୩ ଆର୍‌ଟିଆଇ କର୍ମୀଙ୍କ ନାଁରେ ମାମଲା

ଭୁବନେଶ୍ୱର,୪।୪(ସତ୍ୟଜିତ୍‌ ରାଉତ)ନବୀନ ଓଡ଼ିଶା ଓ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ସୁରକ୍ଷା ସମ୍ପର୍କିତ ମିଥ୍ୟା ତଥ୍ୟ ପ୍ରଘଟ ଅଭିଯୋଗକୁ କମିଶନରେଟ୍‌ ପୋଲିସ ଗୁରୁତ୍ୱର ସହ ନେଇଛି। ପାଣ୍ଡିଆନ୍‌ଙ୍କ ସୁରକ୍ଷାରେ ୭୪ ପୋଲିସ ନିୟୋଜିତ ହୋଇଥିବା ନେଇ ସୂଚନା ଅଧିକାରୀ ଆଇନ ବଳରେ କମିଶନରେଟ୍‌ ପୋଲିସର ରିଜର୍ଭ ପୋଲିସ ଅଫିସ୍‌ ପକ୍ଷରୁ ଚିଠି ଦ୍ୱାରା ତଥ୍ୟ ମିଳିଥିବା ଓଡ଼ିଶା ସୂଚନା ଅଧିକାର ଅଭିଯାନ (ଓସା) ପକ୍ଷରୁ କୁହାଯାଇଥିଲା। ତେବେ କମିଶନରେଟ୍‌ ପୋଲିସ ପକ୍ଷରୁ ଏହାକୁ ମିଛ ଚିଠି ବୋଲି ଅଭିଯୋଗ କରାଯାଇଛି। ଏ ସଂକ୍ରାନ୍ତରେ ରିଜର୍ଭ ଇନ୍ସପେକ୍ଟର ଭଗବାନ ପାଣିଗ୍ରାହୀ ଶହୀଦନଗର ଥାନାରେ ଏତଲା ଦେଇଛନ୍ତି। ପୋଲିସ ଉକ୍ତ ଏତଲାକୁ ଆଧାର କରି ଆଇପିସି ଦଫା ୪୧୯, ୪୨୦, ୪୬୫, ୪୬୮, ୪୬୯, ୪୭୧, ୫୦୫, ୩୪ ସହ ୬୬ଡି ଆଇଟି ଆକ୍ଟରେ ଏକ ମାମଲା (ନଂ.୧୯୩/୨୦୨୪) ରୁଜୁ କରି ତଦନ୍ତ ଜାରି ରଖିଛି। ଏହି ମାମଲାରେ ପୋଲିସ ୩ଜଣ ସୂଚନା ଅଧିକାର କର୍ମୀଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ସେମାନେ ହେଲେ ପ୍ରଦୀପ ପ୍ରଧାନ, ପ୍ରକାଶ ଚନ୍ଦ୍ର ଦାସ ଓ ଶ୍ରୀକାନ୍ତ ପାକଳ। ତେବେ ଏହି ମାମଲାରେ ଅଧିକ ତଦନ୍ତ କରାଯାଉଥିବା ନେଇ ଶହୀଦନଗର ଥାନାଧିକାରୀ ଅଶୋକ ନାୟକ ସୂଚନା ଦେଇଛନ୍ତି।
ଗତ ମାର୍ଚ୍ଚ ୨୯ରେ ଓସା ପକ୍ଷରୁ ଏହି ତଥ୍ୟ ସମ୍ବଳିତ ଚିଠି ସମ୍ବନ୍ଧରେ ଖବରଦାତା ସମ୍ମିଳନୀ କରି ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା। ରାଜ୍ୟ ରାଜକୋଷରୁ ଖର୍ଚ୍ଚ କରାଯାଇ ପାଣ୍ଡିଆନଙ୍କ ସୁରକ୍ଷାରେ ନିୟୋଜିତ ହୋଇଥିବା ପୋଲିସ କର୍ମୀଙ୍କୁ ପ୍ରତ୍ୟାହାର କରିବାକୁ ଓସା ଦାବି କରିଥିଲା। ଏହା ପରେ ଏହି ପ୍ରସଙ୍ଗରେ ଭାଜପା ପକ୍ଷରୁ ମଧ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଏନେଇ ଅଭିଯୋଗ କରାଯାଇଥିଲା। ତେବେ ଓସା ପକ୍ଷରୁ ଏହି ତଥ୍ୟ ଆର୍‌ଟିଆଇ ଆଇନ ବଳରେ ରିଜର୍ଭ ପୋଲିସ ଅଫିସରୁ ମିଳିଥିବା ନେଇ ଦାବି କରୁଥିବାବେଳେ କମିଶନରେଟ ପୋଲିସ ଏହାକୁ ମିଛ ଚିଠି କହି ଏତଲା ଦେବା ପରେ ଏବେ ଏହା ଏକ ଭିନ୍ନ ପ୍ରସଙ୍ଗ ହୋଇଛି। ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିବାରୁ ଆର୍‌ଟିଆଇ କର୍ମୀଙ୍କ ପାଇଁ ଅଡୁଆ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ କହିଛନ୍ତି, ଏହି ତଥ୍ୟ ସମ୍ବଳିତ ଚିଠି ଆମେ ତିଆରି କରିନାହୁଁ। ଏହି ଚିଠି ସରକାରୀ ଦସ୍ତାବିଜ୍‌ରୁ ଆମ ପାଖରୁ ଆସିଛି। ତେଣୁ ଏହି ଚିଠି କେଉଁଠି ପ୍ରସ୍ତୁତ ହୋଇଛି ତାହାର ଫୋରେନ୍‌ସିକ୍‌ ଯାଞ୍ଚ୍‌ ହେଉ ବୋଲି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri