ବିଜେଡି ବିଧାୟକ, ଭାଜପା ନେତାଙ୍କ ନାଁରେ ମାମଲା

ଝାରବନ୍ଧ,୩୦।୧୧(ଡି.ଏନ.ଏ): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନରେ ସବୁ ଦଳ ପ୍ରଚାରରେ ମାତିଛନ୍ତି। ସୋମବାର ସନ୍ଧ୍ୟାରେ ଉକ୍ତ ନିର୍ବାଚନ ମଣ୍ଡଳୀ ଅଧୀନ ଝାରବନ୍ଧ ବ୍ଲକ ଗୋଠୁଗୁଡ଼ା ପଞ୍ଚାୟତର ଭାଜପା ପ୍ରଭାରୀ ତଥା ସୁନ୍ଦରଗଡ଼ ଜିଲା ଜାରଙ୍ଗଲୋଇ ଗ୍ରାମର ଦିଲୀପ କୁମାର ସେନାପତି ଓରଫ୍‌ ପିଙ୍କୁଙ୍କୁ କଲାହାଣ୍ଡି ଜିଲା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ବନ୍ଧୁକ ମୁନରେ ଅପହରଣ କରିନେବା ଅଭିଯୋଗ ହଇଚଇ ସୃଷ୍ଟି କରିଥିଲା। ଭାଜପା ନେତା ସେନାପତି ରାତାରାତି ଉଦ୍ଧାର ହୋଇଛନ୍ତି। ଅନ୍ୟପଟେ ଏହି ଘଟଣା ଏବେ ନାଟକୀୟ ମୋଡ଼ ନେଇଛି। ସେନାପତିଙ୍କୁ ବିଧାୟକ ଦିଶାରୀ ଅପହରଣ କରିଥିବା ନେଇ ଭାଜପାର ଝାରବନ୍ଧ ମଣ୍ଡଳ ସଭାପତି ମିଳନ ପାଣ୍ଡେ ଏତଲା ଦେଇଥିଲେ। ଅପରପକ୍ଷେ ଭାଜପା ନେତା ସେନାପତି ସଲଡ଼ିହି ଗ୍ରାମରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଟଙ୍କା ବାଣ୍ଟୁଥିଲେ ବୋଲି ଗ୍ରାମର ବିଜେଡ଼ି ନେତା ଦେବାର୍ଚ୍ଚନ ବରିହା ଝାରବନ୍ଧ ଥାନାରେ ଏତଲା ଦେଇଛନ୍ତି।
ଉଭୟ ପକ୍ଷଙ୍କ ଏତଲାକୁ ଭିତ୍ତି କରି ଝାରବନ୍ଧ ପୋଲିସ ପୃଥକ୍‌ ୨ଟି ମାମଲା ରୁଜୁ କରିଛି। ଭାଜପା ନେତା ପାଣ୍ଡେଙ୍କ ଏତଲା ଅନୁଯାୟୀ ଲାଞ୍ଜିଗଡ଼ ବିଧାୟକ ଦିଶାରୀଙ୍କ ବିରୋଧରେ ଦଫା ୩୬୩, ୩୭୯, ୫୦୬, ୩୪ ଆଇପିସି ଏବଂ ୨୫/୨୭ ଆର୍ମସ୍‌ ଆକ୍ଟରେ ଏକ ମାମଲା ରୁଜୁ ହୋଇଛି । ଅନ୍ୟପଟେ ବିଜେଡ଼ି ନେତା ବରିହାଙ୍କ ଏତଲାକୁ ଭିତ୍ତି କରି ପୋଲିସ ଦଫା ୩୪୨, ୩୨୩, ୫୦୬, ୩୪ ଆଇପିସିରେ ଅନ୍ୟ ଏକ ମାମଲା ରୁଜୁ କରିଛି। ଏ ସମ୍ପର୍କରେ ଝାରବନ୍ଧ ଥାନାଧିକାରୀ ଦିଲୀପ କୁମାର ବେହେରାଙ୍କୁ ପଚାରିବାରୁ ଏତଲା ପାଇବାର କିଛି ସମୟ ପରେ ସଲଡ଼ିହି ଗ୍ରାମରୁ ସେନାପତିଙ୍କୁ ଉଦ୍ଧାର କରାଯାଇଥିବା କହିଛନ୍ତି। ସେହିପରି ଉଭୟ ମାମଲାର ଅଧିକ ତଦନ୍ତ ଚାଲିଛି ବୋଲି ଥାନାଧିକାରୀ ବେହେରା ପ୍ରକାଶ କରିଛନ୍ତି।
ପ୍ରକାଶଥାଉକି, ଭାଜପା ନେତା ସେନାପତିଙ୍କୁ ସୋମବାର ସନ୍ଧ୍ୟାରେ ଲାଞ୍ଜିଗଡ଼ ବିଧାୟକ ଦିଶାରୀ ଏବଂ ତାଙ୍କ ସହଯୋଗୀମାନେ ଏକ ଇନୋଭା କାର୍‌ରେ ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା। ଏହାପରେ ସଲଡ଼ିହି ଗ୍ରାମରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଭାଜପା ନେତା ସେନାପତି ଟଙ୍କା ବାଣ୍ଟୁଥିଲେ ବୋଲି ଗ୍ରାମର ବିଜେଡ଼ି ନେତା ବରିହା ଥାନାରେ ଅନ୍ୟ ଏକ ଏତଲା ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri