୧୦୦ ଫୁଟ ଉଚ୍ଚରୁ ନିଜ ବ୍ରାଣ୍ଡ୍‌ର ୧୦ କାର୍‌ ତଳକୁ ଫିଙ୍ଗିଦେଲା ଏହି କମ୍ପାନୀ, ଜାଣନ୍ତୁ ଏହାର କାରଣ

ବିଶ୍ୱରେ ବେଶ୍‌ ଜଣାଶୁଣା କାର୍‌ ନିର୍ମାଣ କମ୍ପାନୀ ଭଲଭୋ ତାହାର ବିଳାସପୂର୍ଣ୍ଣ କାର୍‌ଗୁଡ଼ିକୁ ୧୦୦ ଫୁଟ ଉଚ୍ଚରୁ ଏକ ଖାଲ ମଧ୍ୟକୁ ଫିଙ୍ଗି ଦେଇଛି। କମ୍ପାନୀର ଏହି ଅଦ୍ଭୁତ କାର୍ଯ୍ୟ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମାତ୍ର ଏହା ଗ୍ରାହକଙ୍କ ସୁରକ୍ଷା ପାଇଁ କରାଯାଇଛି। ଜାଣନ୍ତୁ ଏ ସମ୍ପର୍କରେ…

ଏହା ଏକ ଦୁର୍ଘଟଣା ପରୀକ୍ଷଣ। ଏହାକୁ ଆଧାର କରି ଉଦ୍ଧାରକାରୀମାନେ ବିପଜ୍ଜନକ ଦୁର୍ଘଟଣା ପରିସ୍ଥିତିର ମୁକାବିଲା କରିବା ପାଇଁ ରଣନୀତି ପ୍ରସ୍ତୁତ କରିବାରେ ସକ୍ଷମ ହେବେ। ସାଧାରଣତଃ ଦୁଇ ଉଦ୍ଧାରକାରୀଙ୍କ ତାଲିମ ପାଇଁ ଦୁଇ ଦଶନ୍ଧି ଧରି ପୁରୁଣା କାର୍‌ ଦିଆଯାଏ। ମାତ୍ର ଏଥର ଭଲଭୋ ଏକ ନୂତନ କାର୍‌ ସହିତ କ୍ରାସ୍‌ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି।


କମ୍ପାନୀ ଏକ ଟୁଇଟ୍‌ ଶେୟର କରିଛି। ଯେଉଁଥିରେ ଏହି କାର୍‌ଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ହୋଇଛି। କ୍ୟାପଶନରେ ଲେଖାଯାଇଛି, ଆମେ ଆମର ଜରୁରିକାଳୀନ ସେବା ପାଇଁ ନୂତନ ଟେକ୍ନୋଲୋଜି ଲଞ୍ଚ କରିବାକୁ ଚାହୁଁଛୁ। ଯାହା ଦୁର୍ଘଟଣାରେ ଆହତମାନଙ୍କୁ ବିପଜ୍ଜନକ ଅବସ୍ଥାରୁ ସହଜରେ କଢ଼ାଯାଇପାରିବ। ସେଥିପାଇଁ ଆମେ ଆମର ସ୍ତରକୁ ଆଉ ଟିକେ ବଢ଼ାଇଛୁ।

କମ୍ପାନୀ କହିଛି ଯେ, ସଡ଼କ ଦୁର୍ଘଟଣାର ମୃତାହତଙ୍କୁ କିପରି ତୁରନ୍ତ କାର୍‌ରୁ ବାହାର କରି ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯିବ ସେନେଇ ରଣନୀତି ପ୍ରସ୍ତୁତ ହେବ। ଏହାବ୍ୟତୀତ ଏକ ଗମ୍ଭୀର ପରିସ୍ଥିତିର ମଧ୍ୟ ସହଜରେ ମୁକାବିଲା ହୋଇପାରିବ।
ଭଲଭୋ ଏପର୍ଯ୍ୟନ୍ତ ଏହି କ୍ରାସ୍‌ ପରୀକ୍ଷଣ ପାଇଁ ୧୦ଟି ବ୍ରାଣ୍ଡର ନୂଆ କାର୍‌ ବ୍ୟବହାର କରିଛି। ଏହି ପ୍ରକ୍ରିୟା ସମୟରେ ଭଲଭୋ କାର୍‌ଗୁଡ଼ିକର ଇଞ୍ଜିନିୟରମାନେ ନିଷ୍ପତ୍ତି ନେଇଛନ୍ତି, କାର୍‌ ଖସିବା ପୂର୍ବରୁ କେତେ ଚାପ ପଡ଼ିବ ଏବଂ ଏହା ଦ୍ୱାରା କେତେ କ୍ଷୟକ୍ଷତି ହେବ ସେ ସମ୍ପର୍କରେ ସଠିକ୍‌ ତଥ୍ୟ ସଂଗ୍ରହ କରାଯାଇପାରିବ।

Share