ନଗଦ ମୋହ ତୁଟୁନି; ଉଠାଉଛନ୍ତି ହାରାହାରି ୫ ହଜାର

ନୂଆଦିଲ୍ଲୀ: ଦେଶରେ ଡିଜିଟାଲ କାରବାର ଏବେ ଦ୍ରୁତ ହୋଇଛି। ଇଣ୍ଟରନେଟ ଏବଂ ପ୍ରଯୁକ୍ତି ଉନ୍ନତ ହେବା ଯୋଗୁ ପୂର୍ବ ତୁଳନାରେ ଏବେ ଡିଜିଟାଲ ନେଣଦେଣକୁ ଲୋକେ ପସନ୍ଦ କରୁଛନ୍ତି। ହେଲେ ଏହା ସତ୍ତ୍ୱେ ଭାରତୀୟଙ୍କ ମଧ୍ୟରେ ରହିଥିବା ନଗଦ ମୋହ ତୁଟୁନି। ଏକ ରିପୋର୍ଟ ମୁତାବକ, ଏଟିଏମ୍‌ରୁ ଲୋକମାନେ ହାରାହାରି ପ୍ରାୟ ୫ ହଜାର ଟଙ୍କା ଉଠାଉଛନ୍ତି। ଫଳରେ ଘରୋଇ ବଜାରରେ ଏଟିଏମ୍‌ ଉଠାଣ କ୍ଷେତ୍ରରେ ବର୍ତ୍ତମାନ ନୂଆ ରେକର୍ଡ ସୃଷ୍ଟି ହୋଇଛି। ନଗଦ କାରବାର ପ୍ରତି ଲୋକଙ୍କର କେତେ ଭଲ ପାଇବା ରହିଛି ଏହା ଏଥିରୁ ଅନୁମାନ କରିହେବ।
ଅଗଷ୍ଟ ମାସ ଡାଟା ମୁତାବକ ଲୋକମାନେ ଏଟିଏମ୍‌ରୁ ହାରାହାରି ୪୯୫୯ ଟଙ୍କା ଉଠାଇଛନ୍ତି। ଲୋକମାନେ ଡେବିଟ କାର୍ଡରୁ ପ୍ରାୟ ୨୬ ଲକ୍ଷ କୋଟି ଟଙ୍କାର ରେକର୍ଡ ଉଠାଣ କରିଛନ୍ତି। ଏହା ମୋଟ ଘରୋଇ ଉତ୍ପାଦ (ଜିଡିପି)ର ପ୍ରାୟ ୧୨%। ଏବେ ଡିଜିଟାଲ ପେମେଣ୍ଟ ବଢୁଥିବା ବେଳେ ୟୁପିଆଇ ଟ୍ରାଞ୍ଜାକଶନ ସଂଖ୍ୟା ୨୦୦ କୋଟି ଛୁଇଁଛି। ଏଭଳି ଡାଟାକୁ ଦେଖିଲେ ଭାରତରେ ଲୋକମାନେ କ୍ୟାଶ୍‌କୁ ପ୍ରାଥମିକତା ଦେଉଥିବା ଅନୁମାନ କରିହେବ। ଗତ ବର୍ଷ ନଭେମ୍ବର ଡାଟାକୁ ଦେଖିଲେ ନଗଦ ଉଠାଣ ପ୍ରାୟ ୧୦% ବଢିଛି। ୟୁପିଆଇ ନେଣଦେଣ ପ୍ରାୟ ୨୦% ବଢିଛି।
ଭାରତୀୟ ଅର୍ଥ ବ୍ୟବସ୍ଥାରେ କ୍ୟାଶ୍‌ ବା ନଗଦ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଏଟିଏମ୍‌ ବ୍ୟବସ୍ଥା ଯୋଗୁ ଲୋକମାନେ କ୍ୟାଶ୍‌ ଲାଭ କରିବାରେ ସୁବିଧା ଲାଭ କରୁଛନ୍ତି ବୋଲି ହିଟାଚି ପେମେଣ୍ଟ ସର୍ଭିସର ପରିଚାଳନା ନିର୍ଦ୍ଦେଶକ ରୁସ୍ତମ ଇରାନି ସୂଚନା ଦେଇଛନ୍ତି। କରୋନା ଲକ୍‌ଡାଉନ ଯୋଗୁ ଏପ୍ରିଲଠାରୁ ମେ ମାସ ମଧ୍ୟରେ କ୍ୟାଶ୍‌ ଉଠାଣ କ୍ଷେତ୍ରରେ ହ୍ରାସ ନଜରକୁ ଆସିଥିଲା। ମାତ୍ର ଏହା ପରଠାରୁ ନଗଦ ଉଠାଣ ପୁଣି ଥରେ ବଢୁଥିବା ନଜରକୁ ଆସିଛି। ଦିଓ୍ବାଲିରେ ମଧ୍ୟ ଲୋକମାନେ ଉଚ୍ଚ ପରିମାଣରେ ନଗଦ ଉଠାଣ କରିଥିବା ବିଟିଆଇ ପେମେଣ୍ଟସର ସିଇଓ କେ.ଶ୍ରୀନିବାସ ସୂଚନା ଦେଇଛନ୍ତି। ମହାମାରୀ ସମୟରେ ଲୋକମାନେ ନିଜ ପାଖରେ କ୍ୟାଶ୍‌ ମହଜୁଦ କରି ରଖିବା ଦେଖାଯାଇଥିଲା। ମାତ୍ର ଅର୍ଥ ବ୍ୟବସ୍ଥା ଖୋଲୁଥିବାରୁ ଏଟିଏମ୍‌ ନେଣଦେଣରେ ବୃଦ୍ଧି ପରିଲକ୍ଷିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri