ପଦ୍ମପୁର,୧୦ା୫(ପ୍ରଦୀପ୍ତ ଦାଶ)- ପଦ୍ମପୁର ଭେଉରିଆ ଛକ ପାଇକମାଲ ରାସ୍ତାରେ ଶନିବାର ଏକ କାର୍ ଜଳିଯାଇଛି। ଏଥିରେ କାର୍ ଚାଳକଙ୍କ ସହ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ପଦ୍ମପୁର ଅନ୍ତର୍ଗତ ବରିକେଲର ନରେଶ ଷଡ଼ଙ୍ଗୀ ଯାତ୍ରୀମାନଙ୍କୁ ନେଇ ପଦ୍ମପୁର ଆସୁଥିବା ବେଳେ ପାଇକମାଲ ରାସ୍ତାରେ ଇଞ୍ଜିନରେ ଶର୍ଟ ସର୍କିଟ ଯୋଗୁ ଗାଡ଼ିରେ ନିଆଁ ଲାଗିଯାଇଥିଲା।
ଫଳରେ ଚାଳକଙ୍କ ସମେତ ସମସ୍ତ ଯାତ୍ରୀ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଲିଭାଇଥିଲେ ମଧ୍ୟ କାର୍ଟି ସମ୍ପୂର୍ଣ୍ଣ ପୋଡ଼ିଯାଇଥିଲା।


