ଅର୍ଥକରୀ ଫସଲ ଚାଷୀଙ୍କୁ ସ୍ବାବଲମ୍ବୀ କରିବ

କେନ୍ଦ୍ରାପଡ଼ା, ୩୧।୧ (ଜଗନ୍ନାଥ ଧଳ): ପ୍ରତି ଜିଲାରେ ଗୋଟିଏ ଉତ୍ପାଦକୁ ଗୁରୁତ୍ୱ ଦେବା ପାଇଁ କେନ୍ଦ୍ର ସରକାର ପକ୍ଷରୁ ଯୋଜନା କରାଯାଇଛି। ପାରମ୍ପରିକ କୃଷିକୁ ପ୍ରାଧାନ୍ୟ ଦେବା ସହିତ ଅର୍ଥକରୀ ଫସଲ ପାଇଁ ୫ ବର୍ଷିଆ ଯୋଜନା ଦ୍ୱାରା ଏହା ସମ୍ଭବ ହୋଇପାରିବ। ତେବେ କେନ୍ଦ୍ରାପଡ଼ା ଜିଲାରେ ଏ ନେଇ ଭିତ୍ତିଭୂମି ସୁଦୃଢ଼ୀକରଣକୁ ନେଇ କୌଣସି ତତ୍ପରତା ପ୍ରଶାସନିକ ସ୍ତରରେ ଦେଖାଯାଉନାହିଁ।
ଏ ସମ୍ପର୍କରେ ଜିଲା ଜନ ଅଧିକାର ମଞ୍ଚ ସଭାପତି ଭୁବନାନନ୍ଦ ଜେନା, ଜିଲା ଜନ ସୁରକ୍ଷା ମଞ୍ଚ ସଭାପତି ଗଣେଶ ଚନ୍ଦ୍ର ସାମଲ, ସାମାଜିକ କର୍ମୀ ସଞ୍ଜୟ କୁମାର ବେହେରା, କ୍ଷିତୀଶ କୁମାର ସିଂହ ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ଜିଲା କୃଷି ଅର୍ଥନୈତିକ ଭିତ୍ତିକ। ମାତ୍ର କୃଷି ଉପତ୍ାଦନ ବୃଦ୍ଧି ପାଇଁ ପ୍ରଶାସନିକ ପରିଚାଳନାରେ ଘୋର ଅଭାବ ଦେଖାଦେଇଛି। ଜିଲାର ଅଧିବାସୀ ବାହାର ଜିଲା ଓ ରାଜ୍ୟର ଉପତ୍ାଦକୁ ଅପେକ୍ଷା କରିବାକୁ ପଡୁଛି। କୃଷକଙ୍କ ମେକ୍‌ ଇନ୍‌ ରୁରାଲ କେନ୍ଦ୍ରାପଡ଼ାର ସ୍ବପ୍ନ ସରକାରୀ ଅସହଯୋଗ ପାଇଁ ପୂରଣ ହୋଇପାରୁନାହିଁ। ୨୦୧୫ରୁ ପରମ୍ପରାଗତ କୃଷି ବିକାଶ ଯୋଜନା କେନ୍ଦ୍ର ସରକାର ଆରମ୍ଭ କରିଥିବା ବେଳେ ଏହି ଜିଲାକୁ ଅଦ୍ୟାବଧି ସାମିଲ କରାଯାଇ ପାରିନାହିଁ। ପର୍ଯ୍ୟାପ୍ତ ଚାଷ ଜମି, ମାନବ ସମ୍ବଳ ସତ୍ତ୍ୱେ କୃଷି ଏବେ ସନ୍ତୋଷଜନକ ଉପାର୍ଜନ ଦେଇପାରୁନାହିଁ। କୃଷି ବିଶେଷଜ୍ଞଙ୍କ ଦ୍ୱାରା ଅନୁଧ୍ୟାନ କରି ସାମୂହିକ ଫସଲ ପାଇଁ ୫ ବର୍ଷିଆ ଖସଡ଼ା ପ୍ରସ୍ତୁତ ହୋଇପାରିଲେ ଚାଷୀ ସ୍ବାବଲମ୍ବୀ ହୋଇପାରିବେ। ମେକ୍‌ ଇନ୍‌ ଇଣ୍ଡିଆ, ମେକ୍‌ ଇନ ଓଡ଼ିଶା ପରି ଜିଲା ଅର୍ଥନୀତିକୁ ସୁଦୃଢ଼ ପାଇଁ କୃଷି କ୍ଷେତ୍ରରେ ମେକ୍‌ ଇନ ରୁରାଲ କେନ୍ଦ୍ରାପଡ଼ା ଆହ୍ବାନ କାର୍ଯ୍ୟକାରୀ ହେବା କଥା। ଅଦ୍ୟାବଧି ସ୍ଥାନୀୟ ରାଜନେତା ଓ ପ୍ରଶାସକ ଏଥିପ୍ରତି ଧ୍ୟାନ ଦେଇନାହାନ୍ତି। ସାମ୍ପ୍ରତିକ ସମୟରେ ଜୈବିକ ଖାଦ୍ୟ ପ୍ରତି ଲୋକଙ୍କ ରୁଚି ବଢ଼ୁଛି। କେନ୍ଦ୍ର ସରକାର ମଧ୍ୟ ୨୦୧୫ ମସିହାରେ ଜୈବିକ ଚାଷକୁ ଗୁରୁତ୍ୱ ଦେଇ ନ୍ୟାଶନାଲ ମିଶନ ଅନ ସଷ୍ଟେନେବଲ ଏଗ୍ରିକଲ୍‌ଚର (ଏନ୍‌ଏମ୍‌ଏସ୍‌ଏ) ଅଧୀନରେ ପରମ୍ପରାଗତ କୃଷି ବିକାଶ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନା ଓଡ଼ିଶାର ଅନ୍ୟ ଜିଲାରେ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ କେନ୍ଦ୍ରାପଡ଼ାକୁ ସାମିଲ କରାଯାଇ ନାହିଁ। ଜିଲାରେ ୭ ନଦୀ ଓ ୨୭ ଶାଖା ନାଳ ଅଛି। ପ୍ରତିବର୍ଷ ପ୍ରାୟ ୧୪୦୦ ମିଲିମିଟର ବର୍ଷା ହେଉଛି। ତେବେ ବର୍ଷାଜଳ ସଂରକ୍ଷଣ ଓ ନଦୀ ନାଳ ଜଳର ପରିଚାଳନା ଚାଷୀଙ୍କ ପାଇଁ ବରଦାନ ନ ହୋଇ ଆତଙ୍କ ସୃଷ୍ଟି କରୁଛି। ବର୍ଷାଦିନେ ଜଳ ନିଷ୍କାସନ ଏକ ସମସ୍ୟା ହୋଇଥିବା ବେଳେ ଜଳସେଚନ ଅଭାବରୁ ଜିଲାର ପ୍ରାୟ ୪୦ ହଜାର ହେକ୍ଟର ଜମି ପଡ଼ିଆ ପଡ଼ୁଛି। ଏହା ବ୍ୟତୀତ ଜିଲାର ଚାଷୀ ଧାନ ଫସଲ ମଧ୍ୟରେ ସୀମିତ ରହୁଛନ୍ତି। ଫଳରେ ଆୟ କମୁଛି। ସାମୂହିକ ଭାବେ ୫ ବର୍ଷିଆ ଅର୍ଥକରୀ ଫସଲ ପାଇଁ କୃଷି ଗବେଷକଙ୍କ ଏକ କମିଟି ଆବଶ୍ୟକ। ଜିଲାରେ ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ, ଜଳସେଚନ ବ୍ୟବସ୍ଥା, ତାଲିମ ସହ ଅର୍ଥକରୀ ଫସଲର ଉପତ୍ାଦନ ଓ ବିକ୍ରିକୁ ନେଇ ସ୍ପଷ୍ଟ ମତ ପ୍ରକାଶ ପାଇଲେ ଜିଲାର କୃଷି ଶିଳ୍ପକୁ ଆଗେଇ ନେଇ ହେବ। ସାମ୍ପ୍ରତିକ ସମୟରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦରମା ସହିତ ୮ ଏକର ଚାଷ କରୁଥିବା ଚାଷୀର ଆୟ ସମାନ ହେଉ ନ ଥିବାରୁ କୃଷି ପ୍ରତି ଆଗ୍ରହ ପ୍ରକାଶ ପାଉନାହିଁ। ଯୁବବର୍ଗ କୃଷି ଅପେକ୍ଷା କର୍ମନିଯୁକ୍ତି ପାଇଁ ଜିଲା ବାହାରକୁ ଯାଉଥିବା ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବହୁ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିପ୍ରତି ଯୁବବର୍ଗ ସଚେତନ ହେବା ଆବଶ୍ୟକ। ଅର୍ଥକରୀ ଫସଲ ଉପତ୍ାଦନ ପ୍ରୋତ୍ସାହନ ପାଇଁ ଜିଲା କୃଷି ବିଭାଗ ବୈଠକରେ ଆଲୋଚନା କରାଯାଉଛି। ଖୁବ୍‌ଶୀଘ୍ର ଏ କ୍ଷେତ୍ରରେ ଏହି ଜିଲା ସୁନାମ ଆଣିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ଏହି ଜିଲାରେ ପ୍ରଥମ ପୋଷ୍ୟ ସନ୍ତାନ ଗ୍ରହଣ

ନୂଆପଡ଼ା,୬ା୧୨ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାର ପ୍ରଥମଥର ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଜିଲା ଶିଶୁ ସୁରକ୍ଷା ବିଭାଗ ଓ ସ୍ବତନ୍ତ୍ର...

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri