ନଗଦ ମୋହ ତୁଟୁନି; ଉଠାଉଛନ୍ତି ହାରାହାରି ୫ ହଜାର

ନୂଆଦିଲ୍ଲୀ: ଦେଶରେ ଡିଜିଟାଲ କାରବାର ଏବେ ଦ୍ରୁତ ହୋଇଛି। ଇଣ୍ଟରନେଟ ଏବଂ ପ୍ରଯୁକ୍ତି ଉନ୍ନତ ହେବା ଯୋଗୁ ପୂର୍ବ ତୁଳନାରେ ଏବେ ଡିଜିଟାଲ ନେଣଦେଣକୁ ଲୋକେ ପସନ୍ଦ କରୁଛନ୍ତି। ହେଲେ ଏହା ସତ୍ତ୍ୱେ ଭାରତୀୟଙ୍କ ମଧ୍ୟରେ ରହିଥିବା ନଗଦ ମୋହ ତୁଟୁନି। ଏକ ରିପୋର୍ଟ ମୁତାବକ, ଏଟିଏମ୍‌ରୁ ଲୋକମାନେ ହାରାହାରି ପ୍ରାୟ ୫ ହଜାର ଟଙ୍କା ଉଠାଉଛନ୍ତି। ଫଳରେ ଘରୋଇ ବଜାରରେ ଏଟିଏମ୍‌ ଉଠାଣ କ୍ଷେତ୍ରରେ ବର୍ତ୍ତମାନ ନୂଆ ରେକର୍ଡ ସୃଷ୍ଟି ହୋଇଛି। ନଗଦ କାରବାର ପ୍ରତି ଲୋକଙ୍କର କେତେ ଭଲ ପାଇବା ରହିଛି ଏହା ଏଥିରୁ ଅନୁମାନ କରିହେବ।
ଅଗଷ୍ଟ ମାସ ଡାଟା ମୁତାବକ ଲୋକମାନେ ଏଟିଏମ୍‌ରୁ ହାରାହାରି ୪୯୫୯ ଟଙ୍କା ଉଠାଇଛନ୍ତି। ଲୋକମାନେ ଡେବିଟ କାର୍ଡରୁ ପ୍ରାୟ ୨୬ ଲକ୍ଷ କୋଟି ଟଙ୍କାର ରେକର୍ଡ ଉଠାଣ କରିଛନ୍ତି। ଏହା ମୋଟ ଘରୋଇ ଉତ୍ପାଦ (ଜିଡିପି)ର ପ୍ରାୟ ୧୨%। ଏବେ ଡିଜିଟାଲ ପେମେଣ୍ଟ ବଢୁଥିବା ବେଳେ ୟୁପିଆଇ ଟ୍ରାଞ୍ଜାକଶନ ସଂଖ୍ୟା ୨୦୦ କୋଟି ଛୁଇଁଛି। ଏଭଳି ଡାଟାକୁ ଦେଖିଲେ ଭାରତରେ ଲୋକମାନେ କ୍ୟାଶ୍‌କୁ ପ୍ରାଥମିକତା ଦେଉଥିବା ଅନୁମାନ କରିହେବ। ଗତ ବର୍ଷ ନଭେମ୍ବର ଡାଟାକୁ ଦେଖିଲେ ନଗଦ ଉଠାଣ ପ୍ରାୟ ୧୦% ବଢିଛି। ୟୁପିଆଇ ନେଣଦେଣ ପ୍ରାୟ ୨୦% ବଢିଛି।
ଭାରତୀୟ ଅର୍ଥ ବ୍ୟବସ୍ଥାରେ କ୍ୟାଶ୍‌ ବା ନଗଦ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଏଟିଏମ୍‌ ବ୍ୟବସ୍ଥା ଯୋଗୁ ଲୋକମାନେ କ୍ୟାଶ୍‌ ଲାଭ କରିବାରେ ସୁବିଧା ଲାଭ କରୁଛନ୍ତି ବୋଲି ହିଟାଚି ପେମେଣ୍ଟ ସର୍ଭିସର ପରିଚାଳନା ନିର୍ଦ୍ଦେଶକ ରୁସ୍ତମ ଇରାନି ସୂଚନା ଦେଇଛନ୍ତି। କରୋନା ଲକ୍‌ଡାଉନ ଯୋଗୁ ଏପ୍ରିଲଠାରୁ ମେ ମାସ ମଧ୍ୟରେ କ୍ୟାଶ୍‌ ଉଠାଣ କ୍ଷେତ୍ରରେ ହ୍ରାସ ନଜରକୁ ଆସିଥିଲା। ମାତ୍ର ଏହା ପରଠାରୁ ନଗଦ ଉଠାଣ ପୁଣି ଥରେ ବଢୁଥିବା ନଜରକୁ ଆସିଛି। ଦିଓ୍ବାଲିରେ ମଧ୍ୟ ଲୋକମାନେ ଉଚ୍ଚ ପରିମାଣରେ ନଗଦ ଉଠାଣ କରିଥିବା ବିଟିଆଇ ପେମେଣ୍ଟସର ସିଇଓ କେ.ଶ୍ରୀନିବାସ ସୂଚନା ଦେଇଛନ୍ତି। ମହାମାରୀ ସମୟରେ ଲୋକମାନେ ନିଜ ପାଖରେ କ୍ୟାଶ୍‌ ମହଜୁଦ କରି ରଖିବା ଦେଖାଯାଇଥିଲା। ମାତ୍ର ଅର୍ଥ ବ୍ୟବସ୍ଥା ଖୋଲୁଥିବାରୁ ଏଟିଏମ୍‌ ନେଣଦେଣରେ ବୃଦ୍ଧି ପରିଲକ୍ଷିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com
ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ

ନୂଆଦିଲ୍ଲୀ,୨୫।୩: ବିଭିନ୍ନ ମହଲରେ ରିପୋର୍ଟ ଆସିଛି ଯେ ସରକାର ଏଲପିଜି ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛନ୍ତି। ଦୁଇଟି ସିଲିଣ୍ଡର କିମ୍ୱା ଡବଲ କନେକ୍ସନ ଥିବା ଗ୍ରାହକମାନଙ୍କୁ…

LPG ଅଭାବ ମଧ୍ୟରେ ଆହୁରି କଡ଼ାକଡ଼ି ହେଲା ନିୟମ: ବୁକିଂ ସମୟସୀମା ବଢିଲା, ଏଣିକି ଏତେ ଦିନ କରିବାକୁ ପଡିବ ଅପେକ୍ଷା

ନୂଆଦିଲ୍ଲୀ,୨୫।୩: ଏଲପିଜି ସିଲିଣ୍ଡରର ଅଭାବ ମଧ୍ୟରେ, ଗ୍ୟାସ କମ୍ପାନୀଗୁଡ଼ିକ ସେମାନଙ୍କର ବୁକିଂ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଗ୍ରାହକମାନଙ୍କୁ ସେମାନଙ୍କର ପରବର୍ତ୍ତୀ ସିଲିଣ୍ଡର ବୁକ୍‌ କରିବା ପାଇଁ…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ୫୦ବର୍ଷର ରେକର୍ଡ ଭାଙ୍ଗିଲା ସୁନା, ଏତେ ଖସିଲା ଯେ ବିଶେଷଜ୍ଞ ହୋଇଗଲେ ତାଜୁବ!

ନୂଆଦିଲ୍ଲୀ,୨୪।୩: ବିଶ୍ୱ ବଜାରରେ ଚାଲିଥିବା ଅସ୍ଥିରତା ମଧ୍ୟରେ, ସୁନା ମୂଲ୍ୟ ନିବେଶକମାନଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଗତ 25 ଦିନ ମଧ୍ୟରେ ସୁନା ମୂଲ୍ୟରେ ହ୍ରାସ…

LPG ବୁକିଂ ନେଇ ଆସିଲା ନୂଆ ନିୟମ: ଗୋଟିଏ ମାସରେ କେତେ ଗ୍ୟାସ ସିଲିଣ୍ଡର ହୋଇପାରିବ ବୁକ୍‌, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରତ୍ୟେକ ଘରକୁ ନିରବଚ୍ଛିନ୍ନ ଗ୍ୟାସ ଯୋଗାଣ ସୁନିଶ୍ଚିତ କରିବା ପାଇଁ, ସରକାର କିଛି ନିୟମ ସ୍ଥାପନ କରିଛନ୍ତି। ପ୍ରତ୍ୟେକ…

ଯୁଦ୍ଧ ମଧ୍ୟରେ ଏଲପିଜିକୁ ନେଇ ବଡ଼ ପଦକ୍ଷେପ ନେଲେ ସରକାର, ଏଣିକି…

ନୂଆଦିଲ୍ଲୀ,୨୩।୩: ଉପସାଗରୀୟ ଦେଶଗୁଡ଼ିକରେ ଚାଲିଥିବା ସଂଘର୍ଷ ଏବେ ଭାରତର ଶକ୍ତି ଯୋଗାଣକୁ ପ୍ରଭାବିତ କରୁଛି। ଅଶୋଧିତ ତୈଳ ଏବଂ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି, ଯାହା ଫଳରେ…

ସୁନା୬,୭୦୦ ଏବଂ ରୂପା ୧୨,୭୦୦ ଟଙ୍କା କମିଲା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୩ ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ତୀବ୍ର ହ୍ରାସ ହୋଇଛି । MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri