ଗଛରେ ପିଟିହେଲା କାର: ବରକନ୍ୟାଙ୍କ ସମେତ ୬ ଗୁରୁତର

ସୋନପୁର,୧୨।୬(ନି.ପ୍ର.) ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ସୋନପୁର କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ସୋମବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ବରକନ୍ୟାଙ୍କୁ ଧରି ଫେରୁଥିବା ଏକ କାର ଗଛକୁ ଜୋରରେ ଧକ୍କା ଦେଇଛି। ଫଳରେ କନ୍ୟା ଅନିତା ପ୍ରଧାନ(୨୫), ବର ସୋନୁ ପ୍ରଧାନ(୩୦)ଙ୍କ ସମେତ ପୂଜକ ଦେବେନ୍ଦ୍ର ମିଶ୍ର, ଡ୍ରାଇଭର ଓ ବରକନ୍ୟାଙ୍କ ପରିବାରର ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ସଙ୍ଗେସଙ୍ଗେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ ବଲାଙ୍ଗୀର ଜିଲା ଟିଟିଲାଗଡରେ ରବିବାର ରାତିରେ ଅନିତା ଓ ସୋନୁଙ୍କ ବିବାହ ହୋଇଥିଲା। ବିବାହ ସାରି ବରଯାତ୍ରୀ ଦଳ ଓ ବରକନ୍ୟା ଆଗପଛ ହୋଇ ସମ୍ବଲପୁର ଫବ୍‌ସି ସ୍ଥିତ ବାସଭବନକୁ ଫେରୁଥିଲେ। ବରକନ୍ୟା, ପୂଜକ ଓ ପରିବାରବର୍ଗ ମହିନ୍ଦ୍ରା କେୟୁଭି କାର ନଂ. ଓଆର୧୭ପି-୮୨୪୩ରେ ସମ୍ବଲପୁର ଅଭିମୁଖେ ଯାଉଥିଲେ। ତେବେ କାର ଡ୍ରାଇଭର ଭାରସାମ୍ୟ ହରାଇ ଏକ ଚାକୁଣ୍ଡା ଗଛକୁ ଧକ୍କା ଦେଇଥିଲା। ସାନପୁର ଝିଙ୍କି ଅଞ୍ଚଳର ଲବ ପଟ୍ଟନାୟକ ଓ କିଛି ସ୍ବେଚ୍ଛାସେବୀ ଖବର ପାଇ କନ୍ୟା, ବର, ପୂଜକ ଓ ଅନ୍ୟ ଆହତଙ୍କୁ କାର ଭିତରୁ ବାହାର କରିଥିଲେ। ଖବର ପାଇ ସମ୍ବଲପୁର ଅଭିମୁଖେ ଯାଉଥିବା ବର ସୋନୁଙ୍କ ବାପା ଉଲୁଣ୍ଡା ନିକଟରୁ ଦୁର୍ଘଟଣା ସ୍ଥଳକୁ ଫେରିଥିଲେ। ତାଙ୍କ କାର୍‌ରେ ଆହତଙ୍କୁ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ କାର ଡ୍ରାଇଭର ସେମିତି ଗଛରେ ଚାପି ହୋଇ ରହିଥିଲେ। କିଛି ଟ୍ରକ୍‌ ଡ୍ରାଉଭର ଓ ହେଲପର ତାଙ୍କୁ ବହୁ କଷ୍ଟରେ ସକାଳ ୫ଟା ୪୫ରେ ବାହାର କରିବାକୁ ସକ୍ଷମ ହୋଇଥିଲେ। ଦୁର୍ଘଟଣାରେ କନ୍ୟା ଅନିତାଙ୍କ ମୁଣ୍ଡ ଓ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ବର ସୋନୁଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା। ସେହିପରି ପୂଜକ ଦେବେନ୍ଦ୍ରଙ୍କ ହାତ ଭାଙ୍ଗିବା ସହ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଓ ପିସିଆର ଭ୍ୟାନ୍‌କୁ ଫୋନ୍‌ କରିଥିଲେ । ମାତ୍ର ଆମ୍ବୁଲାନ୍ସ ଆସି ନ ଥିବା ଅଭିଯୋଗ ହୋଇଛି। ରାତି ପର୍ଯ୍ୟନ୍ତ ଦୁର୍ଘଟଣା ସମ୍ପର୍କରେ ସୋନପୁର ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ। ପୋଲିସ ଅଧିକାରୀ ସକାଳେ ତଦନ୍ତ ପାଇଁ ଚିକିତ୍ସାଳୟକୁ ଯିବା ପୂର୍ବରୁ ସମସ୍ତଙ୍କୁ ବୁର୍ଲା ସ୍ଥାନାନ୍ତର କରା ଯାଇଥିଲା । କୌଣସି ସୂଚନା ନ ଥିବାରୁ ପୋଲିସ ତଦନ୍ତରେ ବିଳମ୍ବ ହୋଇଥିବା କୁହାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri