Categories: ବାଣିଜ୍ୟ

ଏଚ୍‌-୧ ବି ଭିଜାକୁ ନେଇ ଟ୍ରମ୍ପଙ୍କ ବିରୋଧରେ ମାମଲା

ଓ୍ବାଶିଂଟନ,୧୬।୬: ଏଚ୍‌-୧ବି ଭିଜା ଉପରେ ଲାଗିଥିବା କଟକଣାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ମୋଟ ୧୭୪ ଭାରତୀୟ ଏହି ମାମଲା ରୁଜୁ କରିଛନ୍ତି। ଏମାନଙ୍କ ମଧ୍ୟରେ ୭ ନାବାଳକ ରହିଛନ୍ତି। ଟ୍ରମ୍ପ ପ୍ରଶାସନ ନିକଟରେ ଜାରି କରିଥିବା ଆଦେଶ ମୁତାବକ ଆମେରିକାରେ ପ୍ରବେଶ କିମ୍ବା ଭିଜା ଜାରି କରା ନ ଯିବା ଭଳି କଟକଣା ଲାଗିଛି। ଏହି ମାମଲାରରେ କଲମ୍ବିଆ ସ୍ଥିତ ଡିଷ୍ଟ୍ରିକ୍ଟ କୋର୍ଟ ଜଜ୍‌ କେଟାଞ୍ଜି ବ୍ରାଉନ ଜ୍ୟାକସନ୍‌ ଗୁରୁବାର ସେକ୍ରେଟାରି ଅଫ୍‌ ଷ୍ଟେଟ ମାଇକ ପମ୍ପେଓ, ହୋମ୍‌ଲାଣ୍ଡ ସକ୍ୟୁରିଟିର ଆକ୍ଟିଂ ସେକ୍ରେଟାରୀ ଚାଡ୍‌ ଏଫ୍‌ ଓଲଫ୍‌ ଏବଂ ଶ୍ରମ ସଚିବ ୟୁଜେନ ସ୍କେଲିଆଙ୍କୁ ସମନ ଜାରି କରିଛନ୍ତି।

Share