ଖାଦାନ ମାଲିକଙ୍କ ନାଁରେ ରୁଜୁ ହେବ ମାମଲା

ଯାଜପୁର,୧୪ା୧୦(ହର୍ଷବର୍ଦ୍ଧନ ବେହେରା): ସମସ୍ତ ବ୍ୟକ୍ତିଙ୍କ ଜୀବନ ବହୁମୂଲ୍ୟ ବୋଲି ରାଜ୍ୟ ସରକାରଙ୍କ ବିଶ୍ୱାସ ରହିଛି। ତେଣୁ ବେଆଇନ କଳାପଥର ଖାଦାନରେ ଅତଡ଼ା ଖସି ପ୍ରାଣ ହରାଇଥିବା ଶ୍ରମିକଙ୍କ ପାଇଁ ଦାୟୀ ଅଧିକାରୀ ଓ ଖାଦାନ ମାଲିକଙ୍କ ନାମରେ ଆପରାଧିକ ମାମଲା ରୁଜୁ କରାଯାଇ ପାରିବ। ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଲୁଣିବର ପଥର ଖାଦାନରେ ଅତଡା ଖସି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଓଡ଼ିଶା ଲୋକାୟୁକ୍ତ ନିଜ ଆଡୁ(ସୋ ମୋଟୋ) ୨୫୦/୨୦୨୩ ମାମଲାର ବିଚାର କରି ଏଭଳି ରାୟ ଦେଇଛନ୍ତି। ଲୋକାୟୁକ୍ତ ସେକ୍ରେଟାରି (ଜୁଡିସିଆଲ)ଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଖାଦାନ ମାଲିକ ଜେନାପୁର ଥାନା ରଗଡିପୋଷି ଗ୍ରାମର ଗଙ୍ଗାଧର ଓଝାଙ୍କୁ ଆଇନ ଅନୁସାରେ ନୋଟିସ ଜାରି ହୋଇ ଜବାବ ଦେବାକୁ ନିର୍ଦ୍ଦେଶ ହୋଇଛି। ଏମାନେ ୬ ସପ୍ତାହ ମଧ୍ୟରେ ନିଜର ମତାମତ ରିପୋର୍ଟ ଦାଖଲ କରିବେ। ପରବର୍ତ୍ତୀ ଶୁଣାଣି ୨୩ା୧୧ା୨୦୨୩ରେ କରାଯିବ ବୋଲି ନିର୍ଦ୍ଦେଶରେ ଦର୍ଶାଯାଇଛି।
ଲୁଣିବର ପାହାଡ ପଥର ଖାଦାନରେ ଗତ ମେ ମାସ ୩୧ ତାରିଖ ମଧ୍ୟରାତ୍ରିରେ ଅପୁ ରାଉତ ଓ ଶାନ୍ତନୁ ଖିଲାର ନାମକ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ବେଆଇନ ଖାଦାନରୁ ଏକ୍ସାଭେଟର ସହାୟତାରେ କଳାପଥର ଉତ୍ତୋଳନ ସମୟରେ ଏହି ଘଟଣା ଘଟିଥିଲା। ଏଥିରେ ଅପୁ ରାଉତ ଅପରେଟର ଏବଂ ଶାନ୍ତନୁ ଖିଲାର ସହାୟକ ଭାବେ କାମ କରୁଥିଲେ। ଏକ ହେଭି ମେଶିନ ଖୋଲାଖୋଲି ଭାବେ ବେଆଇନ କଳାପଥର ଖାଦାନରେ ବ୍ୟବହାର ହେଉଥିଲା। ଦୁର୍ଭାଗ୍ୟପୂର୍ଣ୍ଣ ଯେ, ଉକ୍ତ ଘଟଣା ଘଟିବା ପରେ ମଧ୍ୟ ପ୍ରଶାସନିକସ୍ତରେ ବେଆଇନ ଖାଦାନ ବୋଲି ଦର୍ଶାଯାଇ ନ ଥିଲା। ଏନେଇ ଧରିତ୍ରୀ ଏବଂ ଓଡିଶାପୋଷ୍ଟରେ ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇଥିଲା। ଏହି ଖବରକୁ ନେଇ ଓଡିଶା ଲୋକାୟୁକ୍ତ ନିଜ ଆଡୁ ମାମଲା ରୁଜୁ କରିବା ସହ ୫ା୬ା୨୦୨୩ରେ କଟକ ଭିିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଘଟଣା ଉପରେ ତଦନ୍ତ କରି ଦୁଇ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଭିଜିଲାନ୍ସ ନିର୍ଦ୍ଦେଶକ ୨୫ା୯ା୨୦୨୩ରେ ପ୍ରାଥମିକ ତଦନ୍ତ ରିପୋର୍ଟ ଲୋକାୟୁକ୍ତଙ୍କ ପାଖରେ ଦାଖଲ କରିଥିଲେ। ଉକ୍ତ ରିପୋର୍ଟରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ, ଲୁଣିବର ପାହାଡର ବିଏସ୍‌କ୍ୟୁ ନମ୍ବର-୫ ଖାଦାନର ଲିଜଧାରୀ ଗଙ୍ଗାଧର ଓଝା ବିଏସ୍‌କ୍ୟୁ ନମ୍ବର-୨ ଖାଦାନରେ ବେଆଇନ ଭାବେ କଳାପଥର ଉତ୍ତୋଳନ କରୁଥିବା ସମୟରେ ଦୁର୍ଘଟଣା ଘଟି ୨ ଜଣ ଶ୍ରମିକଙ୍କ ଜୀବନ ଯାଇଛି। ଏହି ବେଆଇନ କାର୍ଯ୍ୟରେ ୩୨୩ଡି୩ ନମ୍ବର ହାଇଡ୍ରୋଲିକ ଏକ୍ସାଭେଟର ମେଶିନ ବ୍ୟବହାର କରାଯାଇଥିଲା। ତଦନ୍ତକାରୀ ଅଧିକାରୀ ଆଲୋଚନା କରିବାକୁ ବାରମ୍ବାର ଉଦ୍ୟମ କରିଥିଲେ ହେଁ ଲିଜ୍‌ଧାରୀ ଗଙ୍ଗାଧର ଓଝା କୌଣସି ସହାୟତା କରି ନ ଥିଲେ। ଏପରିକି ତଦନ୍ତକୁ ମନା କରି ଦେଇଥିଲେ। ଏହାବାଦ କୌଣସି ସରକାରୀ ଅଧିକାରୀ ଗଙ୍ଗାଧର ଓଝାଙ୍କ ଏହି ବେଆଇନ ଖାଦାନ ସମ୍ପର୍କରେ ସୂଚନା ଦେଇ ନ ଥିଲେ। ତେଣୁ ଲୋକାୟୁକ୍ତ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କୁ ଦାୟୀ କରିବା ସହ ଲିଜ୍‌ଧାରୀ ଗଙ୍ଗାଧର କେମିତି ଖୋଲାଖୋଲି ଭାବେ ହେଭି ହାଇଡ୍ରୋଲିକ ଏକ୍ସାଭେଟର ମେଶିନ ବ୍ୟବହାର କରିପାରିଲେ ବୋଲି ପ୍ରଶ୍ନ କରିଛନ୍ତି। ପ୍ରାକୃତିକ ଖଣି ସମ୍ପଦକୁ ସୁରକ୍ଷା ଦେବାକୁ ସରକାରୀ ଅଧିକାରୀ ନିୟୋଜିତ ଥାଇ ମଧ୍ୟ ସେମାନେ ଏଥିରେ ବିଫଳ ହୋଇଛନ୍ତି ବୋଲି ଲୋକାୟୁକ୍ତଙ୍କ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri