Posted inଜାତୀୟ

ଚଳନ୍ତା କାର୍‌ ବନେଟ୍‌ରେ ଟ୍ରାଫିକ୍‌ ପୋଲିସ କର୍ମଚାରୀଙ୍କୁ ଟାଣିନେଲେ ୪୦୦ ମିଟର

ନୂଆଦିଲ୍ଲୀ, ୧୫।୧୦: ଦକ୍ଷିଣ-ପଶ୍ଚିମ ଦିଲ୍ଲୀର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଚକିତ କଲା ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଡ୍ୟୁଟିରେ ଠିଆ ହୋଇଥିବା ଜଣେ ଟ୍ରାଫିକ ପୋଲିସ କର୍ମଚାରୀଙ୍କୁ ଗୋଟିଏ କାର୍‌ ବନେଟ୍‌ ଉପରେ ୪୦୦ ମିଟର ପର୍ଯ୍ୟନ୍ତ ନେଇଯାଇଥିଲା। ଏହି ଘଟଣାରେ କାର୍‌ ଡ୍ରାଇଭର ଶୁଭମ କୁମାର ଖସି ପଳାଇବାରେ ସକ୍ଷମ ହୋଇଥିଲେ ମଧ୍ୟ ପରେ ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଧରାପଡ଼ିଥିଲେ।

ପୁରା ଘଟଣା ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ ରହିଯାଇଛି।
ଫୁଟେଜରୁ ଜଣାପଡ଼ିଛି ଯେ, ଘୋଲାକୁଆଁ ନିକଟସ୍ଥ ଷ୍ଟେସନ ରୋଡ୍‌ର ଜନ ଗହଳିପୂର୍ଣ୍ଣ ରାସ୍ତାରେ ଗୋଟିଏ ଆଇ-୨୦ କାର୍‌ ଦ୍ରୁତ ଗତିରେ ଆସୁଛି। କାର୍‌ର ବନେଟ୍‌ ଉପରେ ମହିପାଲ ନାମକ ଜଣେ ଟ୍ରାଫିକ ପୋଲିସ କର୍ମଚାରୀ ଝୁଲିକି ରହିଛନ୍ତି ଏବଂ କାର୍‌ ଚାଳକ ଜିଗ୍‌-ଜାଗ୍‌ ଭାବେ ଦ୍ରୁତ ଗତିରେ ଗାଡ଼ି ଚଳାଉଛନ୍ତି। ଦ୍ରୁତ ଗତିରେ ଥିବା କାର୍‌ରେ ନିଜକୁ ସମ୍ଭାଳି ରଖିବା ପାଇଁ ଟ୍ରାଫିକ କର୍ମଚାରୀଜଣଙ୍କ ଓ୍ବାଇପର୍‌କୁ ଜାବୁଡ଼ି ଧରି ରଖିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଶେଷରେ ମହିପାଲ୍‌ ବନେଟ୍‌ରୁ ଖସି ରାସ୍ତାରେ ପଡ଼ି ଯାଇଛନ୍ତି। ଏହାପରେ କାର୍‌ଟି ଦ୍ରୁତ ଗତିରେ ପଳାଇଥିଲା। ତେବେ ୨ କିଲୋମିଟର ପରେ ଲୋକମାନେ କାର୍‌ ଚାଳକ ଶୁଭମକୁ କାବୁ କରିବାରେ ସକ୍ଷମ ହୋଇଥିଲେ।

ଏହି ଘଟଣାରେ ପୋଲିସ ଶୁଭମଙ୍କ ସମେତ ତାଙ୍କ ଜଣେ ସାଙ୍ଗକୁ ଗିରଫ କରିଛି। ପୋଲିସ ପକ୍ଷରୁ କୁହାଯାଇଛି, ଦିଲ୍ଲୀ କ୍ୟାଣ୍ଟ ଆଡ଼କୁ କାର୍‌ଟି ଦ୍ରୁତ ଗତିରେ ଯାଉଥିଲା। କାର୍‌ରେ ଫ୍ୟାନ୍ସି ନମ୍ବର ପ୍ଲେଟ୍‌ ଲାଗିଥିବାବେଳେ ଏହା ଜିଗ୍‌-ଜାଗ୍‌ ଶୈଳୀରେ ଚାଲୁଥିଲା। ତେଣୁ ଟ୍ରାଫିକ କର୍ମଚାରୀ ମହିପାଲ୍‌ କାର୍‌କୁ ଅଟକିବା ପାଇଁ ସିଗ୍ନାଲ ଦେଇଥିଲେ। କାର୍‌ ଅଟକିବା ପରେ ଗାଡ଼ି ସାମ୍ନାରେ ମହିପାଲ୍‌ ଠିଆ ହୋଇଥିଲେ। କିନ୍ତୁ ଏହି ସମୟରେ କାର୍‌ ଡ୍ରାଇଭର ଶୁଭମ ଗାଡ଼ି ଷ୍ଟାର୍ଟ କରି ପଳାଇଥିଲେ। ଫଳରେ ଜୀବନ ବଞ୍ଚାଇବାକୁ ମହିପାଲ୍‌ ବନେଟ୍‌ରେ ଝୁଲି ରହିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ, ଅଜା ଗିରଫ

ଫୁଲବାଣୀ,୧ା୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ୍‌ ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ତାଙ୍କ ସମ୍ପର୍କୀୟ ଅଜା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗରେ ଗିରଫ…

Iran Israel Conflict: ଟ୍ରମ୍ପଙ୍କ ବଡ଼ ଦାବି, ଗୋଟିଏ ଆକ୍ରମଣରେ ୪୮…

ନୂଆଦିଲ୍ଲୀ,୧।୩:  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୁଦ୍ଧରେ ଆମେରିକା ଏବଂ ଇସ୍ରାଏଲୀ ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଏକ ବଡ଼ ଏବଂ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି । ସେ…

ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ କରୁଥିଲେ ପୂର୍ବତନ ପ୍ରେମିକ, ଭେଟିବାକୁ ଡାକି ହତ୍ୟା କରି ମୁହଁରେ ଏସିଡ୍…

ଲକ୍ଷ୍ନୌ,୧।୩: ଉତ୍ତର ପ୍ରଦେଶର ବାଲିଆରୁ ପ୍ରେମ, ବ୍ଲାକମେଲିଂ ଏବଂ ହତ୍ୟାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କୁ ହତ୍ୟା କରିଛନ୍ତି…

IND vs WI Super-8 Live Score: ଭାରତ ଆଗରେ ୧୯୬ ରନ୍‌ର ବିଜୟ ଟାର୍ଗେଟ୍‌

କୋଲକାତା,୧।୩: କୋଲକାତାର ଐତିହାସିକ ଇଡେନ୍‌ ଗାର୍ଡେନ୍ସ ମଇଦାନରେ ରବିବାର ଖେଳାଯାଇଥିବା ଭାରତ ଏବଂ ୱେଷ୍ଟଇଣ୍ଡିଜ୍‌ ମ୍ୟାଚ୍‌ରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ…

ବିମାନବନ୍ଦରଠାରୁ ୧୦୦ମିଟର ଦୂରରେ ହୋଇଥିଲା ବିସ୍ଫୋରଣ, ବର୍ଣ୍ଣନା କଲେ ସିନ୍ଧୁ

ନୂଆଦିଲ୍ଲୀ, ୧ା୩: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ ଦୁଇଥର ଅଲିମ୍ପିକ ପଦକ…

ମହେନ୍ଦ୍ରଗିରିରେ ବାବାଙ୍କ ଆଶ୍ରମର ଭିତରେ ପଶି ଭାଙ୍ଗରୁଜା, ପାଣି ମଟର ଭାଙ୍ଗିଲେ ଦୃବର୍ତ୍ତ

ପାରଳାଖେମୁଣ୍ଡି,୧।୩(ଗିରିଧାରୀ ପରିଛା): ଗଜପତି ଜିଲାର ଐତିହାସିକ ତଥା ଆଧ୍ୟାତ୍ମିକ ଓ ପୌରାଣିକ କ୍ଷେତ୍ର ରାୟଗଡ଼ ବ୍ଲକ ଅଧିନରେ ଥିବା ମହେନ୍ଦ୍ରଗିରି ଏବେ ଅଶାନ୍ତମୟ ହୋଇପଡିଛି । ଶନିବାର…

ଓଭରଟେକ୍ ହେଲା କାଳ, ସଡ଼କ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

ଦିଗପହଣ୍ଡି,୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଚକାତେନ୍ତୁଳି ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରବିବାର ଅପରାହ୍ନ ପ୍ରାୟ…

ବିଶ୍ୱ ଅର୍ଥବ୍ୟବସ୍ଥା ଉପରେ ଯୁଦ୍ଧର କଳାବାଦଲ, ଭାରତ ସହ ଏସବୁ ଏସୀୟ ଦେଶରେ ଗ୍ୟାସ, CNG, ପେଟ୍ରୋଲ-ଡିଜେଲ ଦର ହେବ ଆକାଶଛୁଆଁ!

ନୂଆଦିଲ୍ଲୀ/ତେହେରାନ,୧।୩: ମଧ୍ୟ ପ୍ରାଚ୍ୟରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ବିବାଦ ଏବେ ବିଶ୍ୱ ଅର୍ଥବ୍ୟବସ୍ଥାକୁ ଏକ ବଡ଼ ସଙ୍କଟ ଆଡ଼କୁ ଠେଲି ଦେଇଛି। ରଏଟର୍ସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri