ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ, ଏକ କାର ନଂ(ଓଡ଼ିଠ୨ ବିଏମ ୭୧୦୫) ରାୟଗଡ଼ାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ବିପରୀତ ପାର୍ଶ୍ୱରୁ ଏକ ହିରୋ ହୋଣ୍ଡା ଡିଲକ୍ସ ନଂ(ଓଡ଼ି୨୦ସି ୬୧୫୬) ଯୋଗେ ମୋହନା ବ୍ଲକ ଅନ୍ତର୍ଗତ ମେରାପଲ୍ଲୀ ପଞ୍ଚାୟତ ଅଧିନ କିରାମା ଗ୍ରାମର ପ୍ରଭାବତୀ(ଭାଉଜ), ଚାଳକ ରୁଦ୍ର ମଳିକ(୧୯) ଦିଅର ଓ ଏକ ବର୍ଷର ଶିଶୁ ସହିତ ବାଇକରେ କୌଣସି କାମରେ ମୋହନା ଆସୁଥିବା ବେଳେ ହିଲ ଟପ୍‌ କଲେଜ ଛକ ନିକଟ ଲେଡ଼ବନ୍ଧ ଜାତୀୟ ରାଜପଥ ବୁଲାଣିରେ ଉଭୟ ଗାଡ଼ି ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଫଳରେ ପ୍ରଭାବତୀ ଗୁରୁତର ହୋଇଥିବା ବେଳେ  ରୁଦ୍ର ଓ ଶିଶୁଟି ସାମାନ୍ୟ ଆହତ ହୋଇଥିଲେ। ସମସ୍ତଙ୍କୁ ୧୦୮ ଯୋଗେ  ମୋହନା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ପ୍ରାଥମିକ ଚ଼ିକିତ୍ସା କରାଯାଇଥିଲା। କିନ୍ତୁ ପ୍ରଭାବତୀ ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଚ଼ିକିତ୍ସକ ଡ଼.ସମୀର କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ଦୁର୍ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁଇଟି ଗାଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରହିଥିବା ଥାନା ଏସ୍‌ଆଇ ବି.ନୀଳମାଧବ ରେଡ୍ଡୀ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଡକାୟତି ଘଟଣାରେ ୧୦ ଗିରଫ: କାର୍‌, ବାଇକ ସହ ଜବତ ହେଲା…

ବଲାଙ୍ଗୀର, ୧୨।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚୂଡାପାଲିସ୍ଥିତ ଏକ ଅଳଙ୍କାର ଦୋକାନରୁ ଲୁଟ୍‌ ଏବଂ ଡକାୟତି ଘଟଣାରେ ବଲାଙ୍ଗୀର ପୋଲିସ ୧୦…

୪ ଦିନ ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ, ଚପଲ ଭାସିବା ପରେ….

ନୟାଗଡ଼,୧୨।୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲା ଥାନା ବାଟେଣି ପୋଖରୀରେ ମୃତଦେହ ଭାସୁଥିବା ଦେଖାଯାଇଛି । ନିଖୋଜର ୪ଦିନ ପରେ ଗୁରୁବାର ମିଳିଲା ମୃତଦେହ । ମୃତକ…

ଲୋଇସିଂହା ବିଧାୟକ କପ ଫୁଟବଲ: ସରିଲା ଲିଗ ପର୍ଯ୍ୟାୟ

ଲୋଇସିଂହା,୧୧।୨(ସୁଶାନ୍ତ ବାରିକ) ସାସ୍ଥ୍ୟ ମନ୍ତ୍ରୀଙ୍କ ଉଦ୍ୟମ କ୍ରମେ ଲୋଇସିଂହା ବିଧାୟକ କପ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଉଛି। ନିର୍ବାଚନ ମଣ୍ଡଳୀ ଅଧୀନ ୩ ବ୍ଲକରେ ଚାଲିଥିବା ଲିଗ…

ବିଦ୍ୟାଳୟକୁ ମଦ ପିଇ ଆସିଲେ ଛାତ୍ର, ନିଶାରେ ଚେତାଶୂନ୍ୟ ହୋଇ କଲେ……

ନୟାଗଡ଼,୧୨।୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ସହରାଞ୍ଚଳ ଦଶପଲା ବାଳକ ଉଚ୍ଚ ବିଦ୍ୟାଳୟରୁ ଏକ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି । ସ୍କୁଲକୁ ଶିକ୍ଷାର ମନ୍ଦିର କୁହାଯାଉଥିବା…

ବଲାଙ୍ଗୀର ବନ୍ଦ ସଫଳ କରିବାକୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବଲାଙ୍ଗୀର,୧୨ା୨(ସୁନିଲ କୁମାର ମହାନ୍ତି): ଏଆଇଟିୟୁସିର ପକ୍ଷରୁ ଭାରତ ବନ୍ଦ ପରିପ୍ରେକ୍ଷୀରେ ବଲାଙ୍ଗୀରରେ କୋଶଳ କଳା ମଣ୍ଡଳ ପଡ଼ିଆରୁ ଗୁରୁବାର ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରାଯିବା…

ଭଡ଼ାଘରେ ଚାଲିଥିଲା ଦେହ ବେପାର: କିଙ୍ଗ୍‌ପିନ୍‌ ସମେତ ୩ ଦେହଜୀବୀ-ଗ୍ରାହକଙ୍କୁ ଧରିଲା ପୋଲିସ

ଖୋର୍ଦ୍ଧା,୧୨ା୨(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ବିକାଶ ନଗରରେ ସେକ୍ସ ରାକେଟ ଠାବ ହୋଇଛି। ଏକ ଭଡ଼ାଘରେ ଚାଲିଥିଲା ଦେହ ବେପାର। ଖବରପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଓ…

ରତ୍ନଭଣ୍ଡାର ଗଣତି ମଣତି ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ, ୩ ମାସ ମଧ୍ୟରେ…

କଟକ,୧୨।୨: ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ ନେଇ ହାଇକୋର୍ଟ ଆଜି ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ବିଧାନସଭା ଅଧିବେଶନରେ ରିପୋର୍ଟ ଉପସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି…

ପ୍ରତିବାଦ ସମୟରେ ବାମପନ୍ଥୀ ନେତାଙ୍କୁ ଧକ୍କା ଦେଲା କାର୍‌, ଜିଲାପାଳଙ୍କ ଅଫିସରେ ଧସେଇ ପଶିଲେ…

ବାଲେଶ୍ୱର,୧୨ା୨(ବାଞ୍ଛାନିଧି ଦେ): ବାଲେଶ୍ୱର ଷ୍ଟେଶନରେ ଗୁରୁବାର ଟ୍ରେଡ୍‌ ୟୁନିଅନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସକାଳେ ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ ଟ୍ରେନ୍‌କୁ ଅଟକାଇ ପ୍ରତିବାଦ କରାଯାଇଛି। ଏଥିସହ ସହରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri