ରାଜଧାନୀରେ ଆନ୍ତଃରାଜ୍ୟ କାର ଚୋରି ର଼୍ୟାକେଟ୍‌

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ବାହାର ରାଜ୍ୟରୁ ଚୋରି, ଭୁବନେଶ୍ୱରରେ ବିକ୍ରି। ସକ୍ରିୟ ରହିଥିବା ଏକ ଆନ୍ତଃରାଜ୍ୟ କାର୍‌ ଚୋରି ର଼୍ୟାକେଟକୁ ଧରିଛି କମିଶନରେଟ୍‌ ପୋଲିସ। ରବିବାର ଶହୀଦନଗର ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ର଼୍ୟାକେଟର ରହସ୍ୟ ଉନ୍ମୋଚନ କରିଛି। ଗିରଫ ଅଭିଯୁକ୍ତ ହେଲେ ଚନ୍ଦକା ଥାନା ଗୋଠପାଟଣାରେ ରହୁଥିବା ଛତିଶଗଡ଼ କାଙ୍କେର ଜିଲା ସଦର ଥାନାଞ୍ଚଳର ଅବଦୁଲ୍‌ ସକୁର୍‌ ଜନ୍‌କବିର୍‌(୪୮)। ତାଙ୍କଠାରୁ ପୋଲିସ ଦୁଇଟି ଚୋରା କାର ଜବତ କରିଛି। ପୋଲିସ ଆଇପିସିର ୩୭୯/୪୧୧/୪୧୪/୪୮୨ ଦଫାରେ ଏକ ମାମଲା (ନଂ.୫୦୫/୨୧) ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅବଦୁଲ୍‌ ମଧ୍ୟପ୍ରେଦଶ ଓ ଛତିଶଗଡ଼ରୁ ୪୦ଟି ଚୋରା କାର୍‌ ଆଣି ଭୁବନେଶ୍ୱରରେ ବିକ୍ରି କରିଛି। ଏହି ର଼୍ୟାକେଟ୍‌ରେ ଦୁଇ ରାଜ୍ୟର ଲୁଟେରା ଗ୍ୟାଙ୍ଗ୍‌ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି। ତେବେ ଏଥିରେ ଓଡ଼ିଶାରୁ କେହି ସାମିଲ ଅଛନ୍ତି ନା ନାହିଁ ସେନେଇ ପୋଲିସ ଖୋଳତାଡ଼ ଚଳାଇଛି।

ଜବତ ଫାଇନାନ୍ସ ଗାଡ଼ିର ନମ୍ବର ଲଗାଇ ବିକୁଥିଲେ
ଅବ୍‌ଦୁଲ୍‌ ବିଭିନ୍ନ ଫାଇନାନ୍ସ କମ୍ପାନୀରେ ପଡ଼ି ରହି ନଷ୍ଟ ହେଉଥିବା ଜବତ କାର୍‌କୁ କିଣି ବିକ୍ରି କରୁଥିଲେ। ଏହି ସମୟରେ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଗାଡି ଲୁଟେରାଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ସେଠାରୁ ଚୋରି କାର୍‌କୁ ଭୁବନେଶ୍ୱରରେ ବିକ୍ରି କରିବାକୁ ସେମାନେ ଅଦବୁଲ୍‌କୁ ଅଫର୍‌ ଦେଇଥିଲେ। ଅଧିକ ଟଙ୍କା ରୋଜଗାର କରିବା ଲୋଭରେ ଅବଦୁଲ ଉକ୍ତ ଗ୍ୟାଙ୍ଗ୍‌ ସହ ଯୋଡ଼ି ହୋଇ ଚୋରି ଗାଡ଼ି ବିକ୍ରିର ନୂଆ ବ୍ୟବସାୟ ଆରମ୍ଭ କରିଥିଲେ। ଅବଦୁଲ୍‌ ଫାଇନାନ୍ସ କମ୍ପାନୀରୁ ଆଣୁଥିବା ଭଙ୍ଗା କାରର ନମ୍ବର ପ୍ଲେଟ୍‌ କାଢି ରଖୁଥିଲେ। ତେବେ ଲୁଟେରାମାନେ ଯେଉଁ ଚୋରା କାର୍‌ ଦେଉଥିଲେ ସେଥିରେ ସେ ଉକ୍ତ ନମ୍ବର ଲଗାଇ ବିକ୍ରି କରୁଥିଲେ। ଚୋରା କାର୍‌ର ବିକ୍ରି ଟଙ୍କାକୁ ସେ ଲୁଟେରା ଗ୍ୟାଙ୍ଗକୁ ଦେବା ସହ ନିଜ କମିଶନ ମଧ୍ୟ କାଟି ରଖୁଥିଲେ।

ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ମଧ୍ୟପ୍ରଦେଶ ପୋଲିସ
କମିଶନରେଟ ପୋଲିସ ଅବଦୁଲଙ୍କୁ ଧରିବା ପରେ ମଧ୍ୟପ୍ରଦେଶ ପୋଲିସକୁ ଖବର ଦେଇଥିଲା। ମଧ୍ୟପ୍ରଦେଶ ପୋଲିସ ଶହୀଦନଗର ଥାନାରେ ପହଞ୍ଚତ୍ ତଦନ୍ତ କରିବା ସହ ସେଠାରେ ସକ୍ରିୟ ଥିବା କାର୍‌ ଲୁଟେରା ଗ୍ୟାଙ୍ଗଙ୍କ ସମ୍ପର୍କରେ ତଥ୍ୟ ହାସଲ ପାଇଁ ଅଭିଯୁକ୍ତ ଅବ୍‌ଦୁଲକୁ ରିମାଣ୍ଡରେ ନେବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଦିନ ପାଳନ ପାଇଁ ଚଳଚଞ୍ଚଳ କନ୍ଧମାଳ: ପୋଲିସ ପାଟ୍ରୋଲିଂକୁ କରାଯିବ କଡାକଡ଼ି

ଦାରିଙ୍ଗବାଡି, ୨୨ା୧୨ (ଅରୁଣ ସାହୁ): ଆଉ ମାତ୍ର ୨ ଦିନ ପରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ହେବ। ଏଥିପାଇଁ ସବୁଠି ଆନନ୍ଦର ଲହରି ଦେଖା ଦେଇଛି।...

ଟି-୨୦ ବିଶ୍ୱକପ ପୂର୍ବରୁ ସନ୍ୟାସ ନେଇ ଚମକାଇଲେ ଏହି ଖେଳାଳି, ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ଦଳ ଡିସେମ୍ବର ୨୦ ତାରିଖରେ ଘୋଷଣା କରାଯାଇଥିଲା। ୨୦୨୬ ଟି୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କା...

ଅତିଷ୍ଠ ହେଉଛିସାମାଜିକ ବାସନ୍ଦ: ପରିବାର ସହ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିଲେ ବ୍ୟକ୍ତି

ଦିଗପହଣ୍ଡି,୨୨।୧୨: ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଧରି ସାମାଜିକ ବାସନ୍ଦର ଶିକାର ହୋଇ ଶେଷରେ ଜିଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ଜଣେ ବ୍ୟକ୍ତି।...

ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବତୀଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ବଣାଇଁ, ୨୨/୧୨(ପ୍ରଦୀପ ତ୍ରିପାଠୀ):- ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନାର ବିରତୋଳା ମନ୍ଦିର ନିକଟରେ ବ୍ରାହ୍ମଣି ନଦୀରେ ଅଭାବନୀୟ ଘଟଣା । ବ୍ରାହ୍ମଣି ନଦୀରେ ବୁଡି ଯୁବତୀଯୁବକଙ୍କ...

ନୂଆ ବର୍ଷ ପୂର୍ବରୁ EPFO ଜାରି କଲା ନୂଆ ଗାଇଡଲାଇନ୍‌, ଜାଣିରଖନ୍ତୁ…

ନୂଆଦିଲ୍ଲୀ,୨୨।୧୨: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କର୍ମଚାରୀ ପେନସନ ଯୋଜନା (EPS) ସହିତ ଜଡିତ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ଯୋଗଦାନର ମାମଲାଗୁଡ଼ିକର ସମାଧାନ ପାଇଁ...

ମହିଳା କର୍ମଚାରୀଙ୍କୁ ଅଶ୍ଳିଳ ବ୍ୟବହାର: କଲେଜ ସଂପାଦକ ଗିରଫ

ବଲାଙ୍ଗିର,୨୨।୧୨: ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ବ୍ୟବହାର ଓ ଧମକଚମକ ଦେବା ଅଭିଯୋଗରେ ଜଣେ ଘରୋଇ କଲେଜର ସମ୍ପାଦକଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ...

ମନରେଗା ଯୋଜନାର ନୂତନ ନାମକରଣକୁ ବିରୋଧ, ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୨/୧୨(ଦିଲ୍ଲୀପ ସାମଲ):ମନରେଗା ଯୋଜନାର ନୂଆ ନାମକରଣ କରି ସେଥିରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ନାମକୁ ବାଦ ଦେବାକୁ ବିରୋଧ କରି କଂଗ୍ରେସ ଦଳ ପକ୍ଷରୁ ଗଞ୍ଜାମ...

ଡେବିଟ୍‌ କାର୍ଡରେ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ, ଚେକ୍‌ କରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ନାହିଁ ତ?

ନୂଆଦିଲ୍ଲୀ,୨୨।୧୨: ଆପଣ କ’ଣ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇବା ପାଇଁ HDFC ବ୍ୟାଙ୍କ ଡେବିଟ୍‌ କାର୍ଡ କିଣିଛନ୍ତି? ଆପଣଙ୍କ ପାଇଁ ଏକ ବଡ଼ ଅପଡେଟ। ନୂତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri