ପିଲାଙ୍କ ଆୟା

ବର୍ତ୍ତମାନ ସମୟ ଅଭାବରୁ କେତେଜଣ କର୍ମଜୀବୀ ମା’ ସେମାନଙ୍କ ଅନୁପସ୍ଥିତିରେ ପିଲାଙ୍କ ଦାୟିତ୍ୱ ବୁଝିବା ଲାଗି ବେବି ସିଟର ବା ଆୟାଙ୍କ ଉପରେ ନିର୍ଭର କରୁଥିବା ଦେଖିବାକୁ ମିଳୁଛି। ହେଲେ ଏହାଦ୍ୱାରା ମଧ୍ୟ ବିଭିନ୍ନ ସମସ୍ୟା ଉପୁଜୁଥିବା ଦେଖାଯାଉଛି। ତେଣୁ ଆୟା ରଖୁଥିଲେ ପିଲାଙ୍କ ସୁରକ୍ଷା ପ୍ରତି ସଜାଗ ରହିବା ଆବଶ୍ୟକ…

ବର୍ତ୍ତମାନ ଅଧିକାଂଶ ମହିଳା କର୍ମଜୀବୀ। ତେଣୁ ସେମାନଙ୍କୁ ଉଭୟ ପରିବାର ଏବଂ ଅଫିସ୍‌ କାର୍ଯ୍ୟ ତୁଲାଇବାକୁ ପଡ଼ିଥାଏ। ବିଶେଷକରି ଘରେ ଛୋଟ ପିଲା ଥିବା ମା’ଙ୍କୁ କେବେ କେବେ ପିଲାଙ୍କ ଦାୟିତ୍ୱ ନେବା ସହ ଅନ୍ୟାନ୍ୟ କାର୍ଯ୍ୟ ସମ୍ଭାଳିବା କଷ୍ଟକର ହୋଇଥାଏ। ତେବେ ଏମିତିରେ ଘରେ ସହଯୋଗ କରିବା ଲାଗି ପରିବାରର ଅନ୍ୟ କେହି ସଦସ୍ୟ ନ ଥିଲେ ଉଭୟ ମାତାପିତାଙ୍କ ଅନୁପସ୍ଥିତିରେ ପିଲାଙ୍କ ଯତ୍ନ ନେବା ଲାଗି ଆୟା ଉପରେ ନିର୍ଭର କରିବାକୁ ପଡ଼ିଥାଏ। ଯଦିଓ ଏହାଦ୍ୱାରା ସେମାନଙ୍କୁ ପିଲାଙ୍କୁ ଏକା ଛାଡ଼ିଯିବାର ଭୟ ଦୂର ହେଉଛି, ହେଲେ ଅପରପକ୍ଷେ ଅନ୍ୟାନ୍ୟ ଅସୁବିଧାର ସମ୍ମୁଖୀନ ହେବାର ମଧ୍ୟ ନଜିର ରହିଛି। ନିକଟରେ ବମ୍ବେରେ ଏକ କର୍ମଜୀବୀ ଦମ୍ପତି ଆୟାଙ୍କ ପାଖରେ ପିଲାକୁ ଛାଡ଼ି ଅଫିସ୍‌ ଯାଇଥିବା ବେଳେ ପିଲାକୁ ଆୟା ଜଣଙ୍କ ଭିକ ମାଗିବା କାର୍ଯ୍ୟ ଲାଗି ବ୍ୟବହାର କରୁଥିବା ଘଟଣା ବେଶ୍‌ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଠିକ୍‌ ସେହିପରି ଜଣେ ଆୟା ଶାନ୍ତିରେ ଟିଭି ଦେଖିବା, ପିଲାଙ୍କ ଖାଦ୍ୟ ଖାଇଦେବା, ଘରୁ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଚୋରି କରିବା କିମ୍ବା ଅନ୍ୟାନ୍ୟ କାମ ଲାଗି ପିଲାଙ୍କୁ ନିଶାଦ୍ରବ୍ୟ ଦେଇ ଶୁଆଇ ଦେଉଥିବା ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଜଣେ ଆୟା ପିଲାକୁ ମାଡ଼ ମାରି ରକ୍ତାକ୍ତ କରିଥିବା ଭାଇରାଲ୍‌ ଭିଡିଓ ଆୟା ରଖୁଥିବା ପ୍ରତ୍ୟେକ ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ ସାଜିଥିଲା। ତେଣୁ ଆୟା ରଖିବା ସମୟରେ କେତୋଟି କଥା ପ୍ରତି ଧ୍ୟାନଦେବା ଆବଶ୍ୟକ…
ନିଅନ୍ତୁ ପରିଚିତଙ୍କ ସାହାଯ୍ୟ: ଯଦି ଆୟା ବା ବେବି ସିଟର ରଖିବା ସେତିକି ଜରୁରୀ ତେବେ କୌଣସି ଅଚିହ୍ନାଙ୍କୁ ରଖିବା ପରିବର୍ତ୍ତେ ପ୍ରଥମେ ନିଜ ସାଙ୍ଗସାଥୀ କିମ୍ବା ପରିଚିତଙ୍କ ଘରେ ପିଲାଙ୍କ ଦେଖାଶୁଣା କରୁଥିବା ଆୟାଙ୍କୁ ରଖିପାରିବେ। ଏହାଦ୍ୱାରା ସେ ବିଶ୍ୱସ୍ତ କି ନୁହେଁ ଜାଣିବା ଆପଣଙ୍କ ଲାଗି ସହଜ ହେବ।
ରେଜିଷ୍ଟର୍ଡ ଏଜେନ୍ସି ଭଲ ମାଧ୍ୟମ: ଯେକୌଣସି ସ୍ଥାନରେ ଆୟା ମିଳିବା ସହଜ ହୋଇ ନ ଥିବାରୁ ଏଥିପାଇଁ ବିଭିନ୍ନ ଏଜେନ୍ସି କାର୍ଯ୍ୟ କରୁଛି। ଯଦି ଆପଣ ବି ସେମାନଙ୍କ ସାହାଯ୍ୟ ନେଉଛନ୍ତି, ତେବେ ସୁରକ୍ଷା ଦୃଷ୍ଟିରୁ ଏଜେନ୍ସିର ଆଇଡେଣ୍ଟିଟି ପ୍ରୁଫ୍‌ ସହିତ ଆୟାଙ୍କର ଆଧାରକାର୍ଡ କିମ୍ବା ଭୋଟର କାର୍ଡ, ଠିକଣା, ଫୋନ୍‌ ନମ୍ବର, ମେଡିକାଲ ରିପୋର୍ଟ ଏବଂ ଅନ୍ୟାନ୍ୟ ଦରକାରୀ କାଗଜପତ୍ରକୁ ଭଲ ଭାବେ ଯାଞ୍ଚ କରିବାକୁ ଭୁଲନ୍ତୁ ନାହିଁ।
କରାନ୍ତୁ ପୋଲିସ ଭେରିଫିକେଶନ: ଜବ୍‌ କିମ୍ବା ଅନ୍ୟ କାର୍ଯ୍ୟରେ ଯଦି ବାହାରେ ରହୁଛନ୍ତି, ତେବେ ନୂଆ ଜାଗାରେ କୌଣସି ଅଚିହ୍ନା ଆୟାଙ୍କୁ ରଖିବା ପୂର୍ବରୁ ପ୍ରଥମେ ତାଙ୍କ ଠିକଣା, ବୟସ, ପରିବାର, ସେ ପୂର୍ବରୁ କେଉଁଠି କାର୍ଯ୍ୟ କରୁଥିଲେ, ଅଭିଜ୍ଞତା ଆଦି ବିଷୟରେ ଭଲ ଭାବେ ତଥ୍ୟ ସଂଗ୍ରହ କରନ୍ତୁ। ସୁରକ୍ଷା ଦୃଷ୍ଟିରୁ ପୋଲିସ ଭେରିଫିକେଶନ କରାଇ ନେବା ସବୁଠୁ ଭଲ।
ଘରେ ଲଗାନ୍ତୁ ସିସିଟିଭି: ପିଲାଙ୍କୁ ଆୟା ପାଖରେ ଛାଡ଼ିଯାଉଥିଲେ ସେ ଠିକ୍‌ ଭାବେ ଖାଇବାକୁ ଦେଉଛି ନା ନାହିଁ, ମାରପିଟ କିମ୍ବା କୌଣସି ଅବହେଳା କରୁନାହିଁ ତ ଜାଣିବା ଲାଗି ଘରେ ସିସିଟିଭି ବ୍ୟବସ୍ଥା କରନ୍ତୁ ଏବଂ ମଝିରେ ମଝିରେ ଆୟା ସହିତ ଯୋଗାଯୋଗ ରଖି ପିଲାର କଥା ବୁଝନ୍ତୁ।
ତଦାରଖ କରନ୍ତୁ: କେବଳ ଏତିକି ନୁହେଁ, ବର୍ତ୍ତମାନ ଅନେକେ ଘରେ ନ ଥିବା ବେବି ସିଟରମାନେ ପିଲାଙ୍କୁ ଶୁଆଇ ଦେଇ ବାହାରକୁ ଚାଲି ଯାଉଛନ୍ତି କିମ୍ବା ଅନ୍ୟମାନଙ୍କୁ ଘରକୁ ଡକାଉଛନ୍ତି। ଏହା ପିଲା ପାଇଁ ବିପଦପୂର୍ଣ୍ଣ। ତେଣୁ ଅନ୍ତତଃ ପକ୍ଷେ ସପ୍ତାହରେ ଥରେ ସମୟ ବାହାର କରି ହଠାତ୍‌ ଘରେ ପହଞ୍ଚତ୍ ଆୟାର କାର୍ଯ୍ୟ ତଦାରଖ କରନ୍ତୁ।
ପିଲାଙ୍କ ଖାଦ୍ୟ ନିଜେ ରଖନ୍ତୁ: ସ୍ବାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଆୟା ଯେପରି ପିଲାଙ୍କ ଖାଦ୍ୟରେ ଆବଶ୍ୟକତାଠାରୁ ଅଧିକ ତେଲମସଲା ବ୍ୟବହାର ନ କରନ୍ତି ସେଥିପ୍ରତି ଧ୍ୟାନ ଦିଅନ୍ତୁ। କେଉଁ ସମୟରେ ପିଲା କ’ଣ କରୁଛି ସେଥିପାଇଁ ଆବଶ୍ୟକ ସାମଗ୍ରୀ ନିଜେ କାଢ଼ି ଦେବାକୁ ଚେଷ୍ଟା କରନ୍ତୁ।
ରୁହନ୍ତୁ ସତର୍କ: ବର୍ତ୍ତମାନ ଅନେକେ ଆୟା ସହିତ ଘରର ଅନ୍ୟାନ୍ୟ କାର୍ଯ୍ୟ କରିପାରୁଥିବା ବ୍ୟକ୍ତି ରଖିବାକୁ ବେଶି ପସନ୍ଦ କରୁଛନ୍ତି। ଏଭଳି ମହିଳା କେବଳ ପିଲାଙ୍କ ରୁମ୍‌ ନୁହେଁ ଅନ୍ୟ ସବୁ ରୁମ୍‌ର ପ୍ରତ୍ୟେକ ଜିନିଷ ସହ ମଧ୍ୟ ପରିଚିତ। ତେଣୁ ନିଜର ସମସ୍ତ ଜରୁରୀ କାଗଜପତ୍ର, ଟଙ୍କା ଏବଂ ମୂଲ୍ୟବାନ୍‌ ସାମଗ୍ରୀ ଖୋଲାରେ ନ ରଖି ଆଲମିରାରେ ଲକ୍‌ କରି ରଖନ୍ତୁ। ନଚେତ୍‌ ସାମାନ୍ୟ ଅସାବଧାନତା ଯୋଗୁ ଆପଣଙ୍କୁ ଭାରି ମୂଲ୍ୟ ଦେବାକୁ ପଡ଼ିପାରେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯଦି ଆୟା ପିଲାକୁ ବାହାରକୁ ବୁଲାଇବାକୁ ନେଉଛି ଏବଂ କୌଣସି ଦିନ ଆୟାର ବ୍ୟବହାର ସନ୍ଦେହଜନକ ଲାଗୁଛି ତେବେ ଯଥାଶୀଘ୍ର ସତର୍କ ହୋଇଯାଆନ୍ତୁ। ଅବଶ୍ୟକ ସ୍ଥଳେ ଆୟା ବଦଳାଇଦେବା ବି ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri