ବୋହିନେଲେ ପେଟି ପେଟି ବିୟର

ସାତମାଇଲ, ୧୪।୪(ଡି.ଏନ୍‌.ଏ.): ଦୁର୍ଘଟଣା ପରେ ଟ୍ରକ୍‌ ଭିତରେ ଫସି ରହିଥିଲେ ହେଲ୍‌ପର ଏବଂ ଡ୍ରାଇଭର। ହେଲେ ସେମାନଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ଲୋକମାନେ ବୋହିଚାଲିଲେ ପେଟି ପେଟି ବିୟର। ବିପଦ ବେଳେ ସହାୟତାର ହାତ ବଢ଼ାଇବା ବଦଳରେ ବ୍ୟକ୍ତିଗତ ଲାଭ ପାଇଁ ମାନବିକତା ଭୁଲିଯିବାର ସମ୍ବେଦନଶୀଳ ଚିତ୍ର ଆସିଛି ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମୀ ଥାନା ଅଞ୍ଚଳରୁ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ ଏକ ବିୟର ବୋଝେଇ ଟ୍ରକ୍‌ (ନଂ. ଓଆର୍‌ ୦୫ୟୁ ୦୧୯୫) କଟକ ଚୌଦ୍ୱାରରୁ ପୁରୁଣା କଟକ-ସମ୍ବଲପୁର ରାସ୍ତା ଦେଇ ଅନୁଗୋଳ ଅଭିମୁଖେ ଯାଉଥିଲା। ବାଲିମୀ ଥାନା ଗୁଳେହି ବ୍ରିଜ୍‌ ନିକଟରେ ସମ୍ମୁଖରୁ ଆସୁଥିବା ଏକ ବାଇକ୍‌ ଆରୋହୀଙ୍କୁ ରକ୍ଷା କରିବାକୁ ଯାଇ ଡ୍ରାଇଭର ଚନ୍ଦନ ସାହୁ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଟ୍ରକ୍‌ଟି ସୁରକ୍ଷା ବାଡ଼ ଭାଙ୍ଗି ବ୍ରିଜ୍‌ ତଳକୁ ଖସିପଡ଼ିଥିଲା। ଦୁର୍ଘଟଣା ପରେ ଉକ୍ତ ଗାଡ଼ିରେ ବିୟର ଥିବା ସ୍ଥାନୀୟ ଲୋକେ ଜାଣି ପାରିଥିଲେ। ଏହି ଖବର ପ୍ରଚାର ହେବା ପରେ ସ୍ବଳ୍ପ ସମୟ ମଧ୍ୟରେ ବହୁ ସଂଖ୍ୟାରେ ପୁରୁଷମହିଳା, ଛୋଟପିଲା ରୁଣ୍ଡ ହୋଇଯାଇଥିଲେ। ଗାଡ଼ିରେ ଫସି ରହିଥିବା ଡ୍ରାଇଭର, ହେଲ୍‌ପରଙ୍କୁ ଉଦ୍ଧାର କରିବା ବଦଳରେ ସମସ୍ତେ ପେଟି ପେଟି ବିୟର ବୋହି ନେଇଥିଲେ। ଫଳରେ ଖୁବ୍‌ କମ୍‌ ସମୟ ମଧ୍ୟରେ ଗାଡ଼ି ସମ୍ପୂର୍ଣ୍ଣ ଖାଲି ହୋଇଯାଇଥିଲା। ଦୁର୍ଘଟଣା ପରେ ବହୁ ବିୟର ବୋତଲ ଭାଙ୍ଗି ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଛି। ସୂଚନା ପାଇ ହିନ୍ଦୋଳ ପୋଲିସ ପହଞ୍ଚତ୍ ଗାଡ଼ିଚାଳକ ଏବଂ ହେଲ୍‌ପରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପ୍ରାଥମିକ ଚିକିତ୍ସା ପରେ ଉଭୟେ ସୁସ୍ଥ ଥିବା ଜଣାପଡ଼ିଛି। ଏ ନେଇ ଥାନାଧିକାରୀ ବ୍ରହ୍ମାନନ୍ଦ ପାତ୍ର କୁହନ୍ତି, ଅଦ୍ୟାବଧି ଥାନାରେ ଲିଖିତ ଅଭିଯୋଗ ହୋଇନାହିଁ। ପୋଲିସ ନିଜ ଆଡୁ ତଦନ୍ତ ଆରମ୍ଭ କରିଛି। ବିଧିବଦ୍ଧ ଭାବେ ଏତଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
ସୂଚନାଯୋଗ୍ୟ, ୫୫ନଂ. ଜାତୀୟ ରାଜପଥ କାମ ଚାଲିଥିବାବେଳେ ଉକ୍ତ ଅଣଓସାରିଆ ପୋଲ ଦେଇ ଦୈନିକ ଶତାଧିକ ଭାରିଯାନ ଚଳପ୍ରଚଳ କରୁଛି। ଫଳରେ ବ୍ରିଜ୍‌ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଥିଲେ ହେଁ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁନାହାନ୍ତି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…

ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...

ରାସ୍ତା ତଳକୁ ଓଲଟିପଡିଲା ବାଲି ବୋଝେଇ ହାଇୱା, ଭିତରେ ଥିଲେ ଡ୍ରାଇଭର, ତା’ପରେ…

ପରଜଙ୍ଗ, ୪।୧୨(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଭାଲୁମୁଣ୍ଡା – ପରଜଙ୍ଗ ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ରେଳ ଷ୍ଟେଶନ ନିକଟରେ ଗୁରୁବାର...

ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ: ଆଗକୁ ଆହୁରି…

ପରଜଙ୍ଗ,୨।୧୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ପ୍ରଶାସନ ତରଫରୁ ସୋମବାର ବାରିହାପୁର ହାଇସ୍କୁଲ ସମ୍ମୁଖରେ ସରକାରୀ ଜାଗାରେ ଥିବା ଏକ ଢାବା ସହ କେତୋଟି ଦୋକାନ...

୫୫ ଜାତୀୟ ରାଜପଥରେ ସ୍କୁଟିକୁ ଧକ୍କା ଦେଲା ଅଜଣା ଗାଡି, ୩ ଯୁବକ ମୃତ

ଢେଙ୍କାନାଳ,୨୮ା୧୧: ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୫ ର ଗୋବିନ୍ଦପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ...

ଧାନ କାଟୁଥିବାବେଳେ ଚାଷୀଙ୍କୁ କାମୁଡ଼ିଲା ସାପ, ଆଉ ତା’ ପରେ…

ପରଜଙ୍ଗ,୨୭ା୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମର ଜଣେ ଚାଷୀ ଗୁରୁବାର ବିଲରେ ଧାନ କାଟୁଥିବା ବେଳେ ସାପ କାମୁଡ଼ାରେ...

ପରଜଙ୍ଗ ଅଞ୍ଚଳରେ ମାତିଛନ୍ତି ଡିଜେଲ ଚୋର, ବୋଲେରୋରେ ଆସି ଗାଡ଼ିରୁ କରୁଛନ୍ତି ଚୋରି

ପରଜଙ୍ଗ୨୬।୧୧(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବଜାରରୁ ବାଇପାସ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଚେନ ମେଶିନରୁ ବୁଧବାର...

୨ ବର୍ଷ ହେଲା ଫେରାର କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ

ହିନ୍ଦୋଳ, ୨୨।୧୧: ଠକେଇ ମାମଲାରେ ୨ ବର୍ଷ ହେଲା ଫେରାର କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ। ୬୮.୮୫ ଲକ୍ଷ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ...

ତେଜରାତି ଦୋକାନରୁ ବିଦେଶୀ ମଦ ଜବତ: ଜଣେ ଗିରଫ

ପରଜଙ୍ଗ,୧୭।୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧୀନ ରୋଡ ଗ୍ରାମରେ ଥିବା ପ୍ରାଥମିକ ସ୍କୁଲ ନିକଟରେ ଥିବା ଏକ ତେଜରାତି ଦୋକାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri