କାର୍ଡିଗାନ୍‌ ଫ୍ୟାଶନ୍‌

କାର୍ଡିଗାନ୍‌ ଏକପ୍ରକାର ସ୍ବେଟର୍‌, ଯାହାର ଲୁକ୍‌ ପ୍ରାୟତଃ ଜ୍ୟାକେଟ୍‌ ପରି। କିଛି କାର୍ଡିଗାନ୍‌ର ଫ୍ରଣ୍ଟରେ ବଟନ୍‌ ଥାଏ ତ କିଛି ଥାଏ ସମ୍ପୂର୍ଣ୍ଣ ଓପନ୍‌। ବିଭିନ୍ନ ଡିଜାଇନ୍‌ ଓ କଲରରେ ଏହା ଉପଲବ୍ଧ ହୁଏ । ଶୀତ ଦାଉରୁ ରକ୍ଷାକରିବା ସହ ଷ୍ଟାଇଲିଶ୍‌ ଲୁକ୍‌ ଦେଉଥିବା କାର୍ଡିଗାନ୍‌ ଏବେ ଓ୍ବିଣ୍ଟର ଫ୍ୟାଶନ୍‌ ପାଲଟିଛି…

ଓପନ୍‌ କାର୍ଡିଗାନ୍‌- ଓପନ୍‌ କାର୍ଡିଗାନ୍‌ ବିଭିନ୍ନ ପ୍ରକାରର। ସାଧାରଣତଃ ଏହି କାର୍ଡିଗାନ୍‌ର ଫ୍ରଣ୍ଟ ସେକ୍ସନ୍‌ରେ ବଟନ୍‌ କିମ୍ବା ଜିପର୍‌ ନ ଥାଏ। ଏହା ବିଭିନ୍ନ କଲର୍‌ ଓ ଷ୍ଟାଇଲ୍‌ରେ ଉପଲବ୍ଧ ହୁଏ। ନିଟେଡ୍‌ ଉଲ୍‌, ପଲିଷ୍ଟର୍‌ ଉଲ୍‌ରେ ଏହାକୁ ତିଆରି କରାଯାଇଥାଏ। ଆଣ୍ଠୁ ତଳ ପର୍ଯ୍ୟନ୍ତ ଏହାର ଲମ୍ବ ହୋଇଥାଏ। ଟ୍ୟାଙ୍କ ଟପ୍‌, ଟି ସର୍ଟ ଓ ଜିନ୍ସ ସହ ଏହା ବହୁତ ଭଲ ଲାଗେ।

ଲଙ୍ଗ କାର୍ଡିଗାନ- ଏହା ଓପନ୍‌ କାର୍ଡିଗାନ୍‌ ଭଳି କିନ୍ତୁ ବହୁତ ଲମ୍ବା। ବଲ୍କି ଲଙ୍ଗ କୋଟ୍‌ର ସବ୍‌ଷ୍ଟିଚ୍ୟୁଟ୍‌ ଚାହୁଁଥିଲେ ଏହାକୁ ବାଛିପାରିବେ। ଏହାର ଫ୍ରଣ୍ଟରେ ଜିପର୍‌ କିମ୍ବା ବଡ ବଟନ୍‌ ଥାଏ। ସ୍ଲିମ୍‌ ଫିଗର୍‌କୁ ଏହି କାର୍ଡିଗାନ୍‌ ବହୁତ ଭଲ ଲାଗେ। ଏହାକୁ ଲେଗିଙ୍ଗସ୍‌, ଜିନ୍ସ, ରେଗୁଲାର୍‌ ଟ୍ରାଉଜର୍‌ ଏମିତିକି ଷ୍ଟକିଂସ୍‌ରେ ପିନ୍ଧି ପାରିବେ।

କ୍ରପ୍‌ଡ କାର୍ଡିଗାନ୍‌- ଏହି କାର୍ଡିଗାନ୍‌ ବହୁତ ଛୋଟ। ଚେଷ୍ଟ ଏରିଆଠାରୁ ଟିକେ ତଳ ପର୍ଯ୍ୟନ୍ତ ଉକ୍ତ କାର୍ଡିଗାନ୍‌ ରହେ। ଲେସ୍‌, ଉଲ୍‌, ଲିନେନ୍‌ରେ ଏହାକୁ ତିଆରି କରାଯାଏ। ଏହି କାର୍ଡିଗାନ୍‌ର ସାମ୍‌ନା ଭାଗରେ କେବେ କେବେ ହୁକ୍‌ ତ କେବେ ବଟନ୍‌ ଥାଏ। ଅନେକ ସମୟରେ ଫ୍ରଣ୍ଟ ଓପନ୍‌ ବା ଖୋଲା ରହିଥାଏ।

କାର୍ଡିଗାନ୍‌ ଭେଷ୍ଟ- ଏହା ସାଧାରଣତଃ ସ୍ଲିଭ୍‌ଲେସ୍‌। ଯେତେବେଳେ ଲଙ୍ଗ ସ୍ଲିଭ୍‌ ତଥା ହେଭି ସ୍ବେଟର ପିନ୍ଧିବାକୁ ଇଚ୍ଛା ନ ଥିବ ଏହାକୁ ଟ୍ରାଏ କରିପାରିବେ। ଏହାକୁ ପିନ୍ଧିଲେ ଲୁକ୍‌ ଫ୍ୟାଶନେବୁଲ ଲାଗେ। କଟନ୍‌ ଉଲ୍‌, ମୋଟା ମେଣ୍ଢା ଲୋମର ଉଲ୍‌ ଆଦିରେ ଏହା ତିଆରି ହୋଇଥାଏ। ଏହାର ଲମ୍ବ କେବେ ଅଣ୍ଟା ପର୍ଯ୍ୟନ୍ତ ତ କେବେ ହିପ୍‌ ପର୍ଯ୍ୟନ୍ତ ଥାଏ। ବିଭିନ୍ନ କଲର୍‌ ଓ ଡିଜାଇନ୍‌ରେ ଆସୁଥିବା ଏହି କାର୍ଡିଗାନ୍‌ ଷ୍ଟାଇଲିସ୍‌ ଲୁକ୍‌ ଦିଏ।

ବେଲ୍ଟେଡ୍‌ କାର୍ଡିଗାନ୍‌- ଏହି କାର୍ଡିଗାନ୍‌ ବହୁତ ଫ୍ୟାଶନେବୁଲ। କିନ୍ତୁ ମୋଟା ଫିଗର୍‌କୁ ସୁଟ୍‌ କରେନା। ଓ୍ବେଲ୍‌ ଟୋନ୍‌ଡ ଓ ସ୍ଲିମ୍‌ ଫିଗର୍‌କୁ ଭଲ ଲାଗେ। ଏହା ବିଭିନ୍ନ ପ୍ରକାର ଲେନ୍ଥରେ ଉପଲବ୍ଧ ହୁଏ। ଷ୍ଟକିଙ୍ଗସ୍‌, ଜିନ୍ସ, ଲେଗିଙ୍ଗସ୍‌, ହାଇ ବୁଟ୍‌ ସହ ଏହାକୁ ପିନ୍ଧିପାରିବେ।

ଟ୍ୟୁନିକ୍‌ କାର୍ଡିଗାନ୍‌- ଏହା ସାଧାରଣତଃ ପାଦ ପର୍ଯ୍ୟନ୍ତ ଲମ୍ବା। ଜିନ୍ସ, ଲେଗିଙ୍ଗସ୍‌ ଓ ଲଙ୍ଗ ବୁଟ୍‌ ସହ ଏହା ବହୁତ ଭଲ ଲାଗେ। ଏହି କାର୍ଡିଗାନ୍‌ ଦ୍ୱାରା ଶରୀରର ବହୁତ ଭାଗ ଘୋଡେଇ ହୋଇ ରୁହେ। ତେଣୁ ବହୁତ ଶୀତ ହେଉଥିବା ସମୟରେ ବାହାରକୁ ଯିବାକୁ ଥିଲେ ଏହାକୁ ପିନ୍ଧି ପାରିବେ। ଏହା ବିଭିନ୍ନ ଷ୍ଟାଇଲ୍‌, କଲର୍‌, ଡିଜାଇନ୍‌୍‌ରେ ଉପଲବ୍ଧ ହୁଏ।

ଜିପ୍ଡ କାର୍ଡିଗାନ୍‌- ଏହା ଦେଖିବାକୁ ଜ୍ୟାକେଟ୍‌ ପରି। ଏଥିରେ ଜିପର୍‌ ସହ ବଡ଼ ବଡ଼ ପକେଟ୍‌ ଥାଏ। ଏହାର ଲମ୍ବା ଅଣ୍ଟା ପର୍ଯ୍ୟନ୍ତ ଏବଂ ଉଭୟ କାଜୁଆଲ ଓ ଫର୍ମାଲ୍‌ ଓ୍ବେର୍‌ ଭାବେ ଏହାକୁ ବ୍ୟବହାର କରିପାରିବେ। ଏହା ଉଷ୍ମତା ପ୍ରଦାନ କରିବା ସହ ଷ୍ଟାଇଲିଶ୍‌ ଲୁକ୍‌ ବି ଦିଏ। ବିଭିନ୍ନ ଡିଜାଇନ୍‌ ଓ କଲର୍‌ରେ ଉପଲବ୍ଧ ଏହି କାର୍ଡିଗାନ୍‌କୁ ଟି-ସର୍ଟ, ସ୍ଲିମ୍‌ ଫିଟ୍‌ ଶାର୍ଟ, ଜିନ୍ସ, ସ୍ବେଟ୍‌ ପ୍ୟାଣ୍ଟ ସହ ପେୟାର୍‌ କରିପାରିବେ।

ଷ୍ଟାଇଲ୍‌ ଟିପ୍ସ- * କାର୍ଡିଗାନ୍‌ ବଟନ୍‌ ବାଲା ହେଉ ଅବା ବଟନ୍‌ ନ ଥିବା, ତା’ ଉପରେ ବେଲ୍ଟ ପିନ୍ଧନ୍ତୁ। ସେ ପୁଣି ଅଣ୍ଟା ସ୍ଥାନରେ, ଯଦ୍ଦ୍ବାରା ଫିଗର୍‌ ବଲ୍କି ଲାଗିବ ନାହିଁ।

*ହାଲ୍‌କା ବ୍ରାଇଟ୍‌ କଲର୍‌ର ଟ୍ୟାଙ୍କ ଟପ୍‌ ସହ କଣ୍ଟ୍ରାଷ୍ଟ କଲର୍‌ର କାର୍ଡିଗାନ୍‌ ପିନ୍ଧନ୍ତୁ।
*ଲଙ୍ଗ କାର୍ଡିଗାନ୍‌ ସହ ସ୍କିନି ଜିନ୍ସ କିମ୍ବା ଲେଗିଙ୍ଗସ୍‌ ଭଲ ଲାଗେ।
*କାର୍ଡିଗାନ୍‌ ସହ ସ୍କାର୍ଫ ବ୍ୟବହାର କରି ଷ୍ଟାଇଲିଶ୍‌ ଲୁକ୍‌ ପାଇପାରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

Valentine Day: ଭାଲେଣ୍ଟାଇନ୍ସ ଡେ’ରେ ଏହି ୩ ରାଶିର ଭାଙ୍ଗିବ ହୃଦୟ! ରୋମାଣ୍ଟିକ ଡିନର୍‌ରେ ଯିବେ ମୀନ ସହ ଏହି ୨ରାଶି…

ଆଜି ଭାଲେଣ୍ଟାଇନ୍ସ ଡେ। ପ୍ରେମର ଏହି ଦିନରେ, ଆଜି ପ୍ରେମ ରାଶିଙ୍କ ବିଷୟରେ ଆସନ୍ତୁ ଜାଣିବା। ମେଷ, ସିଂହ, କନ୍ୟା, ବିଛା ଏବଂ ମୀନ ରାଶିର ଲୋକମାନେ…

ମହାଶିବରାତ୍ରିରୁ ଉତ୍ତର ଦିଗକୁ ଗତି କରିବେ ବୁଧ ଗ୍ରହ: ଏହି ୩ ରାଶିର ଭଲ ହେବ ନା ଖରାପ, ଜାଣନ୍ତୁ…

ବୈଦିକ ଜ୍ୟୋତିଷରେ, ବୁଧ ଗ୍ରହ ହେଉଛି ବୁଦ୍ଧି, ବାଣୀ, ତର୍କ, ଗଣିତ, ବ୍ୟବସାୟ ଏବଂ ଯୋଗାଯୋଗ ପାଇଁ ଦାୟୀ। ଏହା ଜଣେ ବ୍ୟକ୍ତିଙ୍କ ବିଶ୍ଳେଷଣାତ୍ମକ କ୍ଷମତା, ନିଷ୍ପତ୍ତି…

କୁମ୍ଭ ରାଶିରେ ଚତୁର୍ଗ୍ରହୀ ଯୋଗ, ଦୁର୍ଲଭ ସଂଯୋଗରୁ ଲାଭବାନ୍ ହେବେ ଏହି ୩ ରାଶି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହମାନେ ସମୟ ସମୟରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି । ଏହି ସମୟ ମଧ୍ୟରେ, ଗ୍ରହମାନେ ଅନ୍ୟ ଗ୍ରହମାନଙ୍କ…

ହଠାତ୍ ଭୋକ ଲାଗିବା ବନ୍ଦ ହୋଇଯାଉଛି କି? ସାବଧାନ! ହୋଇପାରେ ଗମ୍ଭୀର ରୋଗର ଲକ୍ଷଣ

କିଛି ଲୋକଙ୍କର ହଠାତ୍ ସ୍ୱାଭାବିକ ଭୋକ କମିଯାଏ । ଏହାକୁ ପ୍ରାୟତଃ ଥକ୍କାପଣ, ପାଗ କିମ୍ବା ଦିନଚର୍ଯ୍ୟାରେ ପରିବର୍ତ୍ତନ ବୋଲି ଖାରଜ କରାଯାଏ । ଭୋକ ଆମ…

ସୂର୍ଯ୍ୟ ପରାଗରେ ଶନିଙ୍କ ରାଶିରେ ଖରାପ ପ୍ରଭାବ, ଏହି ୩ଟି ରାଶିରେ ଘୋଟିଯିବ ବିପଦ!

ସୂର୍ଯ୍ୟ ବର୍ତ୍ତମାନ ମକର ରାଶିରେ ଅଛନ୍ତି। ଏହା ଫେବୃଆରୀ ୧୩ ତାରିଖରେ କୁମ୍ଭ ରାଶିରେ ପ୍ରବେଶ କରିବ ଏବଂ ତା’ପରେ ଫେବୃଆରୀ ୧୭ ତାରିଖରେ ସୂର୍ଯ୍ୟଗ୍ରହଣ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri