ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ସୋମବାର ଅପରାହ୍ନ ପ୍ରାୟ ୩ଟା ସମୟରେ ୫୩ ନମ୍ବର ଜାତୀୟ ରାଜପଥ ଦେଇ ଉକ୍ତ କାର୍(ନଂ-ଓଡି-୧୫-ୟୁ-୯୮୭୫)ଟି ରିଆମାଳ ପଟୁ ଦେବଗଡ ଆଡକୁ ଆସୁଥିଲା । ତେବେ କାର୍ର ଚାଳକ ମୋହିନୀପୁର ନିକଟରେ କୌଣସି କାରଣରୁ ହଠାତ୍ ଭାରସାମ୍ୟ ହରାଇବାରୁ କାର୍ଟି ଦେବଗଡ ପୌର ପରିଷଦ ଦ୍ୱାରା ରାସ୍ତା କଡରେ ଲଗାଯାଇଥିବା ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଇଥିଲା। ଫଳରେ କାର୍ଟି ଭାଙ୍ଗିରୁଜି ଯିବା ସହ ଗୁରୁତର ଭାବେ କ୍ଷୟକ୍ଷତି ହୋଇଥିଲା । ତେବେ ଚାଳକ ପରିଚୟ ମିଳିପାରିନାହିଁ,ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ସୂଚନାପାଇ ଦେବଗଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର୍ଟିକୁ ଜବତ କରିବାସହ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି ।

