Posted inଖେଳ

ଟାଇଟଲ ପାଇଁ ଏବେଠୁ ଅଣ୍ଟା ଭିଡିଲାଣି MI, ଗୁଜରାଟ ଟିମ୍‌ରୁ ଏହି ଖେଳାଳିଙ୍କୁ ବଡ଼ ଡିଲ୍‌ରେ କଲା ଟ୍ରେଡ୍‌

ନୂଆଦିଲ୍ଲୀ,୧୩।୧୧: ଆଇପିଏଲ ୨୦୨୬ ପାଇଁ ରିଟେନ୍‌ସନ ଘୋଷଣା ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ନିଜ ଟିମ୍‌କୁ ମଜବୁତ କରିବା ଆରମ୍ଭ କରିଛି। ଗୁରୁବାର ଲକ୍ଷ୍ନୌ ସୁପର ଜାୟଣ୍ଟସ୍‌(ଏଲ୍‌ଏସ୍‌ଜି)ରୁ ଶାର୍ଦ୍ଦୁଳ ଠାକୁରଙ୍କୁ ୨ କୋଟିରେ ଟ୍ରେଡ କରିବା ପରେ, ମୁମ୍ବାଇ ଗୁଜରାଟ ଟାଇଟାନ୍ସ(ଜିଟି)ରୁ ଖେଳୁଥିବା କାରିବିୟାନ୍‌ ଅଲ-ରାଉଣ୍ଡର ଶେରଫେନ୍‌ ରଦରଫୋର୍ଡଙ୍କୁ ନିଜ ଦଳରେ ସାମିଲ କରିବାରେ ସଫଳ ହୋଇଛନ୍ତି। ଏଥିପାଇଁ ମୁମ୍ବାଇଙ୍କୁ ୨.୬ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି। ଗୁଜରାଟ ମଧ୍ୟ ସେତିକି ଟଙ୍କାରେ ରଦରଫୋର୍ଡଙ୍କୁ ନିଜ ଟିମ୍‌ରେ ସାମିଲ କରିଥିଲା। ତାଙ୍କର ଏହି ଫିସ ମୁମ୍ବାଇ ଇଣ୍ଡିୟାନ୍ସରେ ମଧ୍ୟ ବଜାୟ ରହିବ।
୨୭ ବର୍ଷୀୟ ରଦରଫୋର୍ଡ ୱେଷ୍ଟଇଣ୍ଡିଜ ପକ୍ଷରୁ ଏବେ ପର୍ଯ୍ୟନ୍ତ ୪୪ଟି ଟି୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ସେ ଟି୨୦ଆଇରେ ୬ଷ୍ଠ ଉଇକେଟ ପାଇଁ ସର୍ବାଧିକ ଭାଗିଦାରି ତଥା ପାର୍ଟନରସିପ୍‌ର ରେକର୍ଡ ଧାରଣ କରିଛନ୍ତି। ସେ ଆଣ୍ଡ୍ରେ ରସେଲ ସହିତ ମିଶି ପର୍ଥରେ ଅଷ୍ଟ୍ରେଲିଆ ବିରୋଧରେ ୧୩୯ ରନ୍‌ର ପାର୍ଟନରସିପ କରିଥିଲେ। ୪୪ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ରଦରଫୋର୍ଡ ୧୮.୩୭ର ଆଭରେଜ ଏବଂ ୧୩୭.୩୮ର ଷ୍ଟ୍ରାଇକ ରେଟ୍‌ରେ ୫୮୮ ରନ ସଂଗ୍ରହ କରିଛନ୍ତି। ତାଙ୍କର ସର୍ବୋଚ୍ଚ ସ୍କୋର୍‌ ୬୮ ଅପରାଜିତ ରହିଛି।
ରଦରଫୋର୍ଡ ଆଇପିଏଲ୍‌ରେ ଏବେ ପର୍ଯ୍ୟନ୍ତ ୨୩ଟି ମ୍ୟାଚ ଖେଳିଛନ୍ତି। ୨୦୧୯ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ୨୦୨୨ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର୍‌ ପକ୍ଷରୁ ସେ ଖେଳିଥିଲେ। ୨୦୨୦ରେ ମୁମ୍ବାଇ ଇଣ୍ଡିୟାନ୍ସ ଏବଂ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ (କେକେଆର୍‌)ର ଦଳର ଅଂଶ ଥିଲେ, କିନ୍ତୁ ଏହି ଦୁଇ ସିଜନ୍‌ରେ ସେ ପ୍ଲେଇଙ୍ଗ-୧୧ରେ ସ୍ଥାନ ପାଇ ନ ଥିଲେ। ଏବେ ପର୍ଯ୍ୟନ୍ତ ଖେଳିଥିବା ୨୩ଟି ମ୍ୟାଚ୍‌ରେ ରଦରଫୋର୍ଡ ୨୪.୮୧ର ଆଭରେଜ ଏବଂ ୧୩୭.୩୭ର ଷ୍ଟ୍ରାଇକ ରେଟ୍ରେ ୩୯୭ ରନ ସଂଗ୍ରହ କରିଛନ୍ତି। ତାଙ୍କର ବ୍ୟାଟିଂ ସର୍ବୋଚ୍ଚ ପ୍ରଦର୍ଶନ ୪୬ ରନ ରହିଛି। ଅପରପକ୍ଷେ ବୋଲିଂରେ ସେ ଆଇପିଏଲ୍‌ରେ ମାତ୍ର ଏକ ଉଇକେଟ ନେଇଛନ୍ତି, ଯାହା ୨୦୧୯ରେ ମିଳିଥିଲା।
ଆଇପିଏଲ୍‌ ପକ୍ଷରୁ ଅଫିସିଆଲ ବୟାନରେ କୁହାଯାଇଛି, ୱେଷ୍ଟଇଣ୍ଡିଜ୍‌ର ଅଲ-ରାଉଣ୍ଡର ଶେରଫେନ ରଦରଫୋର୍ଡ ଗୁଜରାଟ ଟାଇଟାନ୍ସରୁ ଟ୍ରେଡ ପରେ ଆଇପିଏଲ୍‌ ୨୦୨୬ ସିଜନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ)କୁ ପ୍ରତିନିଧିତ୍ୱ କରିବେ। ଏହି ଟ୍ରେଡ୍‌ ପରେ ମୁମ୍ବାଇର ମଧ୍ୟମ ଅର୍ଡର ବ୍ୟାଟିଂ ଆହୁରି ଶକ୍ତିଶାଳୀ ହୋଇଛି, ଯାହା ସେମାନଙ୍କୁ ୨୦୨୬ ସିଜନ୍‌ରେ ପ୍ରବଳ ପ୍ରତିଦ୍ୱନ୍ଦ୍ୱୀ କରିବ। ରଦରଫୋର୍ଡଙ୍କ ଅନୁଭବ ଏବଂ ଫିନିସର୍‌ ଭୂମିକା ମୁମ୍ବାଇଙ୍କ ପାଇଁ ବଡ଼ ସମ୍ପଦ ହେବ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri