ଅର୍ଥକରୀ ଫସଲ ଚାଷୀଙ୍କୁ ସ୍ବାବଲମ୍ବୀ କରିବ

କେନ୍ଦ୍ରାପଡ଼ା, ୩୧।୧ (ଜଗନ୍ନାଥ ଧଳ): ପ୍ରତି ଜିଲାରେ ଗୋଟିଏ ଉତ୍ପାଦକୁ ଗୁରୁତ୍ୱ ଦେବା ପାଇଁ କେନ୍ଦ୍ର ସରକାର ପକ୍ଷରୁ ଯୋଜନା କରାଯାଇଛି। ପାରମ୍ପରିକ କୃଷିକୁ ପ୍ରାଧାନ୍ୟ ଦେବା ସହିତ ଅର୍ଥକରୀ ଫସଲ ପାଇଁ ୫ ବର୍ଷିଆ ଯୋଜନା ଦ୍ୱାରା ଏହା ସମ୍ଭବ ହୋଇପାରିବ। ତେବେ କେନ୍ଦ୍ରାପଡ଼ା ଜିଲାରେ ଏ ନେଇ ଭିତ୍ତିଭୂମି ସୁଦୃଢ଼ୀକରଣକୁ ନେଇ କୌଣସି ତତ୍ପରତା ପ୍ରଶାସନିକ ସ୍ତରରେ ଦେଖାଯାଉନାହିଁ।
ଏ ସମ୍ପର୍କରେ ଜିଲା ଜନ ଅଧିକାର ମଞ୍ଚ ସଭାପତି ଭୁବନାନନ୍ଦ ଜେନା, ଜିଲା ଜନ ସୁରକ୍ଷା ମଞ୍ଚ ସଭାପତି ଗଣେଶ ଚନ୍ଦ୍ର ସାମଲ, ସାମାଜିକ କର୍ମୀ ସଞ୍ଜୟ କୁମାର ବେହେରା, କ୍ଷିତୀଶ କୁମାର ସିଂହ ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ଜିଲା କୃଷି ଅର୍ଥନୈତିକ ଭିତ୍ତିକ। ମାତ୍ର କୃଷି ଉପତ୍ାଦନ ବୃଦ୍ଧି ପାଇଁ ପ୍ରଶାସନିକ ପରିଚାଳନାରେ ଘୋର ଅଭାବ ଦେଖାଦେଇଛି। ଜିଲାର ଅଧିବାସୀ ବାହାର ଜିଲା ଓ ରାଜ୍ୟର ଉପତ୍ାଦକୁ ଅପେକ୍ଷା କରିବାକୁ ପଡୁଛି। କୃଷକଙ୍କ ମେକ୍‌ ଇନ୍‌ ରୁରାଲ କେନ୍ଦ୍ରାପଡ଼ାର ସ୍ବପ୍ନ ସରକାରୀ ଅସହଯୋଗ ପାଇଁ ପୂରଣ ହୋଇପାରୁନାହିଁ। ୨୦୧୫ରୁ ପରମ୍ପରାଗତ କୃଷି ବିକାଶ ଯୋଜନା କେନ୍ଦ୍ର ସରକାର ଆରମ୍ଭ କରିଥିବା ବେଳେ ଏହି ଜିଲାକୁ ଅଦ୍ୟାବଧି ସାମିଲ କରାଯାଇ ପାରିନାହିଁ। ପର୍ଯ୍ୟାପ୍ତ ଚାଷ ଜମି, ମାନବ ସମ୍ବଳ ସତ୍ତ୍ୱେ କୃଷି ଏବେ ସନ୍ତୋଷଜନକ ଉପାର୍ଜନ ଦେଇପାରୁନାହିଁ। କୃଷି ବିଶେଷଜ୍ଞଙ୍କ ଦ୍ୱାରା ଅନୁଧ୍ୟାନ କରି ସାମୂହିକ ଫସଲ ପାଇଁ ୫ ବର୍ଷିଆ ଖସଡ଼ା ପ୍ରସ୍ତୁତ ହୋଇପାରିଲେ ଚାଷୀ ସ୍ବାବଲମ୍ବୀ ହୋଇପାରିବେ। ମେକ୍‌ ଇନ୍‌ ଇଣ୍ଡିଆ, ମେକ୍‌ ଇନ ଓଡ଼ିଶା ପରି ଜିଲା ଅର୍ଥନୀତିକୁ ସୁଦୃଢ଼ ପାଇଁ କୃଷି କ୍ଷେତ୍ରରେ ମେକ୍‌ ଇନ ରୁରାଲ କେନ୍ଦ୍ରାପଡ଼ା ଆହ୍ବାନ କାର୍ଯ୍ୟକାରୀ ହେବା କଥା। ଅଦ୍ୟାବଧି ସ୍ଥାନୀୟ ରାଜନେତା ଓ ପ୍ରଶାସକ ଏଥିପ୍ରତି ଧ୍ୟାନ ଦେଇନାହାନ୍ତି। ସାମ୍ପ୍ରତିକ ସମୟରେ ଜୈବିକ ଖାଦ୍ୟ ପ୍ରତି ଲୋକଙ୍କ ରୁଚି ବଢ଼ୁଛି। କେନ୍ଦ୍ର ସରକାର ମଧ୍ୟ ୨୦୧୫ ମସିହାରେ ଜୈବିକ ଚାଷକୁ ଗୁରୁତ୍ୱ ଦେଇ ନ୍ୟାଶନାଲ ମିଶନ ଅନ ସଷ୍ଟେନେବଲ ଏଗ୍ରିକଲ୍‌ଚର (ଏନ୍‌ଏମ୍‌ଏସ୍‌ଏ) ଅଧୀନରେ ପରମ୍ପରାଗତ କୃଷି ବିକାଶ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନା ଓଡ଼ିଶାର ଅନ୍ୟ ଜିଲାରେ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ କେନ୍ଦ୍ରାପଡ଼ାକୁ ସାମିଲ କରାଯାଇ ନାହିଁ। ଜିଲାରେ ୭ ନଦୀ ଓ ୨୭ ଶାଖା ନାଳ ଅଛି। ପ୍ରତିବର୍ଷ ପ୍ରାୟ ୧୪୦୦ ମିଲିମିଟର ବର୍ଷା ହେଉଛି। ତେବେ ବର୍ଷାଜଳ ସଂରକ୍ଷଣ ଓ ନଦୀ ନାଳ ଜଳର ପରିଚାଳନା ଚାଷୀଙ୍କ ପାଇଁ ବରଦାନ ନ ହୋଇ ଆତଙ୍କ ସୃଷ୍ଟି କରୁଛି। ବର୍ଷାଦିନେ ଜଳ ନିଷ୍କାସନ ଏକ ସମସ୍ୟା ହୋଇଥିବା ବେଳେ ଜଳସେଚନ ଅଭାବରୁ ଜିଲାର ପ୍ରାୟ ୪୦ ହଜାର ହେକ୍ଟର ଜମି ପଡ଼ିଆ ପଡ଼ୁଛି। ଏହା ବ୍ୟତୀତ ଜିଲାର ଚାଷୀ ଧାନ ଫସଲ ମଧ୍ୟରେ ସୀମିତ ରହୁଛନ୍ତି। ଫଳରେ ଆୟ କମୁଛି। ସାମୂହିକ ଭାବେ ୫ ବର୍ଷିଆ ଅର୍ଥକରୀ ଫସଲ ପାଇଁ କୃଷି ଗବେଷକଙ୍କ ଏକ କମିଟି ଆବଶ୍ୟକ। ଜିଲାରେ ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ, ଜଳସେଚନ ବ୍ୟବସ୍ଥା, ତାଲିମ ସହ ଅର୍ଥକରୀ ଫସଲର ଉପତ୍ାଦନ ଓ ବିକ୍ରିକୁ ନେଇ ସ୍ପଷ୍ଟ ମତ ପ୍ରକାଶ ପାଇଲେ ଜିଲାର କୃଷି ଶିଳ୍ପକୁ ଆଗେଇ ନେଇ ହେବ। ସାମ୍ପ୍ରତିକ ସମୟରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦରମା ସହିତ ୮ ଏକର ଚାଷ କରୁଥିବା ଚାଷୀର ଆୟ ସମାନ ହେଉ ନ ଥିବାରୁ କୃଷି ପ୍ରତି ଆଗ୍ରହ ପ୍ରକାଶ ପାଉନାହିଁ। ଯୁବବର୍ଗ କୃଷି ଅପେକ୍ଷା କର୍ମନିଯୁକ୍ତି ପାଇଁ ଜିଲା ବାହାରକୁ ଯାଉଥିବା ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବହୁ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିପ୍ରତି ଯୁବବର୍ଗ ସଚେତନ ହେବା ଆବଶ୍ୟକ। ଅର୍ଥକରୀ ଫସଲ ଉପତ୍ାଦନ ପ୍ରୋତ୍ସାହନ ପାଇଁ ଜିଲା କୃଷି ବିଭାଗ ବୈଠକରେ ଆଲୋଚନା କରାଯାଉଛି। ଖୁବ୍‌ଶୀଘ୍ର ଏ କ୍ଷେତ୍ରରେ ଏହି ଜିଲା ସୁନାମ ଆଣିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଶେଷ କରିବାକୁ ରାଜି ହେଲେ ଇରାନର ସର୍ବୋଚ୍ଚ ନେତା! କହିଦେଲେ ଏମିତି…ସାରା ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୨୪।୩: ଆଜି ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ୨୫ତମ ଦିନ। ଉଭୟ ପକ୍ଷ ଦ୍ରୁତ ଆକ୍ରମଣ ଜାରି ରଖିଥିବାବେଳେ ଯୁଦ୍ଧ ଶେଷ କରିବା…

IPL 2026କୁ ନେଇ କଡ଼ା ନିୟମ: ଖେଳାଳି ତଥା ତାଙ୍କ ପରିବାର ପାଇଁ ନୂଆ ନିୟମ ଆଣିଲା BCCI, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: IPL 2026 ଆରମ୍ଭ ହେବା ପୂର୍ବରୁ, BCCI ସମସ୍ତ ୧୦ଟି ଫ୍ରାଞ୍ଚାଇଜ ପାଇଁ ଏକ ନୂଆ ଏବଂ କଠୋର ନିୟମ ଜାରି କରିଛି। ଏହି ନିୟମଗୁଡ଼ିକର…

୧୪.୨ କିଲୋଗ୍ରାମ ବଦଳରେ ମିଳିବ ୧୦ କିଲୋଗ୍ରାମ ଗ୍ୟାସ! ସରକାର ଦେଲେ ବଡ଼ ଅପଡେଟ୍‌

  ନୂଆଦିଲ୍ଲୀ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ସିଧାସଳଖ ପ୍ରଭାବ ଏବେ ଭାରତର ଶକ୍ତି ସୁରକ୍ଷା ଉପରେ ପଡୁଛି। ଅଶୋଧିତ ତୈଳ ଏବଂ ଏଲପିଜିର ନିରବଚ୍ଛିନ୍ନ ଯୋଗାଣ ବାଧାପ୍ରାପ୍ତ…

ରାତିରେ ଘରକୁ ଫେରିଲେନି ସ୍ବାମୀ, ସକାଳୁ ରକ୍ତାକ୍ତ ମୃତଦେହ….

ଜଗନ୍ନାଥ ପ୍ରସାଦ,୨୪।୩(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ଚଢିଆ ପଲ୍ଲୀ ପଞ୍ଚାୟତ ଗୁପ୍ତ ପଲ୍ଲୀରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା…

ଷ୍ଟାର୍କଙ୍କୁ ମିଳୁନି ଏନ୍‌ଓସି: ଦଳରେ ଯୋଗଦେବା ନେଇ ବଢ଼ିଲା ଅଡୁଆ

ନୂଆଦିଲ୍ଲୀ,୨୪ା୩: ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ଏପର୍ଯ୍ୟନ୍ତ ମିଚେଲ ଷ୍ଟାର୍କଙ୍କ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ଠାରୁ ନୋ ଅବଜେକଶନ ସାର୍ଟିଫିକେଟ (ଏନ୍‌ଓସି) ମିଳିନାହିଁ। ଏହାସତ୍ତ୍ୱେ ଦଳର ପ୍ରଥମ ମ୍ୟାଚ୍‌…

୭.୬ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ: ସୁନାମି ଚେତାବନୀ ଜାରି

ନୂଆଦିଲ୍ଲୀ,୨୪।୩: ଓସେନିଆର ଟୋଙ୍ଗା ଅଞ୍ଚଳ ନିକଟରେ ନିଆଫୁରେ ଏକ ଶକ୍ତିଶାଳୀ ୭.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ଆମେରିକାର ଭୂତତ୍ତ୍ୱ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri