Posted inଜାତୀୟ

ଜଳପ୍ରପାତ ବୁଲିବାକୁ ଯାଇଥିଲେ ଯୁବତୀ ଯୁବକ, ହଠାତ୍‌ ମାଡ଼ିଆସିଲା ପାଣି; ଆଉ ତା’ ପରେ…

ଭୋପାଳ,୨୦ା୯: ଇନ୍ଦୋର ନିକଟସ୍ଥ ଟିଲୋରରୁ ଟିଙ୍ଗଚା ମଧ୍ୟରେ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି। ପ୍ରବଳ ବର୍ଷା ଯୋଗୁ ଏକ କାର୍‌ ପାଣିରେ ଭାସିଯାଇଥିଲା। ଫଳରେ ଏଥିରେ ବସିଥିବା ୪ ଯୁବତୀ ଯୁବକଙ୍କୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।


ତଦନ୍ତରୁ ଜଣାପଡ଼ିଛି, କାର୍‌ରେ ବସିଥିବା ଦୁଇ ଯୁବକ ଏବଂ ଦୁଇ ଯୁବତୀ ଜଳପ୍ରପାତ ଦେଖିବାକୁ ବୁଲି ଆସିଥିଲେ। ଜୋର୍‌ରେ ବର୍ଷା ହୋଇଥିବାରୁ ପାଣିର ସ୍ରୋତ ଖୁବ୍‌ ବେଗରେ ବହୁଥିଲା। ଏହା ଦେଖି କିଛି ଗ୍ରାମବାସୀ ଦେଖି ସେମାନଙ୍କୁ ଆଗକୁ ଯିବା ପାଇଁ ବାରଣ କରିଥିଲେ। ମାତ୍ର କାର୍‌ର କାଚ ବନ୍ଦ ଥିବାରୁ ସେମାନଙ୍କୁ କିଛି ଶୁଭି ନ ଥିଲା। ଫଳରେ ଚାହୁଁ ଚାହୁଁ କାର୍‌ଟି ପାଣିରେ କିଛି ଦୂର ପର୍ଯ୍ୟନ୍ତ ଭାସିଗଲା। ପରେ ଗ୍ରାମବାସୀ କାର୍‌ଟିକୁ ଉଦ୍ଧାର କରିଥିଲେ। ଏଥିରେ ବସିଥିବା ୪ ଯୁବତୀ ଯୁବକ ସୁସ୍ଥ ଥିବା ଜଣାପଡ଼ିଛି।


ଆଉଟପୋଷ୍ଟ ଇନ୍‌ଚାର୍ଜ ବିଶ୍ୱଜିତ୍‌ ସିଂ ଟୋମର କହିଛନ୍ତି, ଶନିବାର ସନ୍ଧ୍ୟାରେ ପ୍ରବଳ ବର୍ଷା ହୋଇଥିଲା। ଟିଲୋର ଗାଁ ନିକଟରେ ଥିବା ଏକ ନାଳରେ ହଠାତ୍‌ ପାଣି ବଢ଼ିଯାଇଥିଲା। ଏହି ସମୟରେ ଇନ୍ଦୋରରୁ ଏକ କାର୍‌ରେ ଆସିଥିବା ୪ ଜଣ ଯୁବତୀ ଯୁବକ ଏଥିରେ ଫସିଯାଇଥିଲେ। ଗ୍ରାମବାସୀ ଏମାନଙ୍କୁ ବାରଣ କରିଥିଲେ ମଧ୍ୟ ଏମାନେ ମାନି ନ ଥିଲେ। ଫଳରେ କାର୍‌ଟି ନାଳ ପାଣିରେ ବହୁ ଦୂରକୁ ଭାସିଯାଇଥିଲା। ପରେ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘୨୦ ଘଣ୍ଟା ମଧ୍ୟରେ ଆତ୍ମସମର୍ପଣ କର, ନଚେତ ଆମେ ତୁମକୁ ପ୍ରସ୍ତର ଯୁଗ ଦେଖାଇବୁ’ – ଟ୍ରମ୍ପଙ୍କୁ ବଡ଼ ଧମକ!

ତେହରାନ,୭।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି, ଏବଂ ବୟାନବାଜି ମଧ୍ୟ ତୀବ୍ର ହୋଇଛି। ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫଙ୍କ ପରାମର୍ଶଦାତା…

୩ ବର୍ଷର ଭାଣିଜୀଙ୍କୁ ସାଙ୍ଗଙ୍କ ସହ ମିଶି ଗଣବଳାତ୍କାର କଲେ ମାମୁ: ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ପାଟନା,୭।୪: ବିହାରର ପାଟନାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଜଣେ ୨୨ବର୍ଷୀୟ ଯୁବକ ତାଙ୍କ ଦୁଇ ବନ୍ଧୁଙ୍କ ସହିତ ମିଶି ନିଜ ତିନି ବର୍ଷର ଭାଣିଜୀଙ୍କୁ ଗଣବଳାତ୍କାର…

ଶୁକ୍ର ନକ୍ଷତ୍ର ଗୋଚର: ମାଲାମାଲ ହେବେ ଏହି ୩ ରାଶି

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ସୋମବାର, ଏପ୍ରିଲ ୬, ୨୦୨୬ ରାତି ୧:୦୪ ସମୟରେ, ସୁଖ ଏବଂ ସମୃଦ୍ଧିର ଦାତା ଶୁକ୍ର ଅଶ୍ୱିନୀରୁ ଭରଣୀ ନକ୍ଷତ୍ରକୁ ଗମନ କରିଛନ୍ତି।…

ଏହି ଯୋଜନାରେ ଚାଷୀଙ୍କୁ ମିଳିବ ୩ ହଜାର ଟଙ୍କା ପେନସନ: କେବଳ କରିବାକୁ ପଡ଼ିବ ଏହି ଗୋଟିଏ କାମ

ନୂଆଦିଲ୍ଲୀ,୭।୪: ସାରା ଦେଶରେ ଚାଷୀମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ, କେନ୍ଦ୍ର ଏବଂ ରାଜ୍ୟ ସରକାର ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ବିଭିନ୍ନ…

ସ୍ବର୍ଗତ ତବଲା ବାଦକ ଲକ୍ଷ୍ମଣଙ୍କ ପରିବାରକୁ ଭେଟିଲେ ବିଧାୟକ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

ପ୍ରମିଳାଙ୍କ ଘରେ ହଠାତ୍‌ ପହଞ୍ଚିଲେ ଯାଜପୁର ନେତା, ଉପସ୍ଥିତ ଅଛନ୍ତି ଏମାନେ ସବୁ…

ଭୁବନେଶ୍ୱର,୭।୪: ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିବା…

ଏମିତି ଖେଳ ଖେଳିଲା ଇରାନ, ପବନରେ ଉଡ଼ିଯିବ ଟ୍ରମ୍ପଙ୍କ ମଙ୍ଗଳବାର ବାଲା ଧମକ

ତେହରାନ,୭।୪: ସମ୍ଭାବ୍ୟ ଆମେରିକୀୟ ଆକ୍ରମଣ ବିରୁଦ୍ଧରେ ଇରାନ ତାର ଶକ୍ତି କେନ୍ଦ୍ରଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri