ଉତ୍ସବବେଳେ ଲୋକଙ୍କ ଉପରେ ମାଡ଼ିଗଲା କାର

ବ୍ରୁସେଲ୍ସ,୨୦।୩: ବେଲ୍‌ଜିୟମର ଏକ ସହରରେ ରବିବାର ଏକ ମନୋରଞ୍ଜନ ଉତ୍ସବ ଚାଲିଥିବା ବେଳେ ଏକ ଦ୍ରୁତଗାମୀ କାର୍‌ ମାଡ଼ିଯିବାରୁ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। କାର୍‌ ମାଡ଼ିଯିବା ପଛରେ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପର୍କରେ ପ୍ରମାଣ ମିଳିପାରି ନାହିଁ।

ବ୍ରୁସେଲ୍ସର ଦକ୍ଷିଣରେ ୫୦ କି.ମି. ଦୂରରେ ଅବସ୍ଥିତ ଷ୍ଟ୍ରେପି-ବ୍ରାକ୍ୟୁଗ୍‌ନିସ୍‌ ସହରେ ଏକ ଉତ୍ସବର ଆୟୋଜନ ହୋଇଥିଲା। ଏଥିରେ ୧୫୦ରୁ ଊର୍ଦ୍ଧ୍ୱ ଲୋକ ଏକାଠି ହୋଇଥିଲେ। ସେତିକିବେଳେ ଏକ କାର ଦ୍ରୁତ ଗତିରେ ଆସି ଲୋକଙ୍କ ଉପରେ ମାଡ଼ିଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର୍‌ ଡ୍ରାଇଭର ସହ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡିଛି।

Share