ୍ୟା ଜାଣିବା ପାଇଁ ୨୦୧୧ରେ ଜାତି ଜନଗଣନା କରାଯାଇ ନାହିଁ ବୋଲି କେନ୍ଦ୍ର କହିଛି। ପରିବାରର ଆର୍ଥିକ ପଛୁଆ ସ୍ଥିତି ଜାଣିବା ପାଇଁ ଏହି ସର୍ଭେ କରାଯାଇଥିଲା। କିନ୍ତୁ ସେହି ପରିସଂଖ୍ୟାନ ତ୍ରୁଟିପୂର୍ଣ୍ଣ। ଏହା ବ୍ୟବହାର କରିବା ଉପଯୋଗୀ ନୁହେଁ।

ମହାରାଷ୍ଟ୍ର ସରକାର ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ପିଟିଶନ ଦାଖଲ କରିଥିଲେ। ସ୍ଥାନୀୟ ନିର୍ବାଚନ ସମୟରେ ଓବିସି ସଂରକ୍ଷଣ ପ୍ରଦାନ ପାଇଁ ଏହି ତଥ୍ୟକୁ ସାର୍ବଜନୀକ କରିବାକୁ ରାଜ୍ୟ ସରକାର ଦାବି କରିଥିଲେ। କିନ୍ତୁ ରାଜ୍ୟ ସରକାରଙ୍କ ଆବେଦନକୁ କୋର୍ଟ ଖାରଜ କରିଛନ୍ତି।

ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ କୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ,୨୦୨୨ରେ ମଧ୍ୟ ଜାତି ଭିତ୍ତିକ ଜନଗଣନା କରାଯିବ ନାହିଁ। ଅଦାଲତରେ ଦାଖଲ ହୋଇଥିବା ଏକ ଲିଖିତ ଉତ୍ତରରେ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରଣାଳୟ କହିଥିଲେ ଯେ ପଛୁଆ ଜାତିର ଜନଗଣନା କରିବା ବ୍ୟବହାରିକ ହେବ ନାହିଁ।

କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ୨୦୧୧ରେ କରାଯାଇଥିବା ସାମାଜିକ ଅର୍ଥନୈତିକ ଏବଂ ଜାତି ଭିତିକ ଜନଗଣନା (ଏସ୍‌ଇସିସି )ରୁ ଓବିସିଙ୍କ ହିସାବ ଆକଳନ କରାଯାଇ ପାରିବ ନାହିଁ। ମନ୍ତ୍ରଣାଳୟ କହିଛି ଯେ ୨୦୧୧ର ଏସ୍‌ଇସିସିର ଉଦ୍ଦେଶ୍ୟ ହେଉଛି ପରିବାରଗୁଡ଼ିକର ପଛୁଆପଣ ମୂଲ୍ୟାଙ୍କନ କରିବା। ଏହି ଆଧାରରେ, ଯେତେବେଳେ ଜାତିର ଜନସଂଖ୍ୟା ଆକଳନ କରିବାକୁ ଚେଷ୍ଟା କରାଯାଇଥିଲା, ସେତେବେଳେ ଜଣାପଡିଥିଲା ଯେ ଲୋକମାନେ ଲକ୍ଷ ଲକ୍ଷ ଜାତି ପଞ୍ଜିକୃତ କରିଛନ୍ତି।

ଯେତେବେଳେ କି, କେନ୍ଦ୍ର ଓ ରାଜ୍ୟଗୁଡ଼ିକର ଓବିସି ତାଲିକାରେ କେବଳ ଅଳ୍ପ ହଜାର ଜାତି ଅଛନ୍ତି। ଲୋକମାନେ ସେମାନଙ୍କର ଗୋତ୍ର, ଉପ-ଜାତି ଇତ୍ୟାଦି ମଧ୍ୟ ପଞ୍ଜୀକୃତ କରିଥିବା ଜଣାପଡ଼ିଥିଲା। ଏଥିରୁ ଜାତି ସଂଖ୍ୟା ଆକଳନ କରାଯାଇପାରିବ ନାହିଁ।

ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଯଦି ପଞ୍ଚାୟତ ନିର୍ବାଚନରେ ଓବିସିମାନଙ୍କୁ ସଂରକ୍ଷଣ ଦେବାକୁ ଚାହୁଁଛନ୍ତି, ତେବେ ପଛୁଆବର୍ଗର ସ୍ଥାନୀୟ ତଥ୍ୟ ସଂଗ୍ରହ କରିବାକୁ ପଡିବ। ଏଥିପାଇଁ ରାଜ୍ୟ ସରକାର ତାଙ୍କ ତରଫରୁ ଏକ କମିଶନ ଗଠନ କରିଛନ୍ତି ବୋଲି କୋର୍ଟ କହିଛନ୍ତି। ଯଦି ସରକାର ଚାହାଁନ୍ତି, ତେବେ ଶୀଘ୍ର ରିପୋର୍ଟ ଦାଖଲ କରିବାକୁ କମିଶନଙ୍କୁ କହିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri