କୀର୍ତ୍ତନ ମଣ୍ଡଳୀ ଉପରେ ମାଡ଼ିଗଲା କାର୍‌: ଚାଲିଗଲା ୫ ଜୀବନ

ପାଟନା,୨୬।୮: ବିହାରର ସୁପୌଲ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପିପ୍ରା ଥାନା ଅଞ୍ଚଳର କଟାୟା ଚୌକର ବଜରଙ୍ଗବଳୀ ମନ୍ଦିର ନିକଟରେ ଏକ ନିୟନ୍ତ୍ରଣହୀନ କାର ରାସ୍ତା କଡ଼ରେ ବସି ‘କୀର୍ତ୍ତନ’ ପରିବେଷଣ କରୁଥିବା ଛଅ ଜଣଙ୍କୁ ଚଢ଼ି ଯାଇଥିଲା। ଘଟଣାସ୍ଥଳେ ତିନି ୫ଙ୍କର ମୃତ୍ୟୁ ହୋଇଛି। ଜଣେ ଆହତଙ୍କ ଚିକିତ୍ସା ଚାଲିଛି।

ଧକ୍କା ଏତେ ଭୟଙ୍କର ଥିଲା ଯେ, କାରଟି ପ୍ରାୟ ୫୦ ମିଟର ଦୂରକୁ ଓଲଟି ରାସ୍ତା କଡ଼ରେ ଥିବା ଏକ ଦୋକାନରେ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ସେଠାରେ ପାଟିତୁଣ୍ଡ ହୋଇଥିଲା ଏବଂ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ଏକାଠି ହୋଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ପିପ୍ରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ପୋଲିସ ଦୁର୍ଘଟଣାରେ ଜଡିତ ଗାଡିକୁ ଜବତ କରିଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି।

 

Dharitri – Odisha’s No.1 Odia Daily

 

Share