କୋଲକାତା,୨୦।୬: ପଶ୍ଚିମବଙ୍ଗ ପୁରୁଲିଆ ଜିଲାର ଏକ ଜାତୀୟ ରାଜପଥରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କାର୍-ଟ୍ରକ ମଧ୍ୟରେ ଧକ୍କା ହୋଇ ୯ଜଣଙ୍କ ମୃତ୍ୟୁ ଘଟିଛି।
ବାହଘର ଭୋଜି ଖାଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଅତିରିକ୍ତ ପୋଲିସ ଅଧୀକ୍ଷକ(ଏଏସ୍ପି) ଯୋଧାୱର ଅଭିନାଶ ଭୀମରାଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।


