ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ମାମଲା: ହାଇକୋର୍ଟ ଦେଲେ ଏମିତି ରାୟ

କଟକ,୨୦।୧୧ (କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଡ. ସୁବାସ ମହାପାତ୍ର କରିଥିବା ନିର୍ବାଚନୀ ମକଦ୍ଦମାକୁ ହାଇକୋର୍ଟ ବୁଧବାର ଖାରଜ କରିଛନ୍ତି। ସମ୍ବଲପୁର ଲୋକ ସଭା ନିର୍ବାଚନୀ ମାମଲାରେ ହାଇକୋର୍ଟ ମହାପାତ୍ରଙ୍କ ଆବେଦନକୁ ଖାରଜ କରିବା ସହ ଧର୍ମେନ୍ଦ୍ରଙ୍କ ଆବେଦନକୁ ଗ୍ରହଣ କରିଛନ୍ତି। ଆବେଦନକାରୀ ଡ. ସୁବାସ ମହାପାତ୍ରଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ହାଇକୋର୍ଟ ବିଚାରପତି ସଞ୍ଜୟ କୁମାର ମିଶ୍ରଙ୍କ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି।
ସୂଚନାନୁସାରେ, ୨୦୨୪ ମସିହାରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକ ସଭା ମଣ୍ଡଳୀରେ ଭାଜପା ପ୍ରାର୍ଥୀ ତଥା ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜୟ ଲାଭ କରିଥିଲେ। ଏହି ଲୋକ ସଭା ଆସନରୁ ପରାଜିତ ହୋଇଥିବା ପ୍ରାର୍ଥୀ ଡ. ସୁବାସ ମହାପାତ୍ର ଧର୍ମେନ୍ଦ୍ରଙ୍କ ନୋମିନେଶନ୍‌ ତ୍ରୁଟି ଥିବା ଦର୍ଶାଇ ତାଙ୍କ ନିର୍ବାଚନକୁ ଖାରଜ କରିବା ପାଇଁ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ଏଥିରେ ସେ ଦର୍ଶାଇଥିଲେ ଯେ, ପ୍ରଧାନ ତାଙ୍କ ନିର୍ବାଚନୀ ସତ୍ୟପାଠରେ ଅସତ୍ୟ ତଥ୍ୟ ଦାଖଲ କରିଛନ୍ତି। ଏଥିସହିତ ସେ ବେଆଇନ ପଦ୍ଧତିରେ ମଧ୍ୟ ଭୋଟ ହାତେଇଥିବାରୁ ତାଙ୍କ ନିର୍ବାଚନକୁ ଖାରଜ କରିବାକୁ ସେ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ। ତେବେ ମହାପାତ୍ରଙ୍କ ନିର୍ବାଚନୀ ମକଦ୍ଦମାରେ ସତ୍ୟତା ନ ଥିବା ଦର୍ଶାଇ ଏହାକୁ ପ୍ରାଥମିକ ପର୍ଯ୍ୟାୟରୁ ଶୁଣାଣି ନ କରି ଖାରଜ କରିବାକୁ ପ୍ରଧାନ ହାଇକୋର୍ଟରେ ଆବେଦନ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟପ୍ରାଣୀ ଶିକାର ସୂଚନା ଦେଲେ ମିଳିବ ୫ ହଜାର ଟଙ୍କା, ଟାଟା ପାଓ୍ବାର ପକ୍ଷରୁ ଘୋଷଣା…

ଭଞ୍ଜନଗର, ୧୨।୩ (ବାବୁଲା ପ୍ରଧାନ):ବନ୍ୟପ୍ରାଣୀ ସୁରକ୍ଷା ଏବଂ ହାତୀ-ମଣିଷ ଲଢ଼େଇକୁ ରୋକିବା ପାଇଁ ଜନସାଧାରଣଙ୍କ ସହଭାଗିତା ଅପରିହାର୍ଯ୍ୟ। ଏହି ଲକ୍ଷ୍ୟକୁ ନେଇ ଗୁରୁବାର ଭଞ୍ଜନଗରଠାରେ ଟାଟା ପାୱାର,…

ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚର ବନ୍ଧୁମିଳନ: ପୁରୁଣା ସ୍ମୃତି ଚାରଣ ସହ କଳାକାରଙ୍କୁ ସମ୍ମାନ

ଗଞ୍ଜାମ,୧୨।୩(ବିଦ୍ୟାଧର ସାହୁ): ଗଞ୍ଜାମ କଳାକାର ମଞ୍ଚ ତଥା ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚ ପକ୍ଷରୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଟାମ୍ପରା ହ୍ରଦ କୂଳରେ ଏକ ଭବ୍ୟ ବନ୍ଧୁମିଳନ କାର୍ଯ୍ୟକ୍ରମ…

ଗ୍ୟାସ ବୁକିଂ ସମୟ ବଦଳାଇଲେ ଏଜେନ୍ସି, ଏହି ନମ୍ବରରେ କରନ୍ତୁ କଲ, ନୋଟ୍‌ କରନ୍ତୁ ସମୟ, ୨୪ ଘଣ୍ଟାରେ ମିଳିବ ସିଲିଣ୍ଡର!

ଆଗ୍ରା,୧୨।୩: ଯଦି ଆପଣଙ୍କୁ ଗ୍ୟାସ ସିଲିଣ୍ଡର ବୁକ କରିବାକୁ ପଡିବ, ତେବେ ଏହି ଖବରକୁ ଭଲ ଭାବେ ପଢନ୍ତୁ, କାରଣ ବୁକିଂ କେବଳ ସକାଳ ୫ ଟାରୁ…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ରହସ୍ୟମୟ ମୃତ୍ୟୁ: ସ୍ତ୍ରୀଙ୍କ ଉପସ୍ଥିତିକୁ ନେଇ ବଢୁଛି ସନ୍ଦେହ, ହତ୍ୟା ନା ଆତ୍ମହତ୍ୟା…

ଥୁଆମୂଳ ରାମପୁର,୧୨।୩: ଶ୍ୱଶୁର ଘରେ ଜ୍ୱାଇଁଙ୍କ ମୃତ୍ୟୁକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବଢ଼ିବା ସହ ସନ୍ଦେହ ପ୍ରକାଶ ପାଇଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର…

IPL 2026 ପୂର୍ବରୁ ‘ଫିକ୍ସିଂ’କୁ ନେଇ କ୍ରିକେଟ ଜଗତରେ ଆଲୋଡ଼ନ,ପୂର୍ବତନ KKR ଖେଳାଳିଙ୍କୁ ନିଲମ୍ବିତ କଲା ICC

ନୂଆଦିଲ୍ଲୀ,୧୨।୩: IPL 2026 ଆରମ୍ଭ ହେବା ପୂର୍ବରୁ, କ୍ରିକେଟ ଜଗତ ‘ଫିକ୍ସିଂ’ ଅଭିଯୋଗରେ ଦୋହଲିଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) କୋଲକାତା ନାଇଟ ରାଇଡର୍ସ (KKR) ପାଇଁ…

ମିଳିଲାନି ସୁଭଦ୍ରା ଟଙ୍କା: ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ଆଦିବାସୀ ମହିଳା

ଗୁଡାରି,୧୨।୩ (ପ୍ରମୋଦ କୁମାର ପତି): ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାରେ ଯୋଗ୍ୟ ମହିଳାଙ୍କୁ ମହିଳା ଦିବସ ଅବସରରେ ଚତୁର୍ଥ କିସ୍ତି ଟଙ୍କା ମିଳିଛି। କିନ୍ତୁ ରାୟଗଡା ଜିଲା…

କାର୍‌ ନେଲା ଜୀବନ

ପାତ୍ରପୁର,୧୨ା୩(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ସୁରଙ୍ଗୀଠାରେ ଏକ କାର୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିିଛି। ସେ ହେଲେ ସୁରଙ୍ଗୀ ଗ୍ରାମର ଅଭିମନ୍ୟୁ…

ଗ୍ୟାସ କଳାବଜାରୀ କରୁଥିବା ବ୍ୟକ୍ତିଙ୍କୁ ମିଳିବ ସିଧାସଳଖ ଏମିତି ଦଣ୍ଡ, ବଡ଼ ଚେତାବନୀ ଦେଲେ ସିଟି SP

ମେରଠ,୧୨।୩: ଗ୍ୟାସ କଳାବଜାରୀରେ ସମ୍ପୃକ୍ତ ଲୋକଙ୍କ ବିରୁଦ୍ଧରେ ତୁରନ୍ତ ମାମଲା ରୁଜୁ କରିବାକୁ ଉତ୍ତର ପ୍ରଦେଶ ମେରଠର ଏସଏସପି ନିର୍ଦ୍ଦେଶ ଦେଇଛନ୍ତି। କଳାବଜାରୀ ସମ୍ପର୍କରେ ସୂଚନା ପାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri