Posted inଜାତୀୟ

ବଳାତ୍କାର ପୀଡିତାଙ୍କୁ ବିବାହ କଲେ ବି ଅଭିଯୁକ୍ତଙ୍କ ବିରୋଧରେ ଜାରି ରହିବ ମାମଲା: ହାଇକୋର୍ଟ…

ନୂଆଦିଲ୍ଲୀ,୧୨।୧୧ : ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା କୋର୍ଟରେ ବିଚାରାଧୀନ ରହିଛି। ଏପରିସ୍ଥଳେ ଅଭିଯୁକ୍ତ ପୀଡିତାଙ୍କୁ ବିବାହ କରିବାକୁ କୋର୍ଟରେ କହିଛନ୍ତି। ତେବେ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ବଳାତ୍କାର ପୀଡିତାଙ୍କୁ ଅଭିଯୁକ୍ତ ବିବାହ କଲେ ବି ତାଙ୍କ ବିରୋଧରେ ଜାରି ରହିଥିବା ମାମଲା ବନ୍ଦ ହେବ ନାହିଁ। ଏନେଇ କୌଣସି ଅନୁକମ୍ପା ପ୍ରଦାନ କରାଯାଇ ପାରିବ ନାହିଁ। କୋର୍ଟ କହିଛନ୍ତି ଏଫଆଇଆର ପଞ୍ଜୀକରଣ ପରେ ଉଭୟଙ୍କ ମଧ୍ୟରେ ବିବାହ ହୋଇଛି। ତେଣୁ ଅଭିଯୁକ୍ତଙ୍କୁ ଆଶ୍ୱସ୍ତି ମିଳି ପାରିବ ନାହିଁ।
ଅଭିଯୁକ୍ତଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ଗୁରୁତର ବର୍ଗର ହୋଇଥିବାରୁ କୋର୍ଟ ଏଥିରେ ହସ୍ତକ୍ଷେପ କରିବା ଉଚିତ ନୁହେଁ।
ବିଚାରପତି ସୁଧୀର କୁମାର ଜୈନ ସୁପ୍ରିମ୍‌କୋର୍ଟଙ୍କର ଏକ ରାୟ ଆଧାରରେ କହିଛନ୍ତି ବଳାତ୍କାର ଅପରାଧ ନେଇ ମାମଲାକୁ ଦୁଇ ପକ୍ଷଙ୍କ ମଧ୍ୟରେ ହୋଇଥିବା ବୁଝାମଣାକୁ ଦୃଷ୍ଟିରେ ରଖି ଖାରଜ କରାଯାଇ ପାରିବ ନାହିଁ। ଏଫଆଇଆରରେ ଉଲ୍ଲେଖ କରାଯାଇଛି ପୀଡିତାଙ୍କୁ ୧୬ ବର୍ଷ ବୟସ ହୋଇଥିବାବେଳେ ଅଭିଯୁକ୍ତ ତାଙ୍କୁ ବଳାତ୍କାର କରିଥିଲେ। ଯାହାଦ୍ୱାରା ପୀଡିତା ଗର୍ଭବତୀ ହୋଇଥିଲେ।

ଏଭଳି ଅପରାଧରେ ଅଭିଯୁକ୍ତଙ୍କୁ ଛାଡ କରିବା ଦ୍ୱାରା ସମାଜରେ ଏହାର କୁପ୍ରଭାବ ପଡିବାର ଆଶଙ୍କା ରହିଛି। ତେଣୁ ସେ ପୀଡିତାଙ୍କୁ ବିବାହ କରିଥିଲେ ମଧ୍ୟ ତାଙ୍କ ବିରୋଧରେ ଆଇନଗତ ପ୍ରକ୍ରିୟା ଜାରି ରହିବ। ଏହା ସହିତ ହାଇକୋର୍ଟ ଅଭିଯୁକ୍ତଙ୍କ ମାମଲା ରଦ୍ଦ ପାଇଁ କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

ଫେକ୍‌ ଆକାଉଣ୍ଟ ଥିଲେ ସାବଧାନ! ଏହି କାମ ନ କଲେ ଆଉ ଚାଲିବନି ଫେସବୁକ-ଇନଷ୍ଟାଗ୍ରାମ!

ନୂଆଦିଲ୍ଲୀ,୨୬।୩: ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି, କିନ୍ତୁ ଏହା ସହିତ ଜଡିତ ସମସ୍ୟାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି…

ସାମରିକ ଆକ୍ରମଣରେ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ କରିଥିବା ମୁଖ୍ୟ କାର୍ପଟଦାର ନିହତ!

ଜେରୁଜେଲମ,୨୬।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇସ୍ରାଏଲ ଏକ ବଡ଼ ଦାବି କରିଛି। ଜଣେ ଇସ୍ରାଏଲୀ ସାମରିକ ଅଧିକାରୀଙ୍କ ଅନୁଯାୟୀ, ଇରାନର IRGC ନୌସେନାର ମୁଖ୍ୟ ଆଲିରେଜା…

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଏହିସବୁ ବ୍ୟକ୍ତିଙ୍କୁ ମିଳିବ ମାଗଣା ରେଳ ସେବା: ରେଳ ବିଭାଗର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୩: ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାରଙ୍କ ପାଇଁ ଖୁସିଖବର। ରେଳ ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ଘୋଷଣା କରାଯାଇଛି। ସାହସିକତା ପୁରସ୍କାର ପ୍ରାପ୍ତଙ୍କୁ…

ଜଳଖିଆ ହେଲା କାଳ! ଝାଡାବାନ୍ତି ପରେ ହସ୍ପିଟାଲରେ ୧୯ଛାତ୍ରୀଛାତ୍ର

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତ ହାଇସ୍କୁଲ ର ୧୯ଜଣ ଛାତ୍ରୀଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ…

ସାଇକେଲରେ ବିଦ୍ୟାଳୟ ଯାଉଥିଲେ ଦୁଇ ଛାତ୍ର, ପାଚେରିରେ ପିଟି ହୋଇ…

ମୋହନା,୨୬ା୩(ମନ୍ମଥ ମିଶ୍ର): ସାଇକେଲରେ ବିଦ୍ୟାଳୟକୁ ଯିବା ବେଳେ ପାଚେରିରେ ପିଟି ହୋଇ ଦୁଇ ଛାତ୍ର ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri